BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଶ୍ରୀରାମଜୀ ଟ୍ରଷ୍ଟ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଭୁବନେଶ୍ବର : ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀରାମଜୀ ଟ୍ରଷ୍ଟ ପକ୍ଷରୁ ନେତ୍ରମ୍ ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ନୀଳାଦ୍ରି ବିହାର ସ୍ଥିତ ଚନ୍ଦ୍ରାଲୋକ ମାର୍କେଟ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ସଭାପତି ଆଶିଷ କୁମାର ପାତ୍ର(ଜଗୁ) ଙ୍କ ନେତୃତ୍ବରେ ଆୟୋଜିତ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ସନ୍ଥ ସମିତିର ସ°ଗଠନ ମନ୍ତ୍ରୀ
ସ୍ବାମୀ ନିର୍ମଳାନନ୍ଦ ଗିରି,୧୪ ନମ୍ବର ଓ୍ବାର୍ଡର କର୍ପୋରେଟର ମୋନାଲିସା ସାହୁ,ଓଡ଼ିଶା ପ୍ରଦେଶ ବିଶ୍ବହିନ୍ଦୁ ପରିଷଦର ଧର୍ମ ଜାଗରଣ ପ୍ରମୁଖ ଅଜୟ ଦାସ ,ଶ୍ରୀରାମଜୀ ଟ୍ରଷ୍ଟର ଉପଦେଷ୍ଟା ଦେବାଶିଷ ନାୟକ, ସମାଜସେବୀ ମନୋଜ ସାହୁ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମନୀତ ଅତିଥି ରୂପେ ଚନ୍ଦ୍ରାଲୋକ ମାର୍କେଟ ଦୁର୍ଗାପୂଜା କମିଟିର ସମ୍ପାଦକ ଗୋବର୍ଦ୍ଧନ ନନ୍ଦ, ଅମିତାଭ ମଲ୍ଲିକ, ଲକ୍ଷ୍ମଣ ଓଝା ଓ ସମସ୍ତ ବରିଷ୍ଟ ସଦସ୍ୟ ଗଣ ଯୋଗଦେଇଥିଲେ। ଏଥିରେ ୧୧୭ ଜଣଙ୍କ ଆଖି ପରୀକ୍ଷା କରାଯାଇଥିଲା। ବିଦ୍ୟାର୍ଥୀଙ୍କୁ ନିଶୁଳ୍କ ଚଷମା ପ୍ରଦାନ ସହ ମୋତିଆ ବିନ୍ଦୁ ହୋଇଥିବା ବ୍ୟକ୍ତି ବିଶେଷଙ୍କ ମାଗଣା ଅସ୍ତ୍ରୋପଚାର କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଜଗୁଙ୍କ ଏଭଳି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ପ୍ରଶ°ସା କରିଛନ୍ତି।