BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

୧୦ରୁ ପୂର୍ଣ୍ଣ ଦର୍ଶକ କ୍ଷମତାରେ ଖୋଲିବ ସିନେମା ହଲ୍।

ନୂଆଦିଲ୍ଲୀ, ୩୧।୧: ସିନେମା ହଲ ଖୋଲିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ସରକାର ସିନେମା ହଲ ଉପରେ ଜାରି ହୋଇଥିବା କଟକଣା ଉଠାଇ ନେଇଛନ୍ତି। ଏବେ ଫେବୃୟାରୀ ୧ଠାରୁ ସିନେମା ହଲ ଗୁଡ଼ିକ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବ। ଅର୍ଥାତ୍‌ ହଲରେ ରହିଥିବା ସିଟ୍‌ ସଂଖ୍ୟକ ଦର୍ଶକ ଏବେ ବସି ଫିଲ୍ମ ଦେଖି ପାରିବେ। ଏସମ୍ପର୍କରେ କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ରବିବାର କହିଛନ୍ତି। ତେବେ ହଲରେ କରୋନା ମାର୍ଗଦର୍ଶିକାକୁ ପାଳନ କରିବାକୁ ପଡ଼ିବ। ସାମାଜିକ ଦୂରତା ବଜାୟ ରଖିବା, ମାସ୍କ୍‌ ପିନ୍ଧିବା, ସାନିଟାଇଜର ବ୍ୟବହାର, ଆରୋଗ୍ୟ ସେତୁ ଆପ୍‌ ଇନଷ୍ଟଲଲେଶନ୍‌ ଏବଂ ଥର୍ମାଲ ସ୍କ୍ରିନିଂ ଆଦିକୁ ପାଳନ କରାଯିବ ବୋଲି ସେ କହିଛନ୍ତି। ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ ଉପରେ ଗୁରୁତ୍ୱାରୋପ କରାଯିବା ସହିତ ଅନ୍ୟ ସମସ୍ତ ସୁରକ୍ଷା ବ୍ୟବସ୍ଥା ପାଳନ ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୨୦ ଅକ୍ଟୋବରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୦ ପ୍ରତିଶତ କ୍ଷମତାରେ ସିନେମା ହଲ ଖୋଲିବା ଲାଗି ଅନୁମତି ପ୍ରଦାନ କରିଥିଲେ।