BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବିଶ୍ୱ ରେକର୍ଡ କଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା-୨୦୨୫ କାର୍ଯ୍ୟକ୍ରମ

ଗୋଟିଏ ମାସରେ ସର୍ବାଧିକ ପଞ୍ଜୀକରଣ ପାଇଁ ପାଇଲା ଗିନିଜ୍ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ପଦକ୍ଷେପ ପରୀକ୍ଷା ପେ ଚର୍ଚ୍ଚା (ପିପିସି)-୨୦୨୫ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ ହାସଲ କରିଛି। ୨୦୧୮ ମସିହାରୁ ମାଇଁ ଗଭ୍‌ ସହଯୋଗରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ସଫଳତାର ସହିତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। କୌଣସି ନାଗରିକ ସଂଗଠନ ପ୍ଲାଟଫର୍ମରେ ଗୋଟିଏ ମାସରେ ସର୍ବାଧିକ ପଞ୍ଜୀକରଣ ପାଇଁ ଚଳିତ ଥର ଏହି କାର୍ଯ୍ୟକ୍ରମକୁ ଗିନିଜ୍ ବିଶ୍ୱ ରେକର୍ଡ ସହିତ ସମ୍ମାନିତ କରାଯାଇଛି। ମାଇଁ ଗଭ୍‌ ପ୍ଲାଟଫର୍ମରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଅଷ୍ଟମ ସଂସ୍କରଣ ଲାଗି ଚଳିତ ଥର ମୋଟ୍‌ ୩.୫୩ କୋଟି ବୈଧ ପଞ୍ଜିକରଣ କରାଯାଇଛି ଯାହାକି ଏହାର ଅଭୂତପୂର୍ବ ସଫଳତାକୁ ଦର୍ଶାଉଛି ।

ପରୀକ୍ଷା ପେ ଚର୍ଚ୍ଚା ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ ଏବଂ ତାଙ୍କ ନେତୃତ୍ୱରେ ପରିଚାଳିତ ଏକ ଅନନ୍ୟ ବିଶ୍ୱସ୍ତରୀୟ ପ୍ଲାଟଫର୍ମ। ଏଥିରେ ସେ ସିଧାସଳଖ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ମତବିନିମୟ କରିଥା’ନ୍ତି। ଏହି ପଦକ୍ଷେପ ପରୀକ୍ଷା ଋତୁକୁ ସକାରାତ୍ମକତା, ପ୍ରସ୍ତୁତି ଏବଂ ଉଦ୍ଦେଶ୍ୟମୂଳକ ଶିକ୍ଷାର ଏକ ମହୋତ୍ସବରେ ପରିଣତ କରିଥାଏ। ଏହା ପରୀକ୍ଷା ସମୟକୁ ଚାପ ବଦଳରେ ଉତ୍ସାହରେ ଭରି ଦିଏ।

ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ ଆନୁଷ୍ଠାନିକ ଭାବରେ ଗିନିଜ୍ ୱାର୍ଲ୍ଡ ରେକର୍ଡ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ; କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା, ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ; କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜିତିନ୍ ପ୍ରସାଦ; ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗର ସଚିବ ଶ୍ରୀ ସଞ୍ଜୟ କୁମାର; ମାଇଁ ଗଭର ସିଇଓ ଶ୍ରୀ ନନ୍ଦ କୁମାରମ୍; ଏବଂ ଶିକ୍ଷା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ପ୍ରମୁଖ ଅଂଶୀଦାରମାନେ ଉପସ୍ଥିତ ଥିଲେ। ଗିନିଜ୍ ୱାର୍ଲ୍ଡ ରେକର୍ଡର କ୍ଷମତାପ୍ରାପ୍ତ ବିଚାରକ ଶ୍ରୀ ରିଷି ନାଥଙ୍କ ଦ୍ୱାରା ରେକର୍ଡର ପ୍ରମାଣୀକରଣ ଏବଂ ଘୋଷଣା କରାଯାଇଥିଲା।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ, ପରୀକ୍ଷା ପେ ଚର୍ଚ୍ଚାକୁ ଶିକ୍ଷାର ଏକ ଉତ୍ସବରେ ପରିଣତ କକରାଯାଇଛି। ଏହାକୁ ପରୀକ୍ଷା ପ୍ରତି ଏକ ଜାତୀୟ ଆଭିମୁଖ୍ୟ ଭାବରେ ପୁନଃପରିଭାଷିତ କରାଯାଇଛି। ଶ୍ରୀ ପ୍ରଧାନ ସୂଚନା ଦେଇ କହିଥିଲେ, ୨୦୨୫ରେ ପିପିସିର ଅଷ୍ଟମ ସଂସ୍କରଣକୁ ସମସ୍ତ ଗଣମାଧ୍ୟମ ପ୍ଲାଟଫର୍ମରେ ମୋଟ ୨୧ କୋଟିରୁ ଅଧିକ ଦର୍ଶକ ଦେଖିଥିଲେ। ପିପିସି ୨୦୨୫ରେ ବିପୁଳ ଅଂଶଗ୍ରହଣକୁ ସାମଗ୍ରିକ ଏବଂ ସମାବୋ ଶିକ୍ଷା ପ୍ରତି ଦେଶର ସାମୂହିକ ପ୍ରତିବଦ୍ଧତା ଏବଂ ଏକ ବିକଶିତ ଭାରତ ଦୃଷ୍ଟିକୋଣ ସହିତ ସମନ୍ୱୟ ପ୍ରତିଫଳନ ଭାବରେ ଦେଖାଯାଉଛି ।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପରୀକ୍ଷା ପେ ଚର୍ଚ୍ଚାକୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଏକ ଅନନ୍ୟ ପଦକ୍ଷେପ ବୋଲି କହିଥିଲେ। ସେ କହିଥିଲେ, ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ କଲ୍ୟାଣମୂଳକ ଓ ଚାପମୁକ୍ତ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏକାଠି କରିଥାଏ। ଏହି ଅମୃତ କାଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ କ୍ୟାରିଅର ସୁଯୋଗର ବିସ୍ତୃତ ପରିସର ଉପରେ ସେ ଆଲୋକପାତ କରିଥିଲେ। ଶ୍ରୀ ବୈଷ୍ଣବ ଆହୁରି କହିଥିଲେ, ସର୍ବୋଚ୍ଚ ପଞ୍ଜିକରଣ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ ଏହି କାର୍ଯ୍ୟକ୍ରମ ପ୍ରତି ଜନସାଧାରଣଙ୍କ ଦୃଢ଼ ବିଶ୍ୱାସକୁ ଦର୍ଶାଉଛି।

ଶ୍ରୀ ଜିତିନ ପ୍ରସାଦ କହିଥିଲେ, ମାଇଁ ଗଭ୍‌ କିପରି ଜନଭାଗିଦାରୀକୁ ଗଭୀର କରିବା ଏବଂ ଦେଶବ୍ୟାପୀ ପରୀକ୍ଷା ପେ ଚର୍ଚ୍ଚାର ପହଞ୍ଚକୁ ବୃଦ୍ଧି କରିବା ପାଇଁ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରିଛି ତାହା ଗିନିଜ୍‌ ୱାର୍ଲ୍ଡ ରେକର୍ଡ ଦ୍ୱାରା ପ୍ରମାଣିତ ହୋଇଛି ।

ସୂଚନାଯୋଗ୍ୟ, ଜାତୀୟ ଶିକ୍ଷା ନୀତି ୨୦୨୦ ଚାପମୁକ୍ତ ଏବଂ ଆନନ୍ଦଦାୟକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରେ। ଆରମ୍ଭ ହେବା ପରଠାରୁ, ପରୀକ୍ଷା ପେ ଚର୍ଚ୍ଚା ଏକ ଦେଶବ୍ୟାପୀ ଜନଆନ୍ଦୋଳନରେ ପରିଣତ ହୋଇଛି । ଏହା ପରୀକ୍ଷାକୁ ଆତ୍ମ-ପ୍ରକାଶ ଏବଂ ଅଭିବୃଦ୍ଧିର ସୁଯୋଗରେ ପରିଣତ କରିଥାଏ। ବ୍ୟକ୍ତିଗତ ଆଲୋଚନା ମାଧ୍ୟମରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମୟ ପରିଚାଳନା, ଡିଜିଟାଲ୍ ଏକାଗ୍ରତା ଭଙ୍ଗ, ସଚେତନତା ଏବଂ ଭାବଗତ ସ୍ଥିରତା ଭଳି ପ୍ରମୁଖ ଆହ୍ୱାନଗୁଡ଼ିକର ମୁକାବିଲା ନିମନ୍ତେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ବ୍ୟବହାରିକ ମାର୍ଗଦର୍ଶନ ଏବଂ ପ୍ରେରଣା ପ୍ରଦାନ କରିଥା’ନ୍ତି।

ପିପିସି ୨୦୨୫ର ସଫଳତା ଏକ ସାମୂହିକ ସଫଳତା। ଏହି ମାଇଲଖୁଣ୍ଟରେ ଅବଦାନ ଦେଇଥିବା ସମସ୍ତ ଅଂଶୀଦାର, ଶିକ୍ଷାନୁଷ୍ଠାନ ଏବଂ ନାଗରିକମାନଙ୍କୁ କେନ୍ଦ୍ର ମନ୍ତ୍ରୀମାନେ ପ୍ରଶଂସା କରିଛନ୍ତି। ସମ୍ପୃକ୍ତି ଆଧାରିତ ପ୍ରଶାସନ ଏବଂ ସାମଗ୍ରିକ ଶିକ୍ଷାକୁ ଆହୁରି ମଜବୁତ କରିବା ପାଇଁ ସରକାରଙ୍କ ସ୍ଥିର ପ୍ରତିବଦ୍ଧତା ରହିଛି।

ଏହି କାର୍ଯ୍ୟକ୍ରମର ସମାବେଶୀ ଦୃଷ୍ଟିକୋଣ, ଡିଜିଟାଲ୍ ପହଞ୍ଚ ଏବଂ ଅଭିନବ ପଦ୍ଧତି ଦେଶର ଛାତ୍ରଛାତ୍ରୀଙ୍କ ସମ୍ପୃକ୍ତିର ଏକ ଆଧାର ରୂପେ କାର୍ଯ୍ୟ କରିଥାଏ। କୌଣସି ପରୀକ୍ଷା ଶେଷ ନୁହେଁ ବରଂ ଏକ ଆରମ୍ଭ ବୋଲି ବାର୍ତ୍ତାକୁ ପିପିସିର ଲୋକପ୍ରିୟତା ଦୃଢ଼ କରିଥାଏ।