BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ତାମିଲନାଡୁ ଭାରତ ନିବାସ ପ୍ରତିଷ୍ଠା ଦିବସରେ ଆକର୍ଷଣ ସାଜିବ ଓଡିଶୀ ନୃତ୍ୟ – ଗୋଟିଏ ସ୍ଥାନରେ ଦେଖିବେ ୭୨ ଦେଶର ଲୋକ

ଭୁବନେଶ୍ୱର,୨୦ ।୧୦(ବ୍ୟୁରୋ) ତାମିଲନାଡୁ ଅରଭିଲେ ଇଣ୍ଟରନ୍ୟାସନାଲ ଟାଉନସିପ୍ ପରିସରରେ ଆସନ୍ତା ୨୨ ତାରିଖରେ ଭାରତ ନିବାସର ୫୦ତମ ପ୍ରତିଷ୍ଠା ଦିବସ ପାଳନ
କରାଯିବ । ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କ ୭୨ ଦେଶର ଶ୍ରଦ୍ଧାଳୁ ରହୁଥିବା ଏହି ଟାଉନସିପରେ ପାଳିତ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମରେ ପ୍ରମୁଖ ଆକର୍ଷଣ ସାଜିବ ଓଡିଶାର
ପାରମ୍ପରିକ ଶାସ୍ତ୍ରୀୟ ଓଡିଶୀ ନୃତ୍ୟ । ଭୁବନେଶ୍ୱର ଡମଣାଠାରେ ଥିବା ବ୍ଲୁ ଲାଇଟ୍ ଡ୍ୟାନ୍ସ ଷ୍ଟୁଡିଓର କଳାକାରମାନେ ପାରମ୍ପରିକ ବାଦ୍ୟର ତାଳେ ତାଳେ ନୃତ୍ୟ ପରିବେଷଣ କରିବେ । ସନ୍ଧ୍ୟା ସାଢେ ୬ ଘଟିକା ସମୟରେ
ଶ୍ରୀ ଅରବିନ୍ଦ ସଭାଗୃହରେ ଏହି ନୃତ୍ୟ ପରିବେଷଣ ଅନୁଷ୍ଠିତ ହେବ । ୟୁ ଟୁବ୍ ମାଧ୍ୟମରେ ଏହାର ପ୍ରସାରଣଙ୍କୁ
୭୨ ଦେଶ ସହ ବିଭିନ୍ନ ଦେଶର ଲୋକମାନେ ଦେଖିବାର ସୁଯୋଗ ପାଇପାରିବେ । ବ୍ଲୁ ଲାଇଟ୍ ଡ୍ୟାନ୍ସ ଷ୍ଟୁଡିଓର ପ୍ରତିଷ୍ଠାତା ତଥା କ୍ରିଏଟିଭ୍ ହେଡ୍‌
ଜନ୍ମେଜୟ ମହାନ୍ତି ସୂଚନା ଦେଇଛନ୍ତି । ଓଡିଶାର ଏହି ଗୌରବାନିତ୍ୱ ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ ସମସ୍ତ ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ https//Youtu,.be/718tD4 ଲିଙ୍କ
ମାଧ୍ୟମରେ ପୃଥିବିବାସୀ ଉପଭୋଗ କରିପାରିବେ ।