BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ।

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଥିବାବେଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଛତିଶଗଡ଼ ସୀମାନ୍ତ କଳାହାଣ୍ଡି ଓ ନୂଆପଡ଼ା ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଛନ୍ତି। ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନୂଆପଡ଼ାରେ ସିଲଦା ସ୍ଥିତ ଜିଲା କୋଭିଡ ହସ୍ପିଟାଲ ପରିଦର୍ଶନ କରି ସେଠାରେ ଚିକିତ୍ସା ସୁବିଧା, ବେଡ, ଆଇସିୟୁ, ଔଷଧ ଓ ଅନ୍ୟାନ୍ୟ ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ସେହିପରି କଳାହାଣ୍ଡି ଜିଲା ଗସ୍ତ କରି ଭବାନୀପାଟଣାସ୍ଥିତ କୋଭିଡ ହସ୍ପିଟାଲ ଯାଇ ସେଠାରେ ଉପଲବ୍ଧ ଶଯ୍ୟା, ଆଇସିୟୁ, ଔଷଧ ଓ ଅନ୍ୟାନ୍ୟ ଚିକିତ୍ସା ସୁବିଧା ବିଷୟ ଅନୁଧ୍ୟାନ କରିଥିଲେ।

ବାହାରୁ ଆସୁଥିବା ସବୁ ଲୋକଙ୍କର ଆରଟିପିସିଆର ଟେଷ୍ଟ ଏବଂ ଏକାନ୍ତବାସ କଡ଼ାକଡ଼ି କରିବା ନିମନ୍ତେ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ। ଗ୍ରାମ କମିଟି, ପଞ୍ଚାୟତ, ସରପଞ୍ଚ, ୱାର୍ଡ଼ମେମ୍ବର ଏବଂ ସ୍ବେଚ୍ଛାସେବା ଅନୁଷ୍ଠାନଙ୍କୁ ସଚେତନତା ଓ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ଏକାନ୍ତବାସ କାର୍ୟ୍ୟରେ ସକ୍ରିୟ ଭାବେ ସାମିଲ କରିବାକୁ ନିର୍ଦେଶ ଦେଇଥିଲେ। ବଜାର କମିଟିମାନଙ୍କ ସହ ଆଲୋଚନା କରି ବଜାରରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ନିୟମ କଡ଼ାକଡ଼ି ଲାଗୁ କରିବାକୁ କହିଥିଲେ। ନୂଆପଡ଼ା ଜିଲା କୋଭିଡ ହସ୍ପିଟାଲରେ ଆଇସିୟୁ ସଂଖ୍ୟା ବଢ଼ାଇବା ପାଇ ବୈଠକରେ ନିଷ୍ପତ୍ତି ହୋଇଥିଲା। ସେହିପରି ଜିଲାରେ ଥିବା କୋଭିଡ କେୟାର ସେଣ୍ଟରଗୁଡ଼ିକ କାର୍ୟ୍ୟକ୍ଷମ କରିବା ସହ ଦୈନିକ କୋଭିଡ ପରୀକ୍ଷା ବୃଦ୍ଧି କରିବାକୁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ। ଜିଲା ପାଇଁ ଅଧିକ ଡାକ୍ତର ନିୟୋଜନ କରାଯାଇଛି ଓ ଖୁବଶୀଘ୍ର ସେମାନେ କାର୍ୟ୍ୟରେ ଯୋଗଦେବେ। ସେହିପରି କଳାହାଣ୍ଡି ଜିଲାରେ ଖୁବଶୀଘ୍ର ବିଶେଷଜ୍ଞ ଡାକ୍ତର ଯୋଗ ଦେବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହାସହିତ ଜିଲା ପାଇଁ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି କହିଛନ୍ତି।