BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରୋଟାରୀ ଏଲିଟ’ର ଅଧିଷ୍ଠାନ ଦିବସ -ସଭାପତି ଭାବେ ରୋଟାରିଆନ ସୁବ୍ରତ ଦାସ, ସମ୍ପାଦକ ସୌରେନ୍ଦ୍ର ଦାଶ ମନୋନୀତ

ଭୁବନେଶ୍ବର:ଭୁବନେଶ୍ୱରର ସ୍ଥାପିତ ରୋଟାରୀ ଏଲିଟ ର 2023-24 ବର୍ଷ ପାଇଁ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇ ଅଛି। ଏହି ଅବସରରେ ରୋଟାରୀ ଏଲିଟର ନୂତନ କର୍ମକର୍ତା ମାନେ ଦାୟିତ୍ୱ ଗ୍ରହଣ କରିଥିଲେ,। ନୂତନ ସଭାପତି ଭାବେ ରୋଟାରୀଆନ ସୁବ୍ରତ ଦାସ ବିଦାୟୀ ସଭାପତି ଚିତ୍ତରଞ୍ଜନ ମିଶ୍ର ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରି ଥିବା ବେଳେ ଗତ ବର୍ଷର ସମ୍ପାଦିକା ରୋଟାରୀଆନ ସସ୍ମିତା ଦାଶ କ୍ଲବ ର ବରିଷ୍ଠ ସଭ୍ୟ ସୌରେନ୍ଦ୍ର ଦାଶଙ୍କୁ ଦାୟିତ୍ୱ ପ୍ରଦାନ କରି ଥିଲେ।
ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ କଲେଜର ପ୍ରିନସିପାଲ ଡ.ସୁକାନ୍ତ କୁମାର ନନ୍ଦ ଯୋଗ ଦେଇ ରୋଟାରୀର କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ 2025-26 ପାଇଁ ନିର୍ବାଚିତ ପ୍ରାନ୍ତପାଳ ରୋଟାରୀଆନ ମନୋଜ ତ୍ରିପାଠୀ ଯୋଗ ଦେଇ ଦୀର୍ଘ ଦୁଇ ଦଶନ୍ଧି ରୁ ଉର୍ଦ୍ଧ ଧରି ଏଲିଟ କରୁ ଥିବା ଉନ୍ନତି ମୂଳକ କାର୍ଯ୍ୟ ସାମାଜିକ ଜୀବନ ରେ ଅନେକ ପ୍ରଭାବ ପକାଇ ଅଛି ବୋଲି କହି ଥିଲେ। କ୍ଲବର କମଳା କାନ୍ତ ରଥଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ଥିବା ବୁଲେଟିନ ଉନ୍ମୋଚିତ ହୋଇ ଥିଲା। ଏହି ଉତ୍ସବରେ କ୍ଲବର ପ୍ରତିଷ୍ଠାତା ସଭାପତି ବିମଳାନନ୍ଦ ମହାପାତ୍ର ଓ ଅଜୟ ସୁନ୍ଦରରାୟ ଯୋଗ ଦେଇ ଥିବା ବେଳେ ପୂର୍ବତନ ସଭାପତି ବରଦା ପ୍ରଶନ ଆଚାର୍ଯ୍ୟ କାର୍ଯକ୍ରମ ର ପରିଚାଳନା କରି ଥିଲେ। କ୍ଲବର ଅନ୍ୟାନ୍ୟ ସଭ୍ୟ ମାନେ କାର୍ଯ୍ୟକୁ ସଫଳ କରିବାରେ ସହଯୋଗ କରି ଥିଲେ ବୋଲି ଏଲିଟ ର ନୂତନ ଭାବେ ମନୋନୀତ ହୋଇ ଥିବା ପବ୍ଲିକ ଇମେଜ’ର ଡାଇରେକଟର ରୋଟାରୀଆନ ସରୋଜ ଦାଶ ଲିଖିତ ପ୍ରକାଶ କରିଛନ୍ତି।