BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ସ୍ୱାାଧୀନ ଯାତ୍ରା, ସଡ଼କ ସୁରକ୍ଷା ଏବଂ ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ସ୍ୱାଧୀନତା ପାଇଁ ଏସ୍‌ଏସ୍‌ଇପିଡ଼ି ବିଭାଗ ପକ୍ଷରୁ ନଭିନାଉତ୍‌ (NAVINAUT) ବଣ୍ଟନ ଶିବିର

ଭୁବନେଶ୍ୱର : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଆଜି ପୋଖରୀପୁଟସ୍ଥିତ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷଠାରେ ଆଲିଆନ୍‌ ଇନୋଭେସନ୍‌ ଲିମିଟେଡ୍‌, ହାଇଦ୍ରାବାଦର ସହଯୋଗରେ ନଭିନାଉତ୍‌ (NAVINAUT) ବଣ୍ଟନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ବିଭାଗର ନିର୍ଦ୍ଦେଶକ ନିୟତି ପଟ୍ଟନାୟକଙ୍କ ଦ୍ୱାରା ୬୦ ଜଣ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ନଭିନାଉତ୍‌ ଉପକରଣ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆଲିଆନ୍‌ ଇନୋଭେସନ୍‌ ଲିମିଟେଡ୍‌ରର ପ୍ରତିଷ୍ଠାତା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ରବି କିରଣ, ଅତିରିକ୍ତ ଶାସନ ସଚିବ ଶ୍ରୀ ଭାସ୍କାର ରାଇତୁ, ଉପଶାସନ ସଚିବ ସନ୍ନ୍ୟାସୀ କୁମାର ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଖୋର୍ଦ୍ଧା ଶ୍ରୀ ଦିଲ୍ଲୀପ ହିଆଲଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କୁ ଉପକରଣଟିର ବ୍ୟବହାର ନେଇ ପ୍ରଶିକ୍ଷଣ ଦିଆଯାଇଥିଲା ।

ପ୍ରକାଶ ଯୋଗ୍ୟ ଯେ ନଭିନାଉତ୍‌ ହେଉଛି ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ପାଇଁ ଏକ କମ୍ପାକଫ ସୁବିଧାଜନକ ଗତିଶୀଳତା ଉପକରଣ । ଧଳା ବାଡ଼ି ପରିବର୍ତ୍ତେ ଏହି ଉପକରଣ ବ୍ୟବହାର କରି ଦୃଷ୍ଟିବାଧିତ ବ୍ୟକ୍ତିମାନେ କାର୍ଯ୍ୟ କରିବା ସମୟରେ ପ୍ରତିବନ୍ଧକଗୁଡ଼ିକୁ ସହଜରେ ଚିହ୍ନଟ କରିପାରିବେ । ଗତିଶୀଳତା ଉପକରଣଟି ପୁନଃଚାର୍ଜ ହୋଇପାରୁଥିବା ବ୍ୟାଟେରୀଚାଳିତ ଯନ୍ତ୍ର ଏବଂ ଏହା ଗୋଟିଏ ଚାର୍ଜରେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ନଭନାଉତ ଉପକରଣଟିରେ ଲେଜର ପରିଚାଳିତ ଆଧୁନିକ ଲିଡାର (LIDAR) ବୈଷୟିକ କୌଶଳ ବ୍ୟବହାର କରାଯାଇଛି, ଯାହା ଦ୍ୱାରା ବ୍ୟବହାରକାରୀ ପ୍ରତିବନ୍ଧକଟିର ଦୂରତା ଓ ଉଚ୍ଚତାକୁ ସହଜରେ ଜାଣି ପାରିବେ ।

ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁୁ ସଶକ୍ତ କରିବା ଏବଂ ସେମାନଙ୍କୁ ସ୍ୱାଧୀନ ବିଚରଣର ସୁବିଧା ଦେବା ପାଇଁ ପ୍ରସ୍ତୁତ ଏହି ଉପକରଣଟି ପୂର୍ବରୁ ତୁର୍କୀ, ସାଉଦି ଆରବ ଏବଂ ସାଉଥ୍‌ ଆଫି୍ରକା ଭଳି ଦେଶରେ ଆଦୃତି ଲାଭ କରିଛି । ଭାରତରେ ପୂର୍ବରୁ ତେଲେଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ଛତିଶଗଡ଼ରେ ଏହି ଉପକରଣ ବ୍ୟବହୃତ ହେଉଥିବାବେଳେ ପ୍ରଥମ କରି ଓଡ଼ିଶାରେ ଏହା ବ୍ୟବହୃତ ହେବ । ଅନ୍ୟ ଉପରେ ନିର୍ଭରଶୀଳ ନହୋଇ ଦୃଷ୍ଟିବାଧିତ ବ୍ୟକ୍ତିମାନେ ମର୍ଯ୍ୟାଦାର ସହ ଜୀବନଯାପନ ପାଇଁ ଏହି ଉପକରଣଟି ବେଶ ସହାୟକ ହେବ ।