BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

କମିଲା କରୋନା ଟିକା ଦାମ୍।

ନୂଆଦିଲ୍ଲୀ,୨୮।୪: ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ପକ୍ଷରୁ କୋଭିଶିଲ୍ଡ ଟିକାର ଦାମ୍‌କୁ ବୁଧବାର ହ୍ରାସ କରାଯାଇଛି। ଏନେଇ ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ କୋଭିଶିଲ୍ଟ ଟିକା କମ୍ପାନୀର ସିଇଓ ଅଦର ପୁନାୱାଲା ଏହି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପାଇଁ ଦର କମାଇ ଡୋଜ ପିଛା ୩୦୦ ଟଙ୍କା କରାଯାଇଛି। ଏହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।
ସୂଚନା ଯୋଗ୍ୟ, ଦେଶରେ ଟିକାର ଦାମକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ। ଏନେଇ କେନ୍ଦ୍ର ସରକାର ସିରମ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ଏବଂ ଭାରତ ବାୟୋଟେକକୁ ଦାମ କମେଇବାକୁ କହିଥିଲେ। ମେ ୧ରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଥିବା ବେଳେ କେନ୍ଦ୍ରର ନିର୍ଦ୍ଦେଶ କ୍ରମେ ସିରମ୍‌ ଟିକା ଦର କମାଇବା ପରେ ରାଜ୍ୟ ସରକାରଙ୍କ ପାଇଁ ଏହା ଆଶ୍ୱସ୍ତି ଆଣି ଦେଇଛି। କୋଭିଶିଲ୍ଡ ଟିକାର ଦାମ ରାଜ୍ୟ ସରକାର ଏବଂ ବେସରକାରୀ ଡାକ୍ତରଖାନାକୁ ଯଥାକ୍ରମେ ୪୦୦ ଏବଂ ୬୦୦ ଟଙ୍କାରେ ବିକ୍ରି କରିବ ବୋଲି କମ୍ପାନୀ ପ୍ରଥମେ ଘୋଷଣା କରିଥିଲା। ଏବେ ଏହି ଟିକାର ଦାମ ୩୦ ପ୍ରତିଶତ କମାଇ ୩୦୦ ଟଙ୍କା କରାଯାଇଥିବା ସିଇଓ କହିଛନ୍ତି।
ସୂଚନା ଅନୁଯାୟୀ ୧୯ଟି ରାଜ୍ୟ ଏହି ଟିକା ନେବା ପାଇଁ ମୋଟ ୩୪୦ ମିଲିୟନ ଡୋଜ ଅର୍ଡର କରିଛନ୍ତି। ଆଉ ଘରୋଇ ହସ୍ପିଟାଲ ୧୮ ମିଲିୟନ ଡୋଜ ଅର୍ଡର କରିଥିବା ସୂଚନା ମିଳିଛି।