BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦୁଇ ଦିନ ତଳେ ପ୍ରେମିକା ସୋଲମୀ ମୁର୍ମୁ କରିଥିଲେ ଆତ୍ମହତ୍ୟା, ୟୁଟ୍ୟୁବର ଲବ ହାଂସଦାଙ୍କ ବିରୋଧରେ ହୋଇଛି ଥାନାରେ ଏତଲା

ବେଙ୍ଗାଲୁରୁ: ଦିନକୁ ଦିନ ୟୁଟ୍ୟୁବର ଲବ ହାଂସଦାଙ୍କ ଅଡୁଆ ବଢୁଛି ଏବଂ ବିବାଦ ଘେରରେ ରହିଛନ୍ତି ୟୁଟ୍ୟୁବର ଲବ ହାଂସଦା । ବେଙ୍ଗାଲୁରୁର ଏଚଏସଆର ଲେଆଉଟ ପୋଲିସ ଥାନାରେ ଲବ ବିରୋଧରେ ଏତଲା ହୋଇଛି। ଲବ ହାଂସଦାଙ୍କ ପ୍ରେମିକା ସୋଲମୀ ମୁର୍ମୁ ୨ ଦିନ ତଳେ ଆତ୍ମହତ୍ୟା କରିଥିବାବେଳେ ଏଥିପାଇଁ ଲବ ହାଁସଦାକୁ ଦାୟୀ କରିଛନ୍ତି ମୃତ ସୋଲମୀଙ୍କ ଭାଇ।

ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର । ତାଙ୍କ ଘର ବିହାରରେ ଥିବାବେଳେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା । ଲବ ହାଁସଦାର ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବାକୁ ପାଇଥିଲା ସୋଲମୀ । ଏନେଇ ଲବକୁ ପଚାରିବାରୁ ବାରମ୍ବାର ନିର୍ଯାତନା ଦେଇଆସୁଥିଲା ଲବ । ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ସୋଲମୀ । ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ମଧ୍ୟ ସୋଲମୀ ଲବକୁ ଯୋଗାଯୋଗ କରିଥିଲେ ବୋଲି ସୋଲମୀଙ୍କ ଭାଇ କହିଛନ୍ତି ।