BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବାର୍ଷିକ ପତ୍ରିକା ଅନ୍ୱେଶଣର ପଞ୍ଚମ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ୱର,୩ା୧ : ଓଡିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ବାର୍ଷିକ ପତ୍ରିକା ଅନ୍ୱେଶଣର ପଞ୍ଚମ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ବାଣୀବିହାର ନିକଟସ୍ଥ ଏକ ହୋଟେଲରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧ୍ୟାପକ ତଥା ପତ୍ରିକାର ମୁଖ୍ୟ ସମ୍ପାଦକ ସ୍ୱରୁପ ଚନ୍ଦ୍ର ସାହୁ, ସ୍କୁଲର ଅଧ୍ୟକ୍ଷା ଡଃ ଶର୍ମିଳା ସୁବ୍ରମଣିୟନ, ପତ୍ରିକାର ସହ ସମ୍ପାଦକ ପ୍ରଧ୍ୟାପକ ସଞ୍ଜୟ ଅଦଲଖା ପ୍ରମୁଖ ଯୋଗଦେଇ ପତ୍ରିକାର ଉପାଦେୟତା ଉପରେ ଆଲୋକପାତ କରିବା ସହିତ ସମାଜ ଗଠନରେ ଏହିପରି ପତ୍ରିକାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ । ସ୍କୁଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ପତ୍ରିକାର ସମ୍ପାଦକ ଡଃ ବଙ୍କିମ ମହାନ୍ତି ପତ୍ରିକା ସମ୍ବଦ୍ଧରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ମାଧ୍ୟମରେ ସମସ୍ତ ଶିକ୍ଷାବିତ ଓ ଅନ୍ୟାନ୍ୟ ଉପସ୍ଥିତ ଅତିଥି ମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହି ଉତ୍ସବରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ୪୦ରୁ ଉର୍ଦ୍ଧ୍ୱ ଶିକ୍ଷାବିତ ମାନେ ଯୋଗ ଦେଇଥିଲେ । ଏହି ପତ୍ରିକାରେ ଗବେଷଣା ସନ୍ଦର୍ଭ, ବିଷୟ ବସ୍ତୁ ଓ ପୁସ୍ତକ ବିଶ୍ଳେଷଣ, ଶ୍ରେଷ୍ଠ ସମର ଇଣ୍ଟର୍ଣ୍ଣସିପ୍ ପେପର ଏବଂ କର୍ପୋରେଟ ଜଗତର ସୁନାମଧନ୍ୟ ବ୍ୟକ୍ତିଙ୍କର ସାକ୍ଷାତକାର ପ୍ରକାଶ ପାଇଅଛି । ଉତ୍ସବକୁ ପ୍ରଧ୍ୟାପକ ଜିନାଶିଷ ମହାନ୍ତି ପରିଚାଳନା କରିଥିଲାବେଳେ ବିଷ୍ଣୁପ୍ରସାଦ କର ଧନ୍ୟବାଦ ଅର୍ପଣ କରିଥିଲେ ।