BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପ୍ରେମରେ ବିଚ୍ଛେଦ ପରେ ଯୁବତୀ ମନରେ ଉଙ୍କିମାରେ ୫ଟି ପ୍ରଶ୍ନ

ଯେତେବେଳେ ମଧୁର ସଂପର୍କରେ ପଡିଯାଏ ବିଚ୍ଛେଦର ଭଟ୍ଟା କେବଳ ହୃଦୟ ଭାଂଗି ନଥାଏ । ଏହାସହ ଅନେକ ସ୍ୱପ୍ନ ଓ ଶପଥର ଇମାରତ ଚୁରମାର ହୋଇଯାଇଥାଏ । ସେହି ସ୍ୱପ୍ନ ଯାହା ଦୁହେଁ ମିଶି ଦେଖିଥିଲେ । ସେହି ଶପଥ ଯାହା ଦୁହେଁ ଦୁହିଁଙ୍କର ରାଣ ଖାଇ କରିଥିଲେ । ବିନା କାରଣରେ ଯେତେବେଳେ ସଂପର୍କ ଭାଂଗିଯାଏ ସେତେବେଳେ ବିରହ ହୃଦୟକୁ ଜଳାଇଥାଏ ।

କିଛି କାରଣ ନଥାଇ ଯେବେ ଆପଣାର ଜଣେ ଅଧା ବାଟରେ ହାତ ଛାଡି ଦିଏ । ସେତେବେଳେ ବଦଳିଯାଏ ଜୀବନର ମୋଡ । ସବୁ ଲାଗେ ଅନ୍ଧକାର । ବଂଚିବା ମରିବା ଲାଗେ ଏକାପରି । କିନ୍ତୁ ଜୀବନରେ ଆଗକୁ ତ ବଢିବାକୁ ହୋଇଥାଏ ନିଜ ପାଇଁ ଓ ନିଜର ଘରଲୋକ ଓ ସଂପର୍କୀୟଙ୍କ ଆଶାକୁ ନେଇ । ସବୁକିଛି ଭୁଲି । ଅତୀତକୁ ପିଠି କରି ପୁଣି ନୂଆ ସ୍ୱପ୍ନ ଦେଖିବାକୁ ହୁଏ ।

କିନ୍ତୁ କିଛି ପ୍ରଶ୍ନ ସବୁବେଳେ ମନକୁ ଆନ୍ଦୋଳିତ କରିଥାଏ । ମନ କହେ ସେହି ଲୋକ ଥରେ ସାମ୍ନାକୁ ଆସନ୍ତାନି ,ପଚାରନ୍ତି ସବୁ ପ୍ରଶ୍ନର ଉତ୍ତର । କାହିଁକି ଏମିତି କଲା । ଭୁଲ୍ କାହାର । ଏ ଏମିତି ପ୍ରଶ୍ନ ଯାହା ପ୍ରେମରେ ବିଚ୍ଛେଦ ପରେ ପ୍ରତି ଯୁବତୀ ପଚାରିବାକୁ ଚାହିଁଥାଏ ।

୧ – ତୁମେ ମୋତେ କାହିଁକି ଛାଡିଲ?
୨- କ’ଣ ଏବେବି ତମେ ମତେ ମନେପକାଅ ?
୩- ଆମ ସଂପର୍କ କ’ଣ ଭୁଲ ଥିଲା ?
୪- କ’ଣ ତୁମେ ତୁମର ନୂଆ ସାଥୀକୁ ମୋ କଥା କହିଛ ?
୫- ସେ କ’ଣ ମୋ ଠାରୁ ସୁନ୍ଦର ?

ଏମିତି ଅନେକ ପ୍ରଶ୍ନର ଅଡୁଆ ସୂତାରେ ଛନ୍ଦି ହୋଇଥାଏ ପ୍ରେମ ବିଚ୍ଛେଦରେ ଜଳୁଥିବା ଯୁବତୀର ବିରହୀ ମନ । ଅଜାଣତରେ ଅତୀତ ଛିଡା ହୋଇଯାଏ ସାମ୍ନାରେ । ସାବଧାନ! ବିବାହ ପରେ ସେକ୍ସ ଜୀବନ ବ୍ୟତିକ୍ରମରେ ସଂପର୍କରେ ଆସିପାରେ ଧୋକା।