BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନାରାୟଣପାଟଣାରେ ୫ଟି ସଚିବ

କୋରାପୁଟ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କୋରାପୁଟ ଜିଲା ଗସ୍ତ କରି ନାରାୟଣପାଟଣା ପାଇଁ ଶିକ୍ଷା,ସାସ୍ଥ୍ୟ, ରାସ୍ତା, ପାନୀୟ ଜଳ ସମସ୍ୟା ଦୂର ନେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ପରିପ୍ରେକ୍ଷୀରେ ଶନିବାର ଏକ ସ୍ବତନ୍ତ୍ର ବିମାନ ଯୋଗେ ୫-ଟି ସଚିବ ଭି.କେ. ପାଣ୍ଡିଆନ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ନାରାୟଣପାଟଣା ଗସ୍ତ କରିଥିଲେ। ଏଠାରେ ପହଞ୍ଚତ୍ବା ପରେ ସେ ପ୍ରଥମେ ୫ଶହ ବର୍ଷର ଐତିହାସିକ ତଥା ପୁରାତନ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ। ମନ୍ଦିର ଚତୁଃପାର୍ଶ୍ୱ ବୁଲି ଦେଖିଥିଲେ। ଏଠାରେ ଥିବା ଅର୍ଦ୍ଧନିର୍ମିତ ନୂତନ ମନ୍ଦିର କାର୍ଯ୍ୟ କିପରି ଖୁବ ଶୀଘ୍ର ଶେଷ ହେବ ସେନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ୫ଟି-ସଚିବ ପାଣ୍ଡିଆନ ଚିନ୍ତାଗୁଡ଼ାସ୍ଥିତ ଝଞ୍ଜାବତୀ ବ୍ୟାରେଜ ପରିଦର୍ଶନ କରିଥିଲେ। ଦୁଇ ବର୍ଷ ମଧ୍ୟରେ ଏହି ବ୍ୟାରେଜ୍‌ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେଠାରୁ ସେ ଦଣ୍ଡାବାଡି ସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନ, ସ୍କୁଲ କୋଠା ସ୍ଥିତି ପରଖିଥିଲେ। ଛାତ୍ରୀଛାତ୍ରଙ୍କ ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସମସ୍ତେ ଆଇଏଏସ, ଡକ୍ଟର ହେବାକୁ ଲକ୍ଷ୍ୟ ରଖିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ।
ପରେ ୫-ଟି ସଚିବ ବୋରିଗୁମ୍ମା ଓ ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ। ବୋରିଗୁମ୍ମାଠାରେ ମିଶନ ଶକ୍ତି ମହିଳାଙ୍କ ଦକ୍ଷତାରେ ଖୁସି ପ୍ରକାଶ କରିଥିଲେ। ଏଥିସହ ସମସ୍ତ ସହଯୋଗ ପ୍ରଦାନ ସହ ସେମାନଙ୍କ ବିକାଶ ନେଇ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ବିଜୁ ଗ୍ରାମୋଦ୍ୟୋଗ କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ଗୋଷ୍ଠୀମହିଳାଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଦ୍ୱାରା ଚପଲ ତିଆରି, ଖାଦ୍ୟ ପ୍ରକ୍ରିୟା କରଣ, କୁକୁଡା ଚାଷ, ପାଉଁଶ ଇଟା ପ୍ରସ୍ତୁତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେମାନଙ୍କ ଏଭଳି କାର୍ଯ୍ୟକୁ ନେଇ ଅନ୍ୟ ଜିଲା ମଧ୍ୟ ଅନୁକରଣ କରିବା ଆବଶ୍ୟକ ବୋଲି କହିଥିଲେ। ପରେ ଆଉଁଳିଠାରେ ମିଶନ ଶକ୍ତି ମହିଳାଙ୍କ ଫୁଡ୍‌କୋର୍ଟ ପରିଦର୍ଶନ କରି ସେମାନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ଏଥିପୂର୍ବରୁ ୫-ଟି ସ୍କୁଲ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟତଦାରଖ କରିଥିଲେ। ସ୍କୁଲ କର୍ତ୍ତୃପକ୍ଷ ଆଧୁନିକ ପ୍ରଣାଳୀରେ ଶିକ୍ଷା ଦାନକୁ ଗୁରୁତ୍ୱ ଦେଉଥିବାରୁ ପ୍ରଶଂସା କରିଥିଲେ। ସେଠାରୁ ଲକ୍ଷ୍ମୀପୁର ଗସ୍ତରେ ଯାଇ କଫିଫାର୍ମ ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଆବଶ୍ୟକତା ପଚାରି ବୁଝିଥିଲେ। ସେଠାରେ ୫-ଟିରେ ନିର୍ମାଣ ସରିଥିବା ସ୍କୁଲ ପରିଦର୍ଶନ କରି ଖୁସି ପ୍ରକାଶ କରିଥିଲେ। ୫-ଟି ସଚିବଙ୍କ ସହ କ୍ରୀଡା ସଚିବ ଭିନିଲ୍‌ କ୍ରିଷ୍ଣା, କୋରାପୁଟ ଜିଲାପାଳ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।