ଝାରସୁଗୁଡା :ଝାରସୁଗୁଡ଼ା-ସମ୍ବଲପୁର ରାସ୍ତାରେ ଦୁଇ ଟ୍ରକ୍ ଚାଳକ ମଧ୍ୟରେ ଝଗଡା ତୀବ୍ର ରୂପ ଧାରଣ କରିବାରୁ ଅନ୍ୟ ଜଣେ ଡ୍ରାଇଭର ଟ୍ରକ୍ ଚଢ଼ାଇ ଅନ୍ୟ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଦୁଇ ଟ୍ରକ୍ ଡ୍ରାଇଭର ମଧ୍ୟରେ କୌଣସି ସାଧାରଣ କଥାକୁ ନେଇ ବଚସା ହୋଇଥିଲେ। ବିବାଦ ଏପରି ଆକାର ଧାରଣ କଲା ଯେ ଜଣେ ଡ୍ରାଇଭର ଅନ୍ୟ ଜଣକୁ ପଥର ଦ୍ୱାରା ଆକ୍ରମଣ କରିଥିଲେ। ଏହାପରେ ଅନ୍ୟ ଡ୍ରାଇଭର ରାଗିଯାଇ ସିଧାସଳଖ ଟ୍ରକ୍ ଚଳାଇ ଅନ୍ୟ ଜଣଙ୍କ ଉପରେ ଟ୍ରକ୍ ଚଢ଼ାଇ ଦେଲେ, ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଲା। ମୃତକ ଚାଳକର ପରିଚୟ ବିହାରର ସଞ୍ଜୟ ମହାକୁଳ ବୋଲି ଜଣାପଡିଛି। ଅଭିଯୁକ୍ତ ଡ୍ରାଇଭର ଘଟଣା ପରେ ଟ୍ରକ୍ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ଘଟଣା ସମୟରେ ଉଭୟ ଟ୍ରକ୍ ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିଲେ। ଉଭୟ ଟ୍ରକ ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ, କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଟ୍ରକ୍ ଚଢ଼ାଉ ହତ୍ୟା କରିଥିବା ଡ୍ରାଇଭର ଜଣକ ଫେରାର ହୋଇଯାଇଛି। ଏବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି ଓ ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ ଆରମ୍ଭ କରିଛନ୍ତି।
ଘଟଣା ସମ୍ପର୍କରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି। ରାସ୍ତା ଉପରେ ଏପରି ଘଟଣା ଘଟିବ ଦ୍ୱାରା ଦ୍ୱାରା ଅନ୍ୟାନ୍ୟ ଚାଳକ ଓ ଯାତ୍ରୀମାନେ ଭୟଭୀତ ହୋଇଛନ୍ତି।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ