BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ମହିଳାମାନଙ୍କ ପାଇଁ ସମ୍ମାନ, ସୁଯୋଗ ଏବଂ ସମାନତା ସୁନିଶ୍ଚିତ କରିବା ହେଉଛି ସମୟର ଆହ୍ୱାନ – ରାଜ୍ୟପାଳ

ଭୁବନେଶ୍ୱର: ଯେ କୌଣସି ସମାଜର ଶକ୍ତି ଏହାର ମହିଳାମାନଙ୍କ ପ୍ରତି ପ୍ରଦର୍ଶନ କରାଯାଉଥିବା ବ୍ୟବହାର ଉପରେ ନିର୍ଭର କରେ। ଏଣୁ ଏକ ସୁସ୍ଥ ସମାଜ, ଶକ୍ତିଶାଳୀ ଓ ସମୃଦ୍ଧ ଦେଶ ଗଠନ ନିମନ୍ତେ ପୃଷ୍ଠଭୂମି ଓ ଭୌଗଳିକ ପରିବେଶ ନିର୍ବିଶେଷରେ ମହିଳାମାନଙ୍କ ପାଇଁ ସମ୍ମାନ, ସୁଯୋଗ ଏବଂ ସମାନତା ସୁନିଶ୍ଚିତ କରିବା ହେଉଛି ସମୟର ଆହ୍ୱାନ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି। ଆଜି “ମା’ ଘର ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର” ଏବଂ “ଏସ୍.ଏସ୍. ହସ୍ପିଟାଲ, ତାଳଚେର”ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଆୟୋଜିତ “ବିଶ୍ୱ ମାତୃ ଦିବସ” ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି।

ଏହି ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ମାତୃ ଦିବସ କେବଳ ମାତୃତ୍ୱର ଏକ ଉତ୍ସବ ନୁହେଁ, ଏହା ବିଶ୍ୱରେ ପ୍ରତିଦିନ ମା’ମାନଙ୍କର ପାଳନକାରୀ ଆତ୍ମା, ଅସୀମ ସ୍ନେହ ଏବଂ ତ୍ୟାଗର ସ୍ୱୀକୃତି। ଏହା ଏକ ଦିନ ଯାହା ଆମ ପ୍ରତ୍ୟେକଙ୍କ ପାଇଁ ଗଭୀର ଭାବଉଦ୍ରେକକାରୀ ମହତ୍ୱ ବହନ କରେ ବୋଲି ରାଜ୍ୟପାଳ କହିଥିଲେ।

ମା’ଘର ଫାଉଣ୍ଡେସନ୍ ଟ୍ରଷ୍ଟ, ଭୁବନେଶ୍ୱର ଏବଂ ଏସ୍.ଏସ୍. ହସ୍ପିଟାଲ, ତାଳଚେରର ମିଳିତ ପ୍ରୟାସରେ “ବିଶ୍ୱ ମାତୃ ଦିବସ” ଅବସରରେ “ସମୟର ଆବଶ୍ୟକତା” ଶୀର୍ଷକ ସେମିନାର ଆୟୋଜନ କରିଥିବାରୁ ରାଜ୍ୟପାଳ ସାଧୁବାଦ ଜଣାଇବା ସହିତ ଆମ ସମାଜ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ଆଲୋଚନା ଓ ବିଚାରବିମର୍ଷ ନିମନ୍ତେ ବୁଦ୍ଧିଜୀବୀ, ନୀତି ନିର୍ଦ୍ଧାରକ, ସାମାଜିକ କର୍ମୀ ଏବଂ ସ୍ୱାସ୍ଥ୍ୟ ସେବା ସହ ଜଡିତ ବୃତ୍ତିଧାରୀ ଏକତ୍ର ହୋଇଥିବାରୁ ଖୁସି ପ୍ରକଟ କରିଥିଲେ। ଏପରି ପଦକ୍ଷେପ କେବଳ ସମୟୋଚିତ ନୁହେଁ, ବରଂ ସମାବେଶୀ ବିକାଶ, ସଶକ୍ତିକରଣ ଦିଗରେ ଆମର ସାମୁହିକ ଯାତ୍ରାରେ ବହୁତ ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ।

ଓଡିଶାର ଦୁର୍ଗମ ଓ ଅନୁନ୍ନତ ଅଞ୍ଚଳରେ ବିଭିନ୍ନ ସମସ୍ୟାର ସମାଧାନ, ଶାନ୍ତି ପ୍ରତିଷ୍ଠା ପାଇଁ ନିରନ୍ତର ପଦକ୍ଷେପ, ମହିଳାମାନଙ୍କୁ ସଶକ୍ତ କରିବା, ଗୋଷ୍ଠୀଙ୍କୁ ପୋଷଣ କରିବା, ଶିକ୍ଷା ଓ କଲ୍ୟାଣମୂଳକ ପଦକ୍ଷେପକୁ ସହଜ କରିବା ଦିଗରେ ଅନୁଷ୍ଠାନର ଉତ୍ସର୍ଗୀକୃତ ପ୍ରଚେଷ୍ଟା ପାଇଁ ଖୁସି ପ୍ରକଟ କରିଥିଲେ। ସେହିପରି ମହିଳାମାନଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଉପରେ ଏସ୍.ଏସ୍. ହସ୍ପିଟାଲ, ତାଳଚେରର ପ୍ରୟାସ ପାଇଁ ଖୁସି ହେବା ସହ ଏହା ଏକ ସୁସ୍ଥ ଏବଂ ଶକ୍ତିଶାଳୀ ସମାଜ ଗଠନରେ ମୂଳଦୂଆ ବୋଲି କହିଥିଲେ।

ଏହି ସମାରୋହରେ ସମ୍ମାନନୀୟ ଅତିଥିଭାବେ ଓଡିଶାର ଆଇନ୍, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଏତଦ୍ବ୍ୟତୀତ ସମାରୋହର କୋ-ଅର୍ଗାନାଇଜର ଆଡ୍ଭୋକେଟ୍ ଋତୁପର୍ଣ୍ଣା ମହାନ୍ତି ଏବଂ ଡ. ସୁସ୍ମିତା ସାହୁ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରୋଗ୍ରାମ କୋ-ଅର୍ଡିନେଟର ଆଡଭୋକେଟ୍ ଜ୍ଞାନଦୀପ ବିଶ୍ୱପ୍ରସାଦ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଶେଷରେ ଟ୍ରଷ୍ଟି ଶ୍ରୀମତୀ ସୁନିତା ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।