BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବଦଳିଲେ ୧୩ ରାଜ୍ୟପାଳ

ନୂଆଦିଲ୍ଲୀ,୧୨।୨ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ୧୩ ରାଜ୍ୟର ରାଜ୍ୟପାଳ-ଉପରାଜ୍ୟପାଳ ବଦଳି କରିଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ଇସ୍ତଫା ଗ୍ରହଣ କରି ସେ ରମେଶ ବୈସଙ୍କୁ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଏହା ବ୍ୟତୀତ ଲଦାଖର ଉପରାଜ୍ୟପାଳ ରାଧା କୃଷ୍ଣନ ମାଥୁରଙ୍କ ଇସ୍ତଫା ମଧ୍ୟ ଗ୍ରହଣ କରାଯାଇଛି। ତାଙ୍କ ସ୍ଥାନରେ ଅରୁଣାଚଳର ବ୍ରିଗେଡିୟର୍‌ ବିଡି ମିଶ୍ରଙ୍କୁ ଲଦାଖର ଉପରାଜ୍ୟପାଳ ନିଯୁକ୍ତ କରାଯାଇଛି।

ଏଥି ସହିତ ରାଷ୍ଟ୍ରପତି ଲ୍ୟୁଟନାଟ ଜେନେରାଲ କୈବଲ୍ୟ ତ୍ରିବିକ୍ରମ ପରନାଇକଙ୍କୁ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଭାବରେ ନିଯୁକ୍ତ କରିଛନ୍ତି। ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ସିକ୍କିମର ରାଜ୍ୟପାଳ, ଝାଡଖଣ୍ଡର ରାଜ୍ୟପାଳ ଭାବେ ସିପି ରାଧାକୃଷ୍ଣନ, ଆସାମର ଗୁଲାବ ଚାନ୍ଦ କାଟାରିଆ, ହିମାଚଳ ପ୍ରଦେଶର ଶିବ ପ୍ରତାପ ଶୁକ୍ଲା, ଅବସରପ୍ରାପ୍ତ ଜଷ୍ଟିସ ଏସ ଅବଦୁଲ ନାଜିରଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତିଙ୍କ ଦ୍ୱାରା ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ଛତିଶଗଡର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। ମଣିପୁରର ରାଜ୍ୟପାଳ ଭାବେ ଛତିଶଗଡ ରାଜ୍ୟପାଳ ଅନୁସୁୟା ଉକେଇଙ୍କୁ ନିଯୁକ୍ତି ଦିଆଯାଇଛି।

ମଣିପୁରର ରାଜ୍ୟପାଳ ଲା ଗଣେଶନଙ୍କୁ ନାଗାଲାଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ମେଘାଳୟର ରାଜ୍ୟପାଳ ଭାବେ ବିହାର ରାଜ୍ୟପାଳ ଫାଗୁ ଚୌହାନ ନିଯୁକ୍ତ ହୋଇଛନ୍ତି। ହିମାଚଳ ପ୍ରଦେଶର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ବିହାରର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।