BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପୁଣି ହନି ଟ୍ରାପରେ ଜବାନ

ନୂଆଦିଲ୍ଲୀ,୧୨।୫: ଗୁପ୍ତଚର କାର୍ଯ୍ୟକଳାପ ଅଭିଯୋଗରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍‌ ବାୟୁସେନାର ଜଣେ ଯବାନଙ୍କୁ ଗିରଫ କରିଛି। ଗିରଫ ଯବାନ ଜଣକ ଦେବେନ୍ଦ୍ର କୁମାର ଶର୍ମା। ଦେବେନ୍ଦ୍ର ଉତ୍ତରପ୍ରଦେଶର କାନପୁରର ବାସିନ୍ଦା ।

ଗତ କିଛି ଦିନ ତଳେ ଦେବେନ୍ଦ୍ର ଫେସ୍‌ବୁକରେ ଜଣେ ମହିଳାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ଏପରି କି ମହିଳା ଜଣଙ୍କ ଏକ ଭାରତୀୟ ନମ୍ବର ବ୍ୟବହାର କରି ଦେବେନ୍ଦ୍ରଙ୍କ ସହ ମୋବାଇଲରେ କଥା ହେଉଥିଲେ। ପରେ ମହିଳା ଜଣକ ତାଙ୍କୁ ହନିଟ୍ରାପରେ ଫସାଇ ବାୟୁସେନା ପକ୍ଷରୁ ସ୍ଥାପନ ହୋଇଥିବା ରାଡାରର ସ୍ଥାନ ଏବଂ ସେନାର ବରିଷ୍ଠ ଅଧିକାରୀଙ୍କ ନାମ ଓ ଠିକଣା ମାଗିଥିଲେ। ଏନେଇ ବିଶ୍ୱସ୍ତ ସୂତ୍ରରୁ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ତେବେ ଗୁଇନ୍ଦା ସୂଚନାକୁ ଭିତ୍ତି କରି ଦିଲ୍ଲୀ ପୋଲିସ ଯବାନ ଦେବେନ୍ଦ୍ରଙ୍କୁ ଗିରଫ କରିଛି। ଯବାନଙ୍କୁ ଗିରଫ କରିବା ପରେ ପୋଲିସ ତାଙ୍କ ଫେସ୍‌ବୁକ ପ୍ରୋଫାଇଲକୁ ଯାଞ୍ଚ କରୁଛି। ଏହି କାର୍ଯ୍ୟରେ ପାକିସ୍ତାନ ଗୁପ୍ତଚର ଆଇଏସ୍‌ଆଇ ସହିତ ଜଡ଼ିତ ଥିବା ସନ୍ଦେହ କରାଯାଉଛି ।