BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କଲମା ବ୍ୟାରେଜର ୬୫ଗେଟ୍ ବନ୍ଦ, ଓଡ଼ିଶାରେ ଉତ୍କଟ ଜଳ ସଙ୍କଟ

ସରକାରଙ୍କ ହସ୍ତକ୍ଷେପ ଦାବିକଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର : ଛତିଶଗଡ଼଼ ସରକାର କଲମା ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ କରିବା ଦ୍ୱାରା ଓଡ଼ିଶାରେ ଗମ୍ଭୀର ଜଳ ସମସ୍ୟା ସୃଷ୍ଟି ହୋଇଛି। ଚଳିତବର୍ଷ ଏପ୍ରିଲ ଆରମ୍ଭରୁ କଲମା ବ୍ୟାରେଜର ୬୬ଗେଟ୍ ମଧ୍ୟରୁ ୬୫ଟି ଗେଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କେବଳ ଗୋଟିଏ ଗେଟ୍ରେ ମାତ୍ର ୫ ସେଣ୍ଟିମିଟର ଖୋଲା ରହିଛି। ଯାହାଫଳରେ ମହାନଦୀର ନିମ୍ନ ଅବବାହିକା ଜଳ ସ୍ରୋତ କମିବା ସହିତ ମହାନଦୀର ସମସ୍ତ ଶାଖାନଦୀ ଗୁଡ଼ିକ ଶୁଖି ଗଲାଣି।
ପ୍ରତ୍ୟେକ ଥର ଛତିଶଗଡ଼଼ ସରକାରଙ୍କ ଏପରି ଏକ•ଟିଆ ନିଷ୍ପତ୍ତି ଯୋଗୁଁ ଓଡ଼ିଶାବାସୀଙ୍କ ପାଇଁ ଏକ ଗମ୍ଭୀର ଜଳ ଅଭାବ ସୃଷ୍ଟି ହୋଇଛି। କାରଣ ମାର୍ଚ୍ଚ ମାସ ଶେଷ ସପ୍ତାହରୁ ରାଜ୍ୟରେ କୌଣସି ପାଣି ପ୍ରବାହିତ ହୋଇନାହିଁ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ସୁଖାସୋଡ଼ା ପରି ଅଞ୍ଚଳରେ ଯେଉଁଠାରୁ ମହାନଦୀ ଓଡ଼ିଶାରେ ପ୍ରବେଶ କରେ, ସେହି ନଦୀପଠା ଏବେ ମରୁଭୂମି ପାଲଟିଛି। ଟ୍ରିପଲ୍ ଇଞ୍ଜିନ ସରକାରଙ୍କ ବିଫଳତା ଯୋଗୁଁ ଏଭଳି ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି।

କେନ୍ଦ୍ର ଛତିଶଗଡ଼଼ ଏବଂ ଓଡ଼ିଶାରେ ବିଜେପି ନେତୃତ୍ୱାଧୀନ ସରକାର ଏହା ଉପରେ ଦୃଷ୍ଟ ନଦେବା ଦୁର୍ଭାଗ୍ୟର ବିଷୟ। କେନ୍ଦ୍ର ସରାକରଙ୍କ ନିୟନ୍ତ୍ରଣ ଏବଂ ଉଭୟ ରାଜ୍ୟରେ ବିଜେପିର ଉପସ୍ଥିତି ସତ୍ତେ୍ୱ ଦୀର୍ଘକାଳୀନ ମହାନଦୀ ଜଳ ବିବାଦ ଅସମାହିତ ହୋଇ ରହିଛି ଯାହା ଓଡ଼ିଶାରେ ଜଳ ଅଭାବ ସୃଷ୍ଟି କରିଛି। ଜଳ ଅଭାବର ପ୍ରଭାବ ସୁଦୂରପ୍ରସାରୀ। ପାରମ୍ପରିକ ଭାବରେ ଜୀବିକା ପାଇଁ ମହାନଦୀ ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀମାନେ ଏବେ ଜୀବିକା ନିର୍ବାହ ପାଇଁ ସଂଘର୍ଷ କରୁଛନ୍ତି। ପାଣିର ଅଭାବ •ଷୀମାନଙ୍କୁ ମଧ୍ୟ ପ୍ରଭାବିତ କରିଛି। ବିଶେଷକରି ରବି ଫସଲ •ଷ କରୁଥିବା କୃଷକମାନେ ଜଳସେଚନ ପାଇଁ ନଦୀ ଜଳ ଉପରେ ନିର୍ଭର କରନ୍ତି, ସେମାନେ ଏବେ ନିଜର ଜୀବିକା ହରାଉଛନ୍ତି। ଏହି ସମସ୍ୟା କେବଳ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁନାହିଁ ବରଂ ଓଡ଼ିଶାରେ ଭୂତଳ ଜଳସ୍ତରରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରସା ଘଟିଛି।

ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘକାଳୀନ ଜଳ ବିବାଦର ସମାଧାନ କରିବା ଲକ୍ଷ୍ୟରେ ସୁପ୍ରିମକୋର୍ଟ ୧୨ ମାର୍ଚ୍ଚ ୨୦୧୮ରେ ମହାନଦୀ ଜଳ ବିବାଦ ଟ୍ରିବୁନାଲ ପ୍ରତିଷ୍ଠା କରିଥିଲେ। କିନ୍ତୁ ସାତବର୍ଷ ପରେ ଏହି ସମସ୍ୟାର ସମାଧାନ ଅଦ୍ୟାବଧି ହୋଇପାରି ନାହିଁ। ଅଣମୌସୁମୀ ଋତୁରେ କଲମା ବ୍ୟାରେଜର ଗେଟ୍ ବନ୍ଦ ହେବା ଦ୍ୱାରା ଓଡ଼ିଶାରେ ଜଳ ସମସ୍ୟାକୁ ଆହୁରି ଜଟିଳ କରିଛି। ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗିରହିଛି, ଏଥିପାଇଁ ପାଣି ଏବେ ଲୋକଙ୍କର ନିତାନ୍ତ ଆବଶ୍ୟକ, ଏଭଳି ଏକ ଗମ୍ଭୀର ସମୟରେ ସରାକାର କୌଣସି ପଦକ୍ଷେପ ନ ନେଇ ବୀରବଦ୍ରଷ୍ଟା ସାଜିଛନ୍ତି ଯାହା ସରକାରଙ୍କ ଅପାରଗତାକୁ ସୁ•ଉଛି।

ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ ଛତିଶଗଡ଼଼ ସରକାରଙ୍କ ନିଷ୍ପତ୍ତିକୁ କଡ଼ା ନିନ୍ଦା କରିବା ସହିତ ଛତିଶଗଡ଼଼ ସରକାର ଓଡ଼ିଶାକୁ ମରୁଭୂମିରେ ପରିଣତ କରିବାର ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ମହାନଦୀ ଜଳ ବିବାଦର ଶୀଘ୍ର ସମାଧାନ ହେବା ଆବଶ୍ୟକ। କାରଣ ଏହା ଓଡ଼ିଶାର ଲୋକଙ୍କ ବଞ୍ôଚବା ପାଇଁ ଅତ୍ୟନ୍ତ ଗୁରୁ୍ତ୍ୱପୂର୍ଣ୍ଣ। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ଜଳ ସଙ୍କଟ ସମସ୍ୟାର ସାଧାନ କରନ୍ତୁ ବୋଲି ଶ୍ରୀ ଯାଦବ ଦାବି କରିଛନ୍ତି।