BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ପରିସ୍ଥିତିକୁ ଦେଖି ତଥ୍ୟଭିତିକ, ସତ୍ୟ, ନିରପେକ୍ଷ ଓ ସଠିକ ଖବର ପ୍ରକାଶ କରିବା ସାମ୍ବାଦିକର ଧର୍ମ

କନ୍ଧମାଳ ବିଶ୍ୱ ସମ୍ବାଦ କେନ୍ଦ୍ର ପକ୍ଷରୁ ନାରଦ ଜୟନ୍ତୀ ପାଳିତ

ଫୁଲବାଣୀ : ବିଶ୍ୱ ସମ୍ବାଦ କେନ୍ଦ୍ର ପକ୍ଷରୁ ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ନାରଦ ଜୟନ୍ତୀ ପାଳିତ ହୋଇଯାଇଛି। ବିଶ୍ୱ ସମ୍ବାଦ କେନ୍ଦ୍ର ଆବାହକ ଟି.ଶିବ ଶଙ୍କର ପାତ୍ର ଅତିଥିଙ୍କୁ ସ୍ୱାଗତ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସାମାଜିକ କର୍ମୀ ତଥା ବରିଷ୍ଠ ସାମ୍ବାଦିକ ଅଶୋକ ପରିଡା ଅତିଥି ଭାବେ ଯୋଗଦେଇ ପୁରାଣ ଯୁଗରେ ମହର୍ଷି ନାରଦ କିପରି ସତ୍ୟ ସମ୍ବାଦ ପରିବେଷଣ କରୁଥିଲେ, ଯାହାକୁ ନେଇ ବିବାଦ ଉପୁଜୁଥିଲା ସେ ସମ୍ପର୍କରେ ସୂଚନା ଦେଇଥିଲେ।

ବର୍ତ୍ତମାନ ଯୁଗରେ ବିଶ୍ୱରେ ସମ୍ବାଦ, ସାମ୍ବାଦିକତା ଓ ସମ୍ବାଦପତ୍ରର ଉତ୍ପତ୍ତି ଓ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ଖ୍ରୀଷ୍ଟପୂର୍ବ ୫୯ରେ ରୋମରୁ ବିଶ୍ୱର ପ୍ରଥମ ଖବର କାଗଜ ପ୍ରକାଶିତ ହେବା ସହ ଭାରତରେ ୧୭୮୦ରେ ଇଂରାଜୀରେ ହିକିସ ବେଙ୍ଗଲ ଗେଜେଟ ଏବଂ ଓଡିଶାରୁ ୧୮୬୬ମସିହାରେ ଉକ୍ରଳ ଦୀପିକା ପ୍ରଥମ ଖବର କାଗଜ ପ୍ରକାଶିତ ହୋଇଥିବା ସୂଚନା ଦେଇଥିଲେ। ପରିସ୍ଥିତିକୁ ଦେଖି ତଥ୍ୟଭିତିକ, ସତ୍ୟ, ନିରପେକ୍ଷ ଓ ସଠିକ ଖବର ପ୍ରକାଶ କରିବା ସାମ୍ବାଦିକର ଧର୍ମ।ବର୍ତ୍ତମାନର ଧ୍ୱଂସ ମୁଖୀ ସମାଜକୁ ରକ୍ଷା କରିବାକୁ ସଂକୀର୍ଣ୍ଣ ସ୍ୱାର୍ଥରୁ ଉର୍ଦ୍ଧ୍ବରେ ରହି ଜନସ୍ୱାର୍ଥକୁ ଅଗ୍ରାଧିକାର ଦେଇ ସ୍ୱଛ ଓ ନୀର୍ଭିକ ତଥ୍ୟ ସମ୍ବଳିତ ସମ୍ବାଦ ପରିବେଷଣ କଲେ ୪ର୍ଥ ସ୍ତମ୍ଭର ମହତ୍ୱ ପ୍ରତିପାଦିତ ହୋଇପାରିବ ବୋଲି କହିଥିଲେ।

ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମ ତତକ୍ଷଣାତ ଖବର ପଠାଇବାରେ ମୁଖ୍ୟ ଭୂମିକା ନିଭାଉଛି। ଏହି ଅବସରରେ ଫିରିଙ୍ଗିଆ କଲେଜର ଅଧ୍ୟକ୍ଷ ଡ.ଚିତ୍ତ ରଞନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଦେବର୍ଷି ନାରଦଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପୂରାଣ ଯୁଗରେ ଦେବର୍ଷି ନାରଦ ତ୍ରିଭୁବନ ପରିକ୍ରମା କରି ସତ୍ୟ ସମ୍ବାଦ ପ୍ରଦାନ କରୁଥିଲେ। ସେଥିପାଇଁ କେତେକ ତାଙ୍କୁ କଳିହା ନାରଦ କହୁଥିଲା ବେଳେ ବାସ୍ତବରେ ସେ ସତୁଆ ନାରଦ ଥିଲେ। ମିଛକୁ ପ୍ରଶୟ ନଦେବା, ନାରୀଙ୍କୁ ଉଚ୍ଚ ଆସନ ଦେବା, ନକାରତ୍ମକ ଖବର ପ୍ରସାରଣ ନ କରିବା, ସକାରତ୍ମକ ଓ ସତ୍ୟ ଖବରକୁ ଅଗ୍ରାଧିକାର ଦେବା ନାରଦଙ୍କର ବୈଶିଷ୍ଟ୍ୟ ଥିଲା।

ଦେବର୍ଷି ନାରଦ ଖବର ସରବରାହର ଏକ ଅନୁଷ୍ଠାନ ଥିଲେ। ସେ କାହାର ଶତ୍ରୁ ନଥିଲେ। ସେହିଭଳି ଆଜିର ଯୁଗରେ ସାମ୍ବାଦିକମାନେ ସୀମାରେଖା ଭିତରେ ରହି ବ୍ୟକ୍ତି ଅପେକ୍ଷା ଦେଶକୁ ଅଗ୍ରାଧିକାର ଦେଇ ସମ୍ବାଦ ପରିବେଷଣ କରିବା ସାମ୍ବାଦିକର ଧର୍ମ ହେବା ଉଚିତ ବୋଲି କହିଥିଲେ। ଫୁଲବାଣୀ ନଗର ସଂଘଚାଳକ ଗୋବିନ୍ଦ ନାୟକ ଅତିଥି ଭାବେ ଯୋଗ ଦେଇ ଦେବର୍ଷି ନାରଦ ସାମ୍ବାଦିକତା କ୍ଷେତ୍ରରେ ଆଦର୍ଶ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଆଦିତ୍ୟ ତ୍ରିପାଠୀ, ଶିବ ବିଶ୍ୱାଳ, ବିରେନ୍ଦ୍ର ସୁବୁଦ୍ଧି, ଲଳିତ କୁମାର ମଲିକ, ଆଇନଜୀବୀ ଭଗବାନ ମହାନ୍ତି, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ପ୍ରମୁଖ ଯୋଗଦାନ କରିଥିଲେ।