BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦଶପଲ୍ଲା-ଭଞ୍ଜନଗର ରାସ୍ତାରେ ଆତଙ୍କ: ପଥଚାରୀଙ୍କୁ ବ୍ଲେଡରେ ଆକ୍ରମଣ, ପୋଡ଼ି ଦେଲେ ବାଇକ

ନୟାଗଡ଼: ଦଶପଲ୍ଲା-ଭଞ୍ଜନଗର ରାଜ୍ୟ ରାଜପଥରେ ଅଭାବନୀୟ ଘଟଣା ଘଟିଛି। ଏକ ସ୍କର୍ପିଓ ଗାଡିରେ ଆସିଥିବା ୮ ଜଣ ଦୁର୍ବୃତ୍ତ ପଥଚାରୀଙ୍କୁ ଆକ୍ରମଣ ସହ ଏକ ବାଇକରେ ନିଅଁ ଲଗାଇ ଜଳାଇ ଦେଇଥିଲେ। ସେମାଙ୍କ ଆକ୍ରମଣରେ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତ ବାଇକ ଆରୋହୀ ଜଣକ ହେଉଛନ୍ତି ଖଣ୍ଡପଡ଼ା ଗ୍ରାମର ଜଟିଆ ବେହେରା ବୋଲି ଜଣ ପଡିଛି ।

ଦଶପଲ୍ଲା- ଭଞ୍ଜନଗର ରାସ୍ତାର ଦଶପଲ୍ଲା ଥାନା ସାକେଣୀ ନିକଟରେ ଆତଙ୍କ ଦୁର୍ବୃତ୍ତ ରଚିଛନ୍ତି। ଏକ ବାଇକରେ ଯାଉଥିବା ଜାତିଆଙ୍କ ସହ ତାଙ୍କ ଦୁଇଜଣ ସାଙ୍ଗ ବ୍ୟବସାୟୀଙ୍କୁ ପ୍ରାୟ ୮ଜଣ ଦୁର୍ବୃତ୍ତ ବୋଲେରୋରେ ଆସି ଅଟକାଇବା ସହ ମରଣାନ୍ତକ ଆକ୍ରମଣ କରିଛନ୍ତି। ଘଟଣା ସ୍ଥଳରୁ ଦୁଇ ବ୍ୟବସାୟୀ ଖସି ଯାଇଥିବା ବେଳେ ଜଟିଆଙ୍କୁ ଅତି ଅମାନବୀୟ ଭାବରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ବାଇକକୁ ଜାଳି ଦେଇଛନ୍ତି। ଏପରିକି ଜଟିଆଙ୍କ ଠାରୁ ମୋବାଇଲ ଓ ନଗଦ ୭୨୦୦ ଟଙ୍କା ଲୁଟି ନେଇଥିଲେ।

ଦଶପଲ୍ଲା ଥାନା ଅଧୀନ ଥିବା ସାକେଣୀ ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ସେ ତାଙ୍କର ଦୁଇ ଜଣ ସାଙ୍ଗ ସହ ଏକ କାମ ପାଇଁ ଭଞ୍ଜନଗର ଯାଉଥିବା ବେଳେ ଭୋର୍ ୪ଟା ସମୟରେ ଦୁର୍ବୃତ୍ତମାନେ ଜଟିଆଙ୍କ ବାଇକ୍ ଅଟକାଇ ତାଙ୍କ ପାଖରେ ଥିବା ଟଙ୍କା ଦେବାକୁ କହିଥିଲେ। ସେମାନଙ୍କ କଥାରେ ଜଟିଆ ରାଜି ନ ହେବାରୁ ହଠାତ୍ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ। ଜଟିଆଙ୍କୁ ମାଡ଼ ମାରି ବ୍ଲେଡ୍ ଦ୍ୱାରା ଆକ୍ରମଣ କରିଥିଲେ। ତାଙ୍କ ସହିତ ଥିବା ଅନ୍ୟ ଦୁଇ ଜଣ ଭୟରେ ଘଟଣାସ୍ଥଳରୁ ପଳାଇଯାଇଥିଲେ। ଆକ୍ରମଣ ପରେ ଦୁର୍ବୃତ୍ତମାନେ ବାଇକକୁ ପୋଡ଼ି ଦେଇଥିଲେ।

ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ଆହତ ଜଟିଆଙ୍କୁ ଉଦ୍ଧାର ପରେ ଦଶପଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏହି ଘଟଣା ସମ୍ପର୍କରେ ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଛି ଏବଂ ପୋଲିସ ଘଟଣାସ୍ଥଳ ପରିଦର୍ଶନ ସହ ତଦନ୍ତ ଆରମ୍ଭ କରିଛି।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ