BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଲକ୍ଷପତି ଦିଦିମାନଙ୍କୁ ମହିଳା ଉଦ୍ୟୋଗୀରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି-ଉପ ମୁଖ୍ୟମନ୍ତ୍ରୀ

ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ନାବାର୍ଡ) ସହଯୋଗରେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ଜୀବିକାକୁ ପ୍ରୋତ୍ସାହିତ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ହସ୍ତକ୍ଷେପ

ଭୁବନେଶ୍ୱର: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ନାବାର୍ଡ ଓଡ଼ିଶା ଆଞ୍ଚଳିକର ସି.ଜି.ଏମ୍ ସୁଧାଂଶୁ କେ କେ ମିଶ୍ର ଏବଂ ତାଙ୍କ ଟିମ୍ ସହ ମିଶନ ଶକ୍ତି ଓ ନାବାର୍ଡ ମଧ୍ୟରେ ଏକ ସହଯୋଗୀ ଆଭିମୁଖ୍ୟରେ ଜୀବିକାର ପ୍ରଚାର ପ୍ରସାର ଏବଂ ଅଧିକ ସଂଖ୍ୟକ ଲକ୍ଷପତି ଦିଦି ସୃଷ୍ଟି ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ରାଜ୍ୟ ମିଶନ ନିର୍ଦେଶିକା-ତଥା-ସି.ଇ.ଓ., ଓ.ଏଲ.ଏମ୍. ଏବଂ ମିଶନ ଶକ୍ତିର ନିର୍ଦ୍ଦେଶିକା,ଡ. ମୋନିକା ପ୍ରିୟଦର୍ଶିନୀ, ବିଭାଗୀୟ ଓ ନାବାର୍ଡର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ପ୍ରାରମ୍ଭରେ ଉପମୁଖ୍ୟମନ୍ତ୍ରୀ ୨୦୨୭ ସୁଦ୍ଧା ରାଜ୍ୟରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ବିବିଧ ଏବଂ ସ୍ଥାୟୀ ଜୀବିକା ଏବଂ ଉଦ୍ୟୋଗ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ସମସ୍ତ ଲକ୍ଷପତି ଦିଦିମାନଙ୍କୁ ମହିଳା ଉଦ୍ୟୋଗୀରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି। ଦେଶରେ ସ୍ୱୟଂ ସହାୟକ ଗୋଷ୍ଠୀ ଆନ୍ଦୋଳନର ଅଗ୍ରଣୀ ଭୂମିକା ନେଇଥିବା ନାବାର୍ଡ ଏହାର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପଦକ୍ଷେପଗୁଡ଼ିକୁ ବିଭିନ୍ନ ଉପାୟରେ ସଶକ୍ତ କରିବାକୁ ସେ ପରାମର୍ଶ ଦେଇଥିଲେ। ନାବାର୍ଡ ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୧୯୭. ୮୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ସିଜିଏମ୍ ସୂଚନା ଦେଇଛନ୍ତି। ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଓ ନାବାର୍ଡ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଆର୍ଥିକ ବର୍ଷ ୨୦୨୪-୨୫ ରେ ଓଡିଶା ପାଇଁ ୫୯ଟି କ୍ଷୁଦ୍ର ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ(ଏମ୍.ଇ.ଡି.ପି.), ୧୫ଟି ଜୀବିକା ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ (ଏଲ.ଇ.ଡି.ପି.), ୬ଟି ଭ୍ରମଣକାରୀ ଯାନ ଓ ୩ଟି ଗ୍ରାମୀଣ ଦୋକାନ ମଂଜୁର କରାଯାଇଅଛି।

ଏତଦ ବ୍ୟତୀତ ରାଜ୍ୟରେ ଗ୍ରାଜୁଏଟ୍ ଗ୍ରାମୀଣ ଆୟ ସୃଷ୍ଟି କାର୍ଯ୍ୟକ୍ରମ (ଜିଆରଆଇପି), ମୟୂରଭଞ୍ଜ ଜିଲ୍ଲାରେ ଅତ୍ୟଧିକ ଗରିବରୁ ନାନୋ ଉଦ୍ୟୋଗୀଙ୍କୁ ସ୍ନାତକ କରିବା ପାଇଁ କାର୍ଯ୍ୟକାରୀ ହେଉଥିବା ପାଇଲଟ୍ ପ୍ରକଳ୍ପ, ବ୍ୟାଙ୍କ ସଖୀ ଭାବରେ କାର୍ଯ୍ୟ କରିବା ପାଇଁ ଲକ୍ଷପତି ଦିଦିଙ୍କ ଡିଜିଟାଲ ସଶକ୍ତୀକରଣ, ବିଏଆଇଏଫ ସହଯୋଗରେ ଦୁଗ୍ଧ ପ୍ରକଳ୍ପ ଏବଂ ଐତିହ୍ୟ ଡାଏରୀ ସହିତ ଗୋପରେ ଦୁଗ୍ଧ ମୂଲ୍ୟ ଶୃଙ୍ଖଳ ଇତ୍ୟାଦି ନାବର୍ଡର ସହାୟତାରେ କରାଯାଉଅଛି।
ଓଡିଓପି (ଗୋଟିଏ ଜିଲ୍ଲା ଏକ ଉତ୍ପାଦ) ଉପରେ ଧ୍ୟାନ ଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏହି ହସ୍ତକ୍ଷେପକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। ମିଶନ ଶକ୍ତି ବିଭାଗ ଓ ଓଡ଼ିଶା ଜୀବିକା ମିଶନର ମିଳିତ ସହଯୋଗରେ ସର୍ବୋତ୍ତମ ଅଭ୍ୟାସକୁ ବଢ଼ାଇବା ପାଇଁ ଏକ ଠୋସ୍ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରଚୁର ପରିମାଣରେ ଉତ୍ପାଦିତ କଦଳୀ, ଆମ୍ବ ଓ ଛତୁର ମୂଲ୍ୟ ଶୃଙ୍ଖଳ ସୃଷ୍ଟି ଉପରେ ସେ ଗୁରୁତ୍ଵାରୋପ କରିଥିଲେ। ଏହାବ୍ୟତୀତ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଶୁଖୁଆର ମୂଲ୍ୟ ଶୃଙ୍ଖଳ ଏକ ବଡ଼ ହସ୍ତକ୍ଷେପ ହୋଇପାରେ।

ଉପମୁଖ୍ୟମନ୍ତ୍ରୀ ବିଶେଷ କରି ସହରାଞ୍ଚଳରେ ଘରେ ତିଆରି ଓଡ଼ିଆ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ସେ ‘ଲକ୍ଷପତି ଦିଦି’ ଓ ‘ସୁଭଦ୍ରା ଶକ୍ତି’ର ମିଳିତ ବ୍ରାଣ୍ଡିଂ ମାଧ୍ୟମରେ ଏସ୍.ଏଚ .ଜି ମହିଳାଙ୍କ ଦ୍ୱାରା କମ୍ୟୁନିଟି କିଚେନ୍ ଶୁଭାରମ୍ଭ କରିବା ପାଇଁ ଗୁରୁତ୍ଵାରୋପ କରିଥିଲେ। ପୁରୀ ଓ କୋଣାର୍କରେ ପରୀକ୍ଷାମୂଳକ ଭାବେ ଏହି କମ୍ୟୁନିଟି କିଚେନ୍ ଆରମ୍ଭ ହୋଇପାରିବ। ଅଧିକାଂଶ ପର୍ଯ୍ୟଟନ ସ୍ଥଳ ଥିବା ସ୍ଥାନରେ ଏସ୍.ଏଚ .ଜି ମହିଳାଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ଖାଦ୍ୟଟ୍ରକ୍ (Food Truck) ଯୋଜନାକୁ ନାବାର୍ଡ ଆବଶ୍ୟକୀୟ ଆର୍ଥିକ ସହାୟତା ଦେବାକୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ଦରକାର ପଡିଲେ ଏଥିପାଇଁ ନାବାର୍ଡର ଉପରିସ୍ଥ ଅଧିକାରୀଙ୍କର ସ୍ଵତନ୍ତ୍ର ଅନୁମତି ଆଣିବା ଉପରେ ସେ ଗୁରୁତ୍ଵ ଦେଇଥିଲେ । ମହିଳା ଉଦ୍ୟୋଗୀଙ୍କ ଦିଗରେ ବାଟ ଖୋଲିବା ପାଇଁ ଏହି ହସ୍ତକ୍ଷେପଗୁଡ଼ିକୁ ବ୍ୟାପକ ଏବଂ ବଜାୟ ରଖିବା ପାଇଁ ଏକ ସୁଦୃଢ଼ ଯୋଗାଣ ଶୃଙ୍ଖଳା ବିକଶିତ କରିବାକୁ ସେ ପରାମର୍ଶ ଦେଇଥିଲେ।