BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଦୈନିକ ଯାତ୍ରୀଙ୍କ ପାଇଁ ଚାଲିବ ସ୍ବତନ୍ତ୍ର ଟ୍ରେନ।

ଭୁବନେଶ୍ୱର,୨୧।୯:ବିଭିନ୍ନ କାର୍ଯ୍ୟରେ ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖି ପୂର୍ବତଟ ରେଳପଥ ସୋମବାରଠାରୁ ୬ଟି ସ୍ବତନ୍ତ୍ର ଟ୍ରେନରେ ମାସିକ ସିଜନ ଟିକେଟ (ଏମ୍‌ଏସ୍‌ଟି) ଏବଂ ତ୍ରୈମାସିକ ସିଜନ ଟିକେଟ (କ୍ୟୁଏସ୍‌ଟି) ସହିତ ଟ୍ରେନ୍‌ ଯାତ୍ରାକୁ ଅନୁମତି ଦେଇଛି। ଏହି ଟ୍ରେନ୍‌ଗୁଡିକ ହେଉଛି ୦୮୪୨୮-୦୮୪୨୭ ପୁରୀ-ଅନୁଗୋଳ-ପୁରୀ, ୦୮୪୫୬-୦୮୪୫୫ ଖୋର୍ଦ୍ଧାରୋଡ୍‌-କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ୍‌, ୦୮୫୨୨-୦୮୫୨୧ ବିଶାଖାପାଟଣା-ଗୁଣପୁର-ବିଶାଖାପାଟଣା, ୦୮୫୨୮-୦୮୫୨୭ ବିଶାଖାପାଟଣା-ରାୟପୁର-ବିଶାଖାପାଟଣା, ୦୮୨୬୩-୦୮୨୬୪ ଟିଟିଲାଗଡ଼-ବିଳାସପୁର-ଟିଟିଲାଗଡ଼, ୦୭୨୬୬-୦୭୨୬୫ ବିଶାଖାପାଟଣା-କାକିନାଡା ବନ୍ଦର-ବିଶାଖାପାଟଣା ବିଶେଷ ଟ୍ରେନ ଆଦିକୁ ଚଳାଚଳ ପାଇଁ ସାମିଲ କରାଯାଇଛି।