BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ପ୍ରତ୍ୟେକ ମଣିଷ ଭିନ୍ନ, ସ୍ବତନ୍ତ୍ର ଏବଂ ଆକାଶ ଛୁଇଁବା ପାଇଁ ଦକ୍ଷ-ଡକ୍ଟର ଶୃତି ମହାପାତ୍ର

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ଲୋକ ପ୍ରଶାସନ ଏବଂ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଇ-ଲାଇବ୍ରେରୀରେ ଏକ ସ୍ୱତନ୍ତ୍ର ବକ୍ତୃତାମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅକ୍ଷମ ସୂଚନା ଏବଂ ସମ୍ବଳ କେନ୍ଦ୍ର(ସ୍ୱାଭିମାନ)ର ପ୍ରତିଷ୍ଠାତା ଡକ୍ଟର ଶୃତି ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ “ପ୍ରତ୍ୟେକ ମଣିଷ ଭିନ୍ନ, ସ୍ବତନ୍ତ୍ର ଏବଂ ଆକାଶ ଛୁଇଁବା ପାଇଁ ଦକ୍ଷ” ବୋଲି ପ୍ରକାଶ କରିଥିଲେ। ଡକ୍ଟର ମହାପାତ୍ର ତାଙ୍କ ନିଜ ଜୀବନର ସମସ୍ତ ଘଟଣାବଳୀକୁ ସଂକ୍ଷେପରେ ଉପସ୍ଥାପନ କରିଥିଲେ। ଏକ ଦୁର୍ଘଟଣା ପରେ ଜୀବନ ପରିବର୍ତ୍ତନକାରୀ ସମସ୍ୟା ଗୁଡ଼ିକୁ ପରାସ୍ତ କରିବାଠାରୁ ଆରମ୍ଭ କରି ବିକଳାଙ୍ଗତା ସମର୍ଥନ ଏବଂ ଅନ୍ତର୍ଭୁକ୍ତ ନୀତି ନିର୍ଦ୍ଧାରଣରେ ଏକ ଜାତୀୟ ଉଦାହରଣ ହେବା ପର୍ଯ୍ୟନ୍ତ, ତାଙ୍କର କାହାଣୀ କେବଳ ପ୍ରେରଣାଦାୟକ ନୁହେଁ ବରଂ ଅନ୍ତର୍ଭୁକ୍ତି, ମର୍ଯ୍ୟାଦା ଏବଂ ସ୍ଥିରତାର ଗୁରୁତ୍ୱ ଉପରେ ଏକ ଜାଗ୍ରତ ଆହ୍ୱାନ ଥିଲା ବୋଲି ପ୍ରକାଶ କରିଥିଲେ।

ଲୋକ ପ୍ରଶାସନ ବିଭାଗ ମୁଖ୍ୟ ଡକ୍ଟର ପ୍ରତିମା ଷଡଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସହକାରୀ ପ୍ରଫେସର ଡକ୍ଟର ହେମନ୍ତ କୁମାର ଦାଶ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦର୍ଶନ ବିଭାଗ ମୁଖ୍ୟ ନନ୍ଦିନୀ ମିଶ୍ର, ଚିଫ ଲାଇବ୍ରେରିଆନ ଆଶାପୂର୍ଣ୍ଣ ପ୍ରିୟଦର୍ଶିନୀ ନାୟକ, ବିଶ୍ୱଜିତ ବିଶ୍ୱାଳ ଓ ରାଜୀବ ମିଲନ ଉପସ୍ଥିତ ଥିଲେ। ଏମଜେଏମସି ବିଭାଗର ସେମିନାର୍ ସେକ୍ରେଟାରୀ ସାର୍ଥକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।