BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସିନେମାର କାହାଣୀ ଦର୍ଶକଙ୍କ ଚିନ୍ତାଧାରା ଓ ଭାବନାକୁ ଦୃଢ଼ ଭାବରେ ପ୍ରଭାବିତ କରିଥାଏ

ସିନେମା ମାଧ୍ୟମରେ ମହିଳା ସଶକ୍ତିକରଣ ସଚେତନତା, ଅଂଶଗ୍ରହଣ କଲେ ୪୫୦ ଜଣ ଲୋକସେବା ଭବନ କର୍ମଚାରୀ

ଭୁବନେଶ୍ୱର: ସିନେମା ହେଉଛି ସମାଜର ପ୍ରତିଛବି। ସିନେମାର କାହାଣୀ ଦର୍ଶକଙ୍କ ଚିନ୍ତାଧାରା ଓ ଭାବନାକୁ ଦୃଢ଼ ଭାବରେ ପ୍ରଭାବିତ କରିଥାଏ। ମହିଳା ସଶକ୍ତିକରଣ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟାରେ ମହିଳା ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଓ ଓଡିଶା ସଚିବାଳୟ ସଂଘର ସହଯୋଗରେ ରାଜ୍ୟସ୍ତରୀୟ ଚଳଚ୍ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବହୁ ପୁରସ୍କାରପ୍ରାପ୍ତ ମହିଳା ସଶକ୍ତିକରଣ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର “ଲାପତା ଲେଡ଼ିଜ” ପ୍ରଦର୍ଶିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ସମେତ ବିଭାଗୀୟ ଅଧିକାରୀବୃନ୍ଦ ଓ ଓଡିଶା ସଚିବାଳୟ ସଂଘର ଅଧକ୍ଷ ଶ୍ରୀ ବିବେକାନନ୍ଦ ସାମଲ ଯୋଗ ଦେଇଥିଲେ। ପ୍ରତି ମାସର ତୃତୀୟ ଶନିବାରରେ ଏହି ଭଳି ସାମାଜିକ ସୁରକ୍ଷା ଓ ମହିଳା ସଶକ୍ତିକରଣ ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

କାର୍ଯ୍ୟକ୍ରମରେ ଲୋକସେବା ଭବନର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୪୫୦ ଜଣ କର୍ମଚାରୀବୃନ୍ଦ ଅଂଶଗ୍ରହଣ କରିଥିଲେ।