BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓମିକ୍ରନ୍ ପାଇଁ ଜାରି ହେଲା କଟକଣା

ଢେଙ୍କାନାଳ, ୭।୧୨-ଢେଙ୍କାନାଳ ଜିଲାରେ କରୋନା ସଂକ୍ରମଣ ଏବଂ ଓମିକ୍ରନ୍‌ ପ୍ରତିହତ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ନୂତନ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ବିଦେଶାଗତଙ୍କୁ ଚିହ୍ନଟ କରିବା, ଆର୍‌ଟି-ପିସିଆର ଟେଷ୍ଟ କରାଇବା, ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖି ସେମାନଙ୍କ ଉପରେ ନଜର ରଖିବାକୁ ଜିଲାପାଳ ସରୋଜ କୁମାର ସେଠୀ ସୋମବାର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମଣ ବଢୁଥିବାରୁ ଜିଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରାକୁ ବାରଣ କରାଯାଇଛି। ବିବାହ, ବ୍ରତ ଭଳି ଉତ୍ସବ, ସରକାରୀ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣଙ୍କୁ ଅନୁମତି ଦିଆଯାଇଛି। ବ୍ୟବସାୟିକ ପ୍ରତିଷ୍ଠାନରେ ଗାଇଡ୍‌ଲାଇନ୍‌ ଭାଙ୍ଗିଲେ ଜରିମାନା ଆଦାୟ କରାଯିବ। ସଚେତନ କରିବାକୁ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର, ଘରକୁ ଘର ବୁଲି ଟିକାକରଣ, ଅଧିକରୁ ଅଧିକ ଟେଷ୍ଟିଂ କରିବାକୁ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଜିଲା କାର୍ଯ୍ୟାଳୟ ଓସ୍‌ଓ୍ବାନ୍‌ ହଲ୍‌ରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲାପାଳ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ବିଦ୍ୟାଳୟ ରୂପାନ୍ତରଣ ଲାଗି ପ୍ରସ୍ତାବିତ ୯୮ ବିଦ୍ୟାଳୟର ଶିକ୍ଷକ ଏବଂ ପରିଚାଳନା କମିଟି ସହିତ ଆଲୋଚନା କରିବା, ରୂପାନ୍ତରିତ ହୋଇଥିବା ୪୧ ସ୍କୁଲର ସ୍ଥିତି ଅନୁଧ୍ୟାନ କରି ଅଧିକ ଆକର୍ଷଣୀୟ କରିବା ଲାଗି ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଜଙ୍ଗଲକୁ ନିଅଁାଦାଉରୁ ରକ୍ଷା କରିବା ଏବଂ ଏଥିଲାଗି ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରିବାକୁ ଡିଏଫ୍‌ଓ ଡା. ପ୍ରକାଶଚାନ୍ଦ ଗୋଗିନେନି ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାସ, ପିଡି ଡିଆରଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ସିଡିଏମ୍‌ଓ ଡା. ସୁଜାତାରାଣୀ ମିଶ୍ର, ଆପାତକାଳୀନ ଆଧିକାରୀ ସ୍ନିଗ୍ଧାଛାୟା ମହାପାତ୍ର, ଡିଇଓ ନିବେଦିତା ପାଣି, ସ୍ବାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।