ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୧୫ ଜୁଲାଇ ୨୦୨୫ରେ) କଟକ ଠାରେ ଆଦିକବି ସାରଳା ଦାସଙ୍କ ଜୟନ୍ତୀ ସମାରୋହରେ ଅତିଥି ଭାବେ ଯୋଗଦାନ କରିଛନ୍ତି। ଏହି ଅବସରରେ ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ରେ ସମ୍ମାନିତ କରିଛନ୍ତି।
President Droupadi Murmu graced the birth anniversary celebrations of Adikabi Sarala Das at Cuttack. The President said that Adikabi Sarala Das has enriched Indian literature by composing the Mahabharata. She appreciated ‘Sarala Sahitya Sansad’ for celebrating the birth… pic.twitter.com/yq6yLgHNmY
— President of India (@rashtrapatibhvn) July 15, 2025
ରାଷ୍ଟ୍ରପତି ଆଦିକବି ସାରଳା ଦାସଙ୍କ ପ୍ରତି ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ଆଦିକବି ସାରଳା ଦାସ ମହାଭାରତ ରଚନା କରି ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଏହି ମହାନ କବିଙ୍କ ଜନ୍ମବାର୍ଷିକୀ ପାଳନ ଏବଂ ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସେ ‘ସାରଳା ସାହିତ୍ୟ ସଂସଦ’କୁ ପ୍ରଶଂସା କରିଛନ୍ତି।

କଳିଙ୍ଗ ରତ୍ନ ପୁରସ୍କାର ପାଇଥିବା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଷ୍ଟ୍ରପତି ଅଭିନନ୍ଦନ ଜଣାଇଛନ୍ତି। ସେ ମଧ୍ୟ ‘ସାରଳା ସମ୍ମାନ’ ସାହିତ୍ୟ ପୁରସ୍କାର ପାଇଥିବା ଶ୍ରୀ ବିଜୟ ନାୟକଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ଆଦିକବି ସାରଳା ଦାସଙ୍କ ୬୦୦ ତମ ଜନ୍ମ ବାର୍ଷିକୀ ଓ ସାରଳା ସାହିତ୍ୟ ସଂସଦର ୪୫ ତମ ବାର୍ଷିକ ଉତ୍ସବ ଅବସରରେ କଟକ ଇଣ୍ଡୋର ଷ୍ଟାଡିୟମଠାରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଓଡ଼ିଶା ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। pic.twitter.com/IRXcoRMFd5
— CMO Odisha (@CMO_Odisha) July 15, 2025
ରାଷ୍ଟ୍ରପତି କହିଛନ୍ତି, ଆମର ବିବିଧତା ଏକ ଇନ୍ଦ୍ରଧନୁ ପରି। ଆମର ଏକତା ଯୁଗ ଯୁଗ ଧରି ବହୁତ ସୁଦୃଢ଼ ରହିଛି। ଆମର ଅନେକ ଭାଷା ଅଛି, କିନ୍ତୁ ଭାବନା ଗୋଟିଏ। ଏତେ ସଂଖ୍ୟକ ଭାଷା ଏବଂ ଧର୍ମକୁ ନେଇ ଭାରତ ଯେପରି ଭାବେ ଏକଜୁଟ ଏବଂ ସଦ୍ଭାବନାର ସହ ରହିଆସିଛି ତାହା ଦେଖି ବିଶ୍ୱ ଚକିତ ହୋଇଥାଏ।
କଟକ ଠାରେ ମାନ୍ୟବର ରାଷ୍ଟ୍ରପତି @rashtrapatibhvn ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ଏବଂ ସାରଳା ସାହିତ୍ୟ ସଂସଦର ୪୫ତମ ବାର୍ଷିକ ଉତ୍ସବରେ ଯୋଗଦେବାର ସୌଭାଗ୍ୟ ଲାଭ କଲି । ଏହି ସାରସ୍ୱତ ସାହିତ୍ୟ ସଭାରେ ମାନ୍ୟବର ରାଷ୍ଟ୍ରପତି ଉପସ୍ଥିତି ରହି ଆମର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ… pic.twitter.com/NDGDpfhbbx
— Dharmendra Pradhan (@dpradhanbjp) July 15, 2025
ରାଷ୍ଟ୍ରପତି କହିଛନ୍ତି, ଭାରତୀୟ ଶିକ୍ଷା ପରମ୍ପରାକୁ ସମୃଦ୍ଧ କରିବାରେ ଭାରତୀୟ ଭାଷାଗୁଡ଼ିକର ବ୍ୟାପକ ଅବଦାନ ରହିଛି। ଜାତୀୟ ଶିକ୍ଷା ନୀତି ୨୦୨୦ରେ ମାତୃଭାଷାରେ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବା ଖୁସିର ବିଷୟ। ମାତୃଭାଷାରେ ଶିକ୍ଷା ପିଲାମାନଙ୍କୁ ସେମାନଙ୍କର ସଂସ୍କୃତି ଏବଂ ପରମ୍ପରା ସହିତ ଯୋଡ଼ିବାରେ ସହାୟକ ହେବ । ନିଜ ମାତୃଭାଷା ବ୍ୟତୀତ ଅନ୍ୟ ଭାଷା ମଧ୍ୟ ଶିଖିବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଆଦିକବି ସାରଳା ଦାସ ଓଡ଼ିଆ ମହାଭାରତ ରଚନା କରି ଆମ ସାହିତ୍ୟ ଜଗତକୁ ନୂଆ ଦିଗଦର୍ଶନ ଦେଇଥିଲେ । ସେ ଜନ୍ମ ଗ୍ରହଣ କରିଥିବା ଜଗତସିଂହପୁର ଜିଲ୍ଲା ହଜାର ହଜାର ବର୍ଷର ପୁରାତନ ଐତିହ୍ୟର ମୁକସାକ୍ଷୀ । ଏହି ଅଞ୍ଚଳରୁ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରି ଓଡ଼ିଶାକୁ ବୈଭବ ଆଣିଛନ୍ତି । କଣ୍ଟିଲୋର… pic.twitter.com/DThTp2u4My
— Dharmendra Pradhan (@dpradhanbjp) July 15, 2025
ରିପୋର୍ଟ : ଶୁଭସ୍ମିତା ପ୍ରଧାନ