BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଏପ୍ରିଲ ୧ରୁ ହଟିବ ୧୫ ବର୍ଷର ପୁରୁଣା ଗାଡ଼ି

ନୂଆଦିଲ୍ଲୀ : ଦେଶରେ ପ୍ରଦୂଷଣକୁ ରୋକିବା ନେଇ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଦେଶରେ ଚାଲୁଥିବା ସମସ୍ତ ୧୫ ବର୍ଷ ପୁରୁଣା ଗାଡିର ପଞ୍ଜୀକରଣ ରଦ୍ଦ କରିବାକୁ ମୋଦି ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଆଦେଶ ୧ ଏପ୍ରିଲ ୨୦୨୩ ରୁ ପ୍ରଯୁଜ୍ୟ ହେବ ବୋଲି ବିବେଚନା କରାଯିବ। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ସରକାରୀ ଯାନଗୁଡ଼ିକୁ ହଟାଇ ଦିଆଯିବ। ]

ପ୍ରଦୂଷଣ ନିୟନ୍ତ୍ରଣ ଏବଂ ବୃତ୍ତିଗତ ଅର୍ଥନୀତିକୁ ତ୍ୱରାନ୍ବିତ କରିବାକୁ କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ମୋଟର ଯାନ ଅଧିନିୟମରେ ସଂଶୋଧନ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ, ୧୫ ବର୍ଷରୁ ଅଧିକ ବର୍ଷର ପୁରୁଣା ସମସ୍ତ ସରକାରୀ ଗାଡିର ପଞ୍ଜୀକରଣ ବାଧ୍ୟତାମୂଳକ ରଦ୍ଦ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ୧୫ ବର୍ଷ ପୁରୁଣା ଯାନ ଯାହାର ପଞ୍ଜୀକରଣ ନବୀକରଣ ଆଧାରରେ ବୃଦ୍ଧି କରାଯାଇଛି, ତାହା ମଧ୍ୟ ସ୍ବତଃ ବାତିଲ ବୋଲି ଧରାଯିବ। ବିଜ୍ଞପ୍ତିରେ କୁହାଯାଇଛି ଯେ ପଞ୍ଜୀକୃତ ସ୍କ୍ରାପ ସେଣ୍ଟରରେ ଏହିପରି ଯାନଗୁଡିକୁ ବିସର୍ଜନ କରିବାକୁ ପଡିବ।

ଏହାପୂର୍ବରୁ କେନ୍ଦ୍ର ପରିବହନ ଓ ସଡକ ନିର୍ମାଣ ମନ୍ତ୍ରୀ ନିତିନ ଗଡକରୀ କହିଥିଲେ ଯେ ୧୫ ବର୍ଷରୁ ଅଧିକ ବର୍ଷ ପୁରୁଣେ ଯାନବାହାନକୁ ସ୍କ୍ରାପରେ ପରିଣତ କରାଯିବ। ସେ କହିଛନ୍ତି ଯେ ଏ ବାବଦରେ ରାଜ୍ୟକୁ ସୂଚନା ପଠାଯାଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିପାଇଁ ଅନୁମୋଦନ ଦେଇଛନ୍ତି।