BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନିଜ ଫଟୋ ଦେଖି ହସିଲା ଗୋପାଳ

ଝାରସୁଗୁଡା : ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳ ଦାସଙ୍କର ହେବ ନାର୍କୋ ଟେଷ୍ଚ । ଏଥିପାଇଁ ସେ ଝାରସୁଗୁଡା ବିମାନ ବନ୍ଦରରୁ କୋଲକାତା ପରେ ଗୁଜରାଟର ଅହମଦାବାଦ ଯାଇଛି। ଏହିଠାରେ ତାଙ୍କର ନାର୍କୋ ଟେଷ୍ଟ ହେବ। ସେ ଏହି ଘଟଣାକୁ ନେଇ ଯେଉଁ ବୟାନ ତଦନ୍ତକାରୀ ଟିମକୁ ଦେଇଛନ୍ତି ତାହା କେତେ ସତ କେତେ ମିଛ ଜଣାପଡ଼ିବ। ସେଥିପାଇଁ ବ୍ରଜରାଜନଗର ବିମାନ ବନ୍ଦର ଭିତରେ ଥିବା ଏକ ରୁମରେ ଗୋପାଳ ବସିଥିବା ବେଳେ ନିଜ ବାବଦରେ ବାହାରିଥିବା ଖବରକାଗଜଟି ତାଙ୍କ ଆଖି ସାମ୍ନାରେ ପଡ଼ିଥିଲା। ଯାହାକୁ ଦେଖି ସେ ଖୁବ ହସିଥିଲେ।
ଏହାପୂର୍ବରୁ ବୁଧବାର କ୍ରାଇମସ୍ପଟକୁ ଯାଇଥିଲେ ତଦନ୍ତର ତଦାରଖ କରୁଥିବା ଜଷ୍ଟିସ ଜେ.ପି ଦାସ ଏବଂ ତଦନ୍ତକାରୀ ଟିମ୍। ମଙ୍ଗଳବାର ଅପରାହ୍ନରେ ଅଭିଯୁକ୍ତଙ୍କୁ କ୍ରାଇମସ୍ପଟକୁ ଆଣି କ୍ରଇମ ସିନ ରିକ୍ରିଏସନ କରିଥିଲା ତଦନ୍ତକାରୀ ଟିମ୍।

ଉଲ୍ଲେଖଯୋଗ୍ୟ, ଏବେ ମନ୍ତ୍ରୀ ନବ ଦାସଙ୍କ ଏକଦାଶହ (ବୁଧବାର) ଶେଷ ହୋଇଛି। ଦ୍ବାଦଶ ପାଇଁ ବଡ଼ ଆକାରରେ ପ୍ରସ୍ତୁତି ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି।ଏହାବାଦ ଅନେକ ନେତା, ମନ୍ତ୍ରୀ, ଅଫିସର ମଧ୍ୟ ସାମିଲ ହେବେ ବୋଲି ଜଣାପଡ଼ିଛି।