BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଅନଲାଇନ ଆଧାର ସଂଶୋଧନ ଏବେ ମାଗଣା

ଭୁବନେଶ୍ୱର : ଏବେ ଆଧାର କାର୍ଡ ସଂସୋଧନ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । କିଛି ଦିନ ପାଇଁ ମାଗଣାରେ ଆଧାର ସଂଶୋଧନ କରିବା ପାଇଁ ଲୋକଙ୍କୁ ସୁଯୋଗ ଦେଇଛି ୟୁଆଇଡିଏଆଇ । ଏହା କେବଳ ଅନଲାଇନ୍ ଆଧାର ଅପଡେଟ୍ ପାଇଁ ଲାଗୁ ହୋଇଛି । ଯଦି ଆପଣଙ୍କ ଆଧାର କାର୍ଡରେ କୌଣସି ତ୍ରୁଟି ରହିଯାଇଛି ତାହେଲେ ତୁରନ୍ତ ତ୍ରୁଟିକୁ ସୁଧାରିନିଅନ୍ତୁ । ଏହି ନିୟମ ମାର୍ଚ୍ଚ ୧୫ତାରିଖରୁ ଜୁନ୍ ୧୪ତାରିଖ ଯାଏଁ ଲାଗୁ ରହିବ । ୧୦ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡକୁ ସଂଶୋଧନ କରିବା ପାଇଁ ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି । ୟୁଆଇଡିଏଆଇ ଅନୁସାରେ, ମାଇଁ ଆଧାର ପୋର୍ଟାଲକୁ ଯାଇ ସେଠାରେ ପରିଚୟ ପତ୍ର ଏବଂ ଠିକଣା ଦେଇ ଆଧାରକାର୍ଡକୁ ରିଭ୍ୟାଲିଡ୍ କରିପାରିବେ ।

ଆଧାରକାର୍ଡରେ ନାମ ଭୁଲ ଥିଲେ ପରିଚୟ ପତ୍ରର ସ୍କାନ୍ କପି ଦେବାକୁ ପଡିବ । ସେହିପରି ଜନ୍ମ ତାରିଖ ଭୁଲ ଥିଲେ ଜନ୍ମ ପ୍ରମାଣ ପତ୍ରର ସ୍କାନ୍ କପି ଦେବାକୁ ପଡିବ । ଜେଣ୍ଡର ପରିବର୍ତ୍ତନ କରିବାକୁ ଥିଲେ କୌଣସି ପ୍ରମାଣ ପତ୍ର ଦେବାକୁ ପଡିବ ନାହିଁ ।