BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ପରିଚୟ ଓ ଟେକ୍ ମହିନ୍ଦ୍ରା ଫାଉଣ୍ଡେସନର ପକ୍ଷରୁ ୫୦୦ ବୁଣାକାର ପରିବାରକୁ ରାସନ ସାମଗ୍ରୀ ପ୍ରଦାନ।

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହରୀ ଅନେକଙ୍କ ରୋଜଗାର ଛଡାଇ ନେଇଛି । ଲକଡାଉନ୍ ଯୋଗୁ ବ୍ୟବସାୟ ଠପ୍ ହୋଇଯାଇଛି । ଲୋକେ ଜୀବିକା ହରାଇଲେଣି । ବୁଣାକାରମାନେ ବି ଦୁର୍ଦ୍ଦଶା ଭିତରେ ଅଛନ୍ତି । ତେବେ ଏଭଳିି ବିପତ୍ତିରେ ସେମାନଙ୍କ ପାଖରେ ଛିଡା ହୋଇଛି ‘ପରିଚୟ’ ଫାଉଣ୍ଡେସନ୍ ।
ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ୍ ସହାୟତାରେ ବୁଣାକାରମାନଙ୍କ ପରିବାରକୁ ରାସନ ସାମଗ୍ରୀ ବଣ୍ଟାଯାଇଛି । ଯାଜପୁର ରସୁଲପୁର ଗୋପାଳପୁର ହସ୍ତଶିଳ୍ପ କ୍ଲଷ୍ଟର ଅଧୀନରେ ଥିବା ୫୦୦ ବୁଣାକାର ପରିବାରକୁ ବିଭିନ୍ନ ରାସନ ସାମଗ୍ରୀ ବଣ୍ଟାଯାଇଛି । ‘ପରିଚୟ’ ପ୍ରତିଷ୍ଠାତା ରୋଜାଲିନ ପାଟ୍ଟଶାଣୀ ଉପସ୍ଥିତ ରହି ଏହି ସାମଗ୍ରୀ ପ୍ରଦାନ କରିଛନ୍ତି । ଲକଡାଉନ୍ ସମୟରେ ବୁଣାକାରଙ୍କୁ ସହାୟତା କରିଥିବାରୁ ସେ ଟେକ୍ ମହିନ୍ଦ୍ରା ସିଏସଆର୍ ମୁଖ୍ୟ ଶୋର୍‌ମି ଚୌଧୁରୀ ଓ ରଶ୍ମି ମହାନ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି । ପୂର୍ବରୁ କରୋନାର ପ୍ରଥମ ଲହରୀ ସମୟରେ ପରିଚୟର ପ୍ରୋଜେକ୍ଟ ପରିଣୀତି ଅଧୀନରେ ମାଣିଆବନ୍ଧର ବୁଣାକାରଙ୍କୁ ଅନେକ ସହାୟତା ପ୍ରଦାନ କରାଯାଇଛି । ବୁଣାକାରଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ସେମାନେ ତିଆରି କରୁଥିବା ଶାଢୀର ବ୍ରାଣ୍ଡିଂ ଓ ଅନଲାଇନ୍‌ରେ ବିକ୍ରି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।