BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନୋରା ବିବାହ ବନ୍ଧନରେ ବାନ୍ଧି ହେବେ

ମୁମ୍ବାଇ: ସୁଦୂର କାନାଡାରୁ ଆସି ବଲିଉଡରେ ଖୁବ୍ କମ୍ ସମୟ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି ନୋରା ଫତେହି । ହିନ୍ଦି କହି ଜାଣି ନ ଥିଲେ ବି ଏବେ କିନ୍ତୁ ସେ ଘରେ ଘରେ ବେଶ୍ ପରିଚିତ । ତାଙ୍କ ଡ୍ୟାନ୍ସ ମୁଭ ପାଇଁ ସେ ତିଆରି କରିଛନ୍ତି ଏକ ଭିନ୍ନ ପରିଚୟ । ବଲିଉଡରେ ସେ ନାୟିକା ଭାବେ ଅଭିନୟ ନ କରିଥିଲେ ବି ତାଙ୍କୁ ସମସ୍ତେ ବେଶ ଭଲଭାବେ ଚିହ୍ନି ସାରିଛନ୍ତି । ଏବେ ନୋରାଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଯୋର ଧରିଛି ।
ନୋରାଙ୍କର କିଛି ଫଟୋ ଏବେ ଆସିଛି ଚର୍ଚ୍ଚାକୁ ଯେଉଁଥିରେ ସେ ପଞ୍ଜାବୀ ସିଙ୍ଗର ଗୁରୁ ରନ୍ଧୱାଙ୍କ ସହ ନଜର ଆସିଛନ୍ତି । କୁହାଯାଉଛି କି ଏମାନେ ପରସ୍ପରକୁ ଡେଟ କରୁଛନ୍ତି ଆଉ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇଯିବେ । ସିଙ୍ଗିଙ୍ଗ ଇଣ୍ଡଷ୍ଟ୍ରିରେ ଗୁରୁଙ୍କୁ ସୁପରଷ୍ଟାର କୁହାଯାଉଥିବା ବେଳେ ତାଙ୍କର ଖୁବ୍ ଦିୱାନା ଅଛନ୍ତି । ନିକଟରେ ଗୁରୁଙ୍କ ସହ ନୋରାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ନୋରା ଜଲପରୀ ଭଳି ସଜେଇ ହୋଇଛନ୍ତି । ଏହା ଏକ ଶୁଟିଂ ସେଟର ବୋଲି କୁହାଯାଉଛି । ଯାହା ବି ହେଉ ଉଭୟଙ୍କ ରିଲେସନଶିପକୁ ନେଇ କିନ୍ତୁ ଚର୍ଚ୍ଚା ହେଉଥିବା ବେଳେ ଏମାନଙ୍କ ମୁହଁରୁ ଏପର୍ଯ୍ୟନ୍ତ ଏ ନେଇ କିଛି ପ୍ରତିକ୍ରିୟା ଆସିନାହିଁ ।