BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କାଳିଆ ଟଙ୍କା କିସ୍ତି ଦେଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୧୪।୫(ବ୍ୟୁରୋ): କାଳିଆ ଯୋଜନାରେ ଚଳିତ ବର୍ଷର ଦ୍ୱିତୀୟ କିସ୍ତି ଟଙ୍କା ରାଜ୍ୟ ସରକାର ଚାଷୀମାନଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ୪୨ ଲକ୍ଷ ଚାଷୀଙ୍କ ଖାତାକୁ ମୋଟ ୯୨୦ କୋଟି ଟଙ୍କା ଯାଇଥିବା ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ପ୍ରକାଶ ଯେ, ଶନିବାର ଅକ୍ଷୟ ତୃତୀୟା। ଏହିଦିନ ଚାଷୀ ଅଖିମୁଠୀ ଅନୁକୂଳ କରିବାର ପରମ୍ପରା ରହିଛି। ଏଥିଲାଗି ଅକ୍ଷୟ ତୃତୀୟାର ଦିନକ ପୂର୍ବରୁ ଚାଷୀଙ୍କ ଆକାଉଣ୍ଟକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି କୁହାଯାଇଥିଲା। ମହାମାରୀକୁ ନେଇ ରାଜ୍ୟବାସୀ ଅସୁବିଧା ଦେଇ ଗତି କରୁଥିବା ବେଳେ ଏହି ଟଙ୍କା ଦ୍ୱାରା ଚାଷୀକୂଳ ଉପକୃତ ହେବେ ବୋଲି ଆଶା କରାଯାଉଥିବା କୁହାଯାଇଛି। ତେବେ ଗତ ଫେବୃୟାରୀ ୧୩ରେ ମୁଖ୍ୟମନ୍ତ୍ରୀ ୫୩ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ୧୨୭୨ କୋଟି ଟଙ୍କା ଦେବା ନେଇ ଘୋଷଣା କରିଥିଲେ।