BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମାଟି ମା’ଠାରୁ ଦୂରରେ ରହିଲେ ବି ପ୍ରବାସୀଙ୍କ ମନରେ ରହିଛି ଭାରତ ପ୍ରତି ଶ୍ରଦ୍ଧା-ସମ୍ମାନ: ମୋଦି

ନୂଆଦିଲ୍ଲୀ,୯।୧: ପ୍ରବାସୀ ଭାରତୀୟମାନେ ମାଟି ମା’ଠାରୁ ଦୂରରେ ରହିଥିଲେ ବି ସେମାନଙ୍କ ମନରେ ଦେଶ ପ୍ରତି ଶ୍ରଦ୍ଧା ଏବଂ ସମ୍ମାନ ରହିଛି। କରୋନା ମହାମାରୀ ସଙ୍କଟ ସମୟରେ ଭାରତୀୟମାନେ ପ୍ରଶଂସାଯୋଗ୍ୟ କାମ କରିଛନ୍ତି। ସେମାନେ ପାଖପଡ଼ୋଶୀଙ୍କୁ ସହାୟତା କରିବା ସହିତ ମହାନ୍‌ ସେବା ମନୋଭାବର ପ୍ରଦର୍ଶନ କରିଛନ୍ତିି। ୧୬ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଭିଡ଼ିଓ କନଫରେନ୍ସିଂରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏଭଳି କହିଛନ୍ତି। ଯେବେ ବି ଭାରତର ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠିଛି ସେବେ ଭାରତବାସୀ ଏହାକୁ ଭୁଲ୍‌ ପ୍ରମାଣିତ କରି ନିଜର ଦକ୍ଷତାର ପ୍ରଦର୍ଶନ କରିଥିବା ମୋଦି କହିଛନ୍ତି। ଭାରତବାସୀ ପୃଥିବୀର ଯେଉଁ ଅଞ୍ଚଳରେ ଥିଲେ ବି ସବୁବେଳେ ବିଶ୍ୱ ସମୁଦାୟ ପାଇଁ ନୂଆ ଉଦାହରଣ ହିଁ ସୃଷ୍ଟି କରିଥାନ୍ତି। ଭାରତ ପରାଧୀନ ଥିବାବେଳେ ୟୁରୋପରେ କୁହାଯାଉଥିଲା ଯେ, ଭାରତ କେବେ ସ୍ବାଧୀନ ହୋଇ ପାରିବ ନାହିଁ। ମାତ୍ର ତାହା ଭୁଲ୍‌ ପ୍ରମାଣିତ ହୋଇଥିଲା। ସେହିପରି ସ୍ବାଧୀନତା ପରେ ପାଶ୍ଚାତ୍ୟ ଦେଶ ଭାରତକୁ ଗରିବ ବୋଲି କହୁଥିଲେ। ମାତ୍ର ଶେଷରେ ସେଭଳି ଧାରଣା ମଧ୍ୟ ଭୁଲ୍‌ ପ୍ରମାଣିତ ହୋଇଥିଲା। ଏବେ ଭାରତର ଲୋକତନ୍ତ୍ର ସଫଳତାର ସହିତ ପୃଥିବୀ ଆଗରେ ଉଭା ହୋଇଛି। ଆତ୍ମନିର୍ଭର ଭାରତ ନିର୍ମାଣରେ ପ୍ରବାସୀଙ୍କ ଯୋଗଦାନ ଅତୁଳନୀୟ। କରୋନ ସଙ୍କଟରେ ଭାରତ ପଛେଇ ନ ଯାଇ ପ୍ରତିଷେଧକ ଟିକା ପ୍ରସ୍ତୁତିରେ ଆଗୁଆ ରହିଛି। ଦେଶରେ ଦୁଇଟି ଟିକା ପ୍ରସ୍ତୁତ ହୋଇଛି। ଭାରତର ଟିକାକୁ ଏବେ ପୃଥିବୀବାସୀ ଅପେକ୍ଷା କରି ରହିଛନ୍ତି ବୋଲି ମୋଦି କହିଛନ୍ତି।