BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କୋରାପୁଟକୁ ଅଧିକ ଟ୍ରେନ ଚଳାଚଳ ପାଇଁ ଦାବିକଲେ ବାହିନୀପତି

ଭୁବନେଶ୍ୱର: ଅବିଭକ୍ତ କୋରାପୁଟ ଜିଲାକୁ ରେଳବାଇ ସବୁବେଳେ ବୈମାତୃକ ମନୋଭାବ ପୋଷଣ କରିଆସିଛି। ଏଠାରୁ ବିପୁଳ ପରିମାଣର ରାଜସ୍ବ ନେଉଥିଲେ ହେଁ ଦେଲାବେଳକୁ ହାତ ଥରୁଛି। ‌େ‌ଯଉଁଥିପାଇଁ ଗତ ୨୨ବର୍ଷ ଭିତରେ ରାଜଧାନୀରୁ ଜିଲାକୁ ମାତ୍ର ଗୋଟିଏ ଟ୍ରେନ୍ ଗଡୁଛି ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି।
ଗତକାଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦ୍ବାରା ହୀରାଖଣ୍ଡ ଏକ୍ସପ୍ରେସରେ ଆଧୁନିକ ଏଲଏଚବି କୋଚ ସଂଯୋଗ କାର୍ୟ୍ୟକ୍ରମକୁ ନେଇ ଶ୍ରୀ ବାହିନୀପତି କହିଛନ୍ତି ଯେ କିଛିଦିନ ତଳେ ରେଳମନ୍ତ୍ରୀ କୋରାପୁଟଗସ୍ତରେ ଆସିଥିବା ବେଳେ ରେଳବଗିର ଦୟନୀୟ ଅବସ୍ଥା ଅନୁଭବ କରି ଉନ୍ନତ ରେଳବଗି ହୀରାଖଣ୍ଡ ସହିତ ଯୋଡିିଛନ୍ତି, ଏହା ଭଲ କଥା। ମାତ୍ର ଅବିଭକ୍ତ କୋରାପୁଟବାସୀଙ୍କ ପାଇଁ ୧୯୯୯ରୁ ୨୨ବର୍ଷ ଧରି ରାଜଧାନୀକୁ ଗୋଟିଏ ହୀରାଖଣ୍ଡ ଟ୍ରେନ ଚଳାଚଳ କରୁଛି । ଏହି ଟ୍ରେନଟି ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡ ୩ଟି ରାଜ୍ୟ ଭିତରେ ଚଳାଚଳ କରୁଥିବା ବେଳେ ଦକ୍ଷିଣ ଓଡ଼ିଶାର ୫୦ ଲକ୍ଷ ଲୋକଙ୍କ ନିମନ୍ତେ ହୀରାଖଣ୍ଡ ଟ୍ରେନ ଏକମାତ୍ର ଭରସା ହୋଇଛି । କେ.କେ. ଲାଇନ ଓ ରାୟଗଡା-କୋରାପୁଟ ରେଳପଥ ଦେଇ ବହୁ ମାଲବାହୀ ଟ୍ରେନ୍ ଚଳାଚଳ କରୁଛି। ଏଥିରୁ ରେଳବାଇ ପ୍ରତିବର୍ଷ ବିପୁଳ ରାଜସ୍ବ ସଂଗ୍ରହ କରୁଛି। ହେଲେ ଏହି ଦୁଇଟି ରେଳପଥ ଦେଇ ହାତଗଣତି ଟ୍ରେନ୍ ଚଳାଚଳ କରୁଛି।
କୋରାପୁଟ ଜିଲାପାଇଁ ଭୁବନେଶ୍ବରକୁ ଆଉ ଗୋଟିଏ ଟ୍ରେନର ଆବଶ୍ୟକତା ରହିଛି। ସେହିଭଳି ନୂଆଦିଲ୍ଲୀ ଓ ବେଙ୍ଗାଲୁରୁକୁ ଜୟପୁରଠାରୁ ଗୋଟିଏ ଟ୍ରେନ୍ ଚଳାଚଳ କରାଗଲେ ତାହା ଜିଲାବାସୀଙ୍କ ପାଇଁ ଯାତାୟାତରେ ବିଶେଷ ସହାୟକ ହୋଇପାରନ୍ତା। ଏଥିପୂର୍ବରୁ ବିଧାନସଭାର ସର୍ବଦଳୀୟ କମିଟି ଦିଲ୍ଲୀଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଏହି ପ୍ରସଙ୍ଗ ଉପରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲା। ହେଲେ ଏପର୍ୟ୍ୟନ୍ତ ସେଦିଗରେ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ସେହିପରି ମାଲକାନଗିରି-ଜୟପୁର ରେଳପଥ ଓ ନବରଙ୍ଗପୁର ଦେଇ ରାୟଗଡା-ଗୁଣୁପୁର ରେଳପଥ ପାଇଁ ମଧ୍ୟ ଅନେକ ଥର ଦାବି କରାଯାଇଛି। ହେଲେ ରେଳବାଇ ବିଭାଗ ପକ୍ଷରୁ ଏପର୍ୟ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ନୂଆ ରେଳମନ୍ତ୍ରୀ ଏଦିଗରେ ଦୃଷ୍ଟି ଦେବାକୁ ଶ୍ରୀ ବାହିନୀପତି ଦାବି କରିଛନ୍ତି।