ଭୁବନେଶ୍ୱର : ମୂଳନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟର ଏକାଦଶତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ନେଜାତୀ ଭବନଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ ପୁସ୍ତକ ଉନ୍ମୋଚନ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନୂତନ ସଭାପତି ଚୟନ ଆଦି ଅନ୍ତର୍ଭୁକ୍ତ ଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅନ୍ମଥ କୁମାର ଦାସ, ଧିମାନ ଅଭିରାମ ମଲ୍ଲିକ, ଉପଷ୍ଟୋ ଧିମାନ ମୁକେଶ ସୁନା, ଶ୍ରୀପତୀ କୁମ୍ଭାର, ରାଜ୍ୟ ସଂଗଠକ ବିଭ୍ରାନ୍ତ ବିଶ୍ୱଜିତ, କବି ହେମନ୍ତ ଦଳପତି, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ଅନପା ମାରାଣ୍ଡି ଏବଂ ସାମାଜିକ କର୍ମୀ ଅନୁପମା ସେଠୀ, ମୂଳନିବାସୀ ସମତା ପରିଷଦର ସଭାପତି ବଖତର ଅଲ୍ଲୀ ତନବୀର ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ପରିଚାଳନା ରମାକାନ୍ତ ଜେନାଙ୍କ ଦ୍ୱାରା ଅତି ସୁନ୍ଦର ଭାବରେ ସମ୍ପାଦିତ ହୋଇଥିଲା। ଏହି ଅବସରରେ ଜନବାଦୀ କବି ଚନ୍ଦନ ନାଗଙ୍କ କବିତା ସଂକଳନ “ବାରନ୍” ଏବଂ ଶ୍ରୀ ଅଭିରାମ ମଲ୍ଲିକଙ୍କ ଦ୍ୱାରା ରଚିତ ପୁସ୍ତକ “ଫତିମା ଶେଖଙ୍କ ଜୀବନୀ” ଓ “କ୍ରାନ୍ତିବୀର ସଦ୍ଗୁରୁ ଘାସିଦାସ” ଉନ୍ମୋଚନ କରାଯାଇଥିଲା। ଏହି ଉତ୍ସବରେ ବିଜୟ କୁମାର ଭୋଇଙ୍କୁ ମୂଳନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟର ନୂତନ ସଭାପତି ଭାବେ ଚୟନ କରାଯାଇଥିଲା। ଏହି ନିଷ୍ପତ୍ତି ସମସ୍ତଙ୍କ ଦ୍ୱାରା ସାଦରେ ଗ୍ରହଣ କରାଯାଇଥିଲା ଏବଂ ଶ୍ରୀ ଭୋଇଙ୍କ ନେତୃତ୍ୱରେ ସଂଗଠନର ଭବିଷ୍ୟତ କାର୍ଯ୍ୟକ୍ରମ ଅଧିକ ସଶକ୍ତ ହେବ ବୋଲି ଆଶା କରାଯାଉଛି।
ସଞ୍ଜୟ ସାଗରିଆ, ଗୋପବନ୍ଧୁ ସିକା, ନରୋତ୍ତମ ମହାନନ୍ଦ, ଭାଗତ ଦାସ, ଅନିଲ୍ ଜେନା ଏବଂ ମନୋଜ ତାଣ୍ଡି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।