BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ହ୍ବାଟ୍ସଆପରେ ହେବ ଅନେକ ପରିବର୍ତନ

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍‌ରେ ଅନେକ ପରିବର୍ତ୍ତନ ହେବା ପାଇଁ ଯାଉଛି । ଏହାର ବ୍ୟବହାରକାରୀଙ୍କୁ ଆପ୍‌ରେ ଅନେକ ନୂଆ ଅପସନ୍‌ ମିଳିବ । ହ୍ୱାଟ୍ସଆପ୍‌ର ବିଟା ଭର୍ସନରେ ଏହା ଏବେ ଉପଲବ୍ଧ । ଏବେ ଏହି ସବୁ ନୂଆ ଫିଚର୍‌ର ପରୀକ୍ଷଣ କରାଯାଉଛି ।
ହ୍ୱାଟ୍ସଆପ୍‌ର ଡ୍ରଇଂ ଟୁଲ୍‌ରେ ଏବେ ପରିବର୍ତ୍ତନ କରାଯାଉଛି । ଏଥିରେ ରିଡିଜାଇନ୍ଡ୍‌ ଟେକ୍ସଟ୍‌ ଅପସନ୍‌ ରହିବ । ଟେକ୍ସ୍‌ଟ୍‌ ଏଡିଟର ସାହାଯ୍ୟରେ ଏହାକୁ ଏଡିଟ୍‌ କରିହେବ । ଏହା ସହ ଫଟୋ ପଠାଇବା ପୂର୍ବରୁ ଏହାକୁ ଏଡିଟ୍‌ କରିହେବ । ପୂର୍ବରୁ ଏଡିଟ୍‌ ଅପସନ୍‌ ରହିଥିଲା । ଏବେ ଏଥିରେ ମଧ୍ୟ ଡ୍ରଇଂ ଟୁଲ୍‌ ଉପଲବ୍ଧ ହେବ । ଏହା ସହ ଟେକ୍ସ୍‌ଟ୍‌ ଏଡିଟର ରହିବ ।
ପୂର୍ବରୁ ଫଟୋ ପ୍ରେରଣ କରିବା ସମୟରେ ଏହାର ମାନ ବା କ୍ୱାଲିଟି ହ୍ରାସ ପାଉଥିଲା । ଏବେ ପୂର୍ବ ବା ଅରିଜିନାଲ୍‌ କ୍ୱାଲିଟିରେ ଫଟୋ ପଠାଇ ପାରିବେ । ଏହା ସହ ଷ୍ଟାଟସ୍‌ରେ ଅଡିଓ ନୋଟ୍‌ ଲଗାଇପାରିବେ।