BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ସ୍ବପ୍ନ ଦୁନିଆଠାରୁ ବାସ୍ତବ ଦୁନିଆ କେତେ ମଧୁର…

ଗରିବ ଝିଅ ଟିଏ ନାଁ ତାର ଚଞ୍ଚଳା। ତା’ର ବାପ ମରିଯାଇଥାଏ। ମା ଓ ତା’ର ତିନି ଭାଇ ଭଉଣୀ କୁ ନେଇ ତାଙ୍କ ସଂସାର। ଘରେ ଦୁଇଟି ଦୁଆଁଳିଆ ଗାଈ ଥାଏ। ଚଞ୍ଚଳା କ୍ଷୀର ବିକି ଯାହା ପଇସା ପାଏ ଦୁଃଖ,କଷ୍ଟରେ ତାଙ୍କ ସଂସାର ଚଳିଯାଏ ।

ଚଞ୍ଚଳା ଭଲ କ୍ଷୀର ବିକୁ ଥିବାରୁ ତା’କୁ ଆଉ ଚାରିପାଞ୍ଚ ଜଣ ଲୋକ କ୍ଷୀର ଦେବାପାଇଁ କହିଲେ।ଚଞ୍ଚଳା କଣ କଲା ନା ଖାଣ୍ଟି କ୍ଷୀରରେ ଅଧିକ ପାଞ୍ଚଲିଟର ପାଣି ପୁରାଇ ଦେଇ କ୍ଷୀର ହାଣ୍ଡିଟିକୁ ମୁଣ୍ଡରେ ମୁଣ୍ଡାଇ ବିକିବାକୁ ଲାଗିଲା। ବାଟରେ ଭାବିଲା

ଆଜି ମୁଁ କ୍ଷୀର ବିକି ଯଥେଷ୍ଟ ଅଧିକ ଟଙ୍କା ପାଇବି । ଏହି ଟଙ୍କାରେ ପାଞ୍ଚଟା ଛେଳି କିଣି ଆଣିବି,ଆଜିକାଲି ମାଂସର ଚାହିଦା ବେଶି,ଛେଲିପଲ ପଡିଗଲେ ମୁଁ ଛେଳି ବିକି ବହୁତ୍ ଟଙ୍କା ରୋଜଗାର କରିବି। ସେହି ଟଙ୍କାକୁ ରଖି ରଖି ମୁଁ ଗୋଟିଏ ବଡ଼ ସୁନାଗହଣା ଦୋକାନ କରିବି। ଗହଣା ବେପାରରେ ତ ଡବଲ୍ ଲାଭ । ମୁଁ ଖୁବ୍ ଶୀଘ୍ର ଧନୀ ହୋଇଯିବି।

ଆଉ ଗାଆଁ ଗାଆଁ ବୁଲି କ୍ଷୀର ବିକିବାକୁ କଷ୍ଟ ପଡିବ ନାହିଁ।ବଡ଼ କୋଠଘର କରିବି,ରଙ୍ଗୀନ ଟିଭି, ଫ୍ରିଜ୍ ରଖିବି।ଭଲ ଖାଦ୍ୟ ଖାଇବି,ଚକ ଚକିଆ ଦାମୀ ପୋଷାକ ପିନ୍ଧିବି।ଚକ ଚକିଆ ପୋଷାକ ପିନ୍ଧିଲେ ମୋ ଚେହେରା ଖୁବ୍ ଆକର୍ଷଣୀୟ ଦେଖାଯିବ।ମୋ ସୁନ୍ଦର ଚେହେରା ଦେଖି ମୋ ପ୍ରତି ବହୁ ଯୁବକ ଆକୃଷ୍ଟ ହେବେ।

ହେଲେ ମୁଁ ଜଣେ ସବୁଠାରୁ ଧନୀ ଯୁବକକୁ ବିବାହ ହେବି।ସାରା ଜୀବନ ଆରାମ ରେ କଟାଇବି। ଯଦି କେହି ଦରିଦ୍ର ଯୁବକ ମୋତେ ବିଭା ହେବାକୁ କୁହେ ମୁଁ ତାକୁ ରୋକଠୋକ୍ ଜବାବ୍ ଦେବି। “ତୁ ମୋତେ କ’ଣ ଭାବୁଛୁ କିରେ ଟୋକା ମୁଁ ତୋ ପରି କାଙ୍ଗାଳକୁ ବିଭା ହେବି ନା ହୋଇପାରିବ ନାହିଁ। ନା କହିଲା ବେଳେ ମୁଣ୍ଡଟିକୁ ଜୋରେ ହଲାଇ ଦେଲା।କ୍ଷୀର ହାଣ୍ଡିଟି ତଳେ ପଡି କ୍ଷୀରତକ ମାଟିରେ ମିଶି ଗଲା।

ସେହିପରି ଚଞ୍ଚଳା ର ସ୍ବପ୍ନ ମଧ୍ୟ ପବନରେ ମିଶିଗଲା। ଚଞ୍ଚଳା ବୁଝିପାରିଲା ସ୍ବପ୍ନ ଦୁନିଆ ଠାରୁ ବାସ୍ତବ ଦୁନିଆ କେତେ ମଧୁର ଥିଲା। ଉପସ୍ଥାପନା: ଶୁଭସ୍ମିତା ପ୍ରଧାନ