BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

କବିତା ପୁସ୍ତକ ନୀଳ ଅନୁରାଗ ଉନ୍ମୋଚିତ

ଭୁବନେଶ୍ୱର : କେଦାରନାଥ ଗବେଷଣା ପ୍ରତିଷ୍ଠାନ ଠାରେ ବର୍ଷିୟାନ କବି କୃଷ୍ଣଚନ୍ଦ୍ର ମହଲାଙ୍କର ପ୍ରଥମ କବିତା ପୁସ୍ତକ “ନୀଳ ଅନୁରାଗ” ଉନ୍ମୋଚିତ ହୋଇଯାଇଛି । ଆସର ଆରମ୍ଭରେ ସର୍ବାଣୀ ଦାସ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । କବି ଶ୍ରୀ ମହଲାଙ୍କର ଲେଖକୀୟ ଅନୁଭୂତି ବର୍ଣ୍ଣନା ପରେ ସଂକଲନରୁ ଦଶଟି ସୁନିର୍ବାଚିତ କବିତା ଆବୃତ୍ତି କରାଯାଇଥିଲା । ନୀଳ ଅନୁରାଗର ଏକ ମନୋଜ୍ଞ ସମୀକ୍ଷା ଉପସ୍ଥାପନ କରିଥିଲେ କବି ମୌସୁମୀ ଦାସ । କବି ରାଜକିଶୋର ଦାସ,ଭାଷାବିତ ପ୍ରଫେସର ଦେବାଶିଷ ମହାପାତ୍ର,କବି ତଥା ସମ୍ପାଦକ ଶତ୍ରୁଜିତ ଓ କବି ପବିତ୍ର ମୋହନ ଦାଶ ସଂକଳନ ଅନ୍ତର୍ଗତ କବିତାଗୁଡିକର ଆଙ୍ଗିକ ଓ ଆତ୍ମିକ ଦିଗ ଉପରେ ଆଲୋକପାତ କରିଥିଲେ । କବିତାଗୁଡିକର ଭାବଗତ ନିବିଡ଼ତା ଓ ଆଙ୍ଗିକ ପରିଛନ୍ନତା ସମ୍ପର୍କରେ ବ୍ୟାପକ ଭାବେ ଆଲୋଚିତ ହୋଇଥିଲା । ଶ୍ୟାମାକିଙ୍କର ମହାନ୍ତିଙ୍କ ସଂଗୀତ ପରିବେଷଣ ଆସରକୁ ଆହୁରି ଆକର୍ଷଣୀୟ କରିଥିଲା । କବି ସୁଜାତା ମହାପାତ୍ର ତଥା ଗାଳ୍ପିକା ଓ ଚିତ୍ରଶିଳ୍ପୀ ମାନମୟୀ ରଥଙ୍କ ଦ୍ୱାରା ପରିଚାଳିତ ଏ କାର୍ଯ୍ୟକ୍ରମ ବେଶ ମନୋମୁଗ୍ଧକର ହୋଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଲକ୍ଷ୍ମୀପ୍ରସାଦ ରାଉତ ।