BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର : ଜଟଣୀ ଅନ୍ତର୍ଗତ କନ୍ତିଆ ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିରର ଷଷ୍ଠ ବାର୍ଷିକ ପ୍ରତିଷ୍ଠା ଉତ୍ସବ ମୋହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା ସମିତି ଦ୍ୱାରା ଆୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ହୃଦୟ କୃଷ୍ଣ ସାମନ୍ତରାୟ, ହେମନ୍ତ ପାତ୍ର, ଭଗବାନ ପାତ୍ର, ସନ୍ତୋଷ ନାୟକ, ଜଳନ୍ଧର ପ୍ରଧାନ, ଗୁରୁ ନିରଞ୍ଜନ ରାଉତ, ଗୋପାଳ ନାୟକ, ମାଗୁଣି ପାଇକରାୟ. ଅଧିକାରୀ ରାଉଳ ପ୍ରମୁଖ ଯୋଗଦେଇ ପରିଚାଳନା ସମିତିର ଏହି କାର୍ଯ୍ୟକୁ ପ୍ରଶଂସା କରିବା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିଷ୍ଠା ଫଳରେ ଗ୍ରାମର ଉତ୍ତର ଉତ୍ତର ଉନ୍ନତି ହେବ ବୋଲି ମତପ୍ରକାଶ କରିଥିଲେ । ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଅନୁଷ୍ଠାନ ନୁପୁରର ଶିଳ୍ପୀମାନଙ୍କୁ ନେଇ ଓଡିଶୀ ନୃତ୍ୟ ବସନ୍ତ ରାସ, ଆମ ଓଡିଶା, ସମ୍ବଲପୁରୀ ଡାଲଖାଇ ନୃତ୍ୟ, କେଶରୀ ନୃତ୍ୟ ଓ ଛୋଟ ମୋର ଗାଁ ଟି ନୃତ୍ୟ ପରିବେଷଣ କରାଯାଇଥିଲା । ଛୋଟ ମୋର ଗାଁ ଟି ନୃତ୍ୟ ବେସ୍ ଚିାକର୍ଶକ ହୋଇଥିଲା । ଏହାକୁ ସଙ୍ଗୀତରେ ରାମହରି ଦାସ, ବାଦ୍ୟରେ ଧନେଶ୍ୱର ସ୍ୱାଇଁ ସଜାଇଥିଲା ବେଳେ ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ନିରଞ୍ଜନ ରାଉତ । ଏହାର ଆଲେଖ୍ୟ ରଚନା କରିବା ସହିତ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ନୃତ୍ୟ ଗବେଶକ ଡ. ଶ୍ରୀନିବାସ ଘଟୁଆରୀ । ଏହି ଅବସରରେ ହୃଦୟ କୃଷ୍ଣ ସାମନ୍ତରାୟ ଓ ଚିରଞ୍ଜନ ପଣ୍ଡାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଯୋଗଦାନ କରି ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ ।