BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓଡ଼ିଶାରେ ୫ ନୂଆ କରୋନା ସଂକ୍ରମିତ ଚିହ୍ନଟ, କେନ୍ଦ୍ର ଡକାଇଲା ଜରୁରୀ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଆଜି ନୂଆଭାବେ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି। ଏହି ସହିତ ଏପର୍ଯ୍ୟନ୍ତ ମୋଟ ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା deichanti।

ଚିହ୍ନଟ ୫ ଜଣଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ଜଟଣୀର ଓ ଅନ୍ୟ ୪ ଜଣ ଭୁବନେଶ୍ୱର ରହିବା ବୋଲି ସୂଚନା ମିଳିଛି। ସମସ୍ତେ ଲକ୍ଷଣ ଯୁକ୍ତ ଥିଲେ ଓ ଆଣ୍ଟିଜେନ ପରୀକ୍ଷାରେ ସଂକ୍ରମଣ ସ୍ପଷ୍ଟ ହୋଇଛି। ଏବେ ସମ୍ପୂର୍ଣ୍ଣ ନିଶ୍ଚିତତା ପାଇଁ ସେମାନଙ୍କ RTPCR ପରୀକ୍ଷା କରାଯିବ।

ପୂର୍ବରୁ ଚିହ୍ନଟ ହୋଇଥିବା ଓଡ଼ିଶାର ପ୍ରଥମ କେସ୍ ଓମିକ୍ରନ୍ JN-1 ସବଭାରିଆଣ୍ଟ ଦ୍ୱାରା ଆକ୍ରାନ୍ତ ଥିବା ଜିନମ୍ ସିକ୍ୱେନ୍ସିଂ ମାଧ୍ୟମରେ ILS ଜଣାଇଛି।

ସଂକ୍ରମିତ ସଂଖ୍ୟା ବଢିବା ପରିପ୍ରେକ୍ଷିତିରେ କେନ୍ଦ୍ର ସରକାର ଜରୁରୀ ବୈଠକ ଡକାଇଛି। ସ୍ୱାସ୍ଥ୍ୟ ସଚିବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟ ସହ କୋଭିଡ୍ ସ୍ଥିତି ଉପରେ ସମୀକ୍ଷା କରିବେ। କେରଳ, ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକରେ ମାମଲା ବଢୁଥିବାରୁ ଏହି ବୈଠକ ପରେ ନୂଆ ମାର୍ଗଦର୍ଶିକା ଜାରି ହେବା ସମ୍ଭାବନା ରହିଛି।

ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀ ପୂର୍ବରୁ ନିଜସ୍ୱ ମାର୍ଗଦର୍ଶିକା ଘୋଷଣା କରିସାରିଛନ୍ତି। କର୍ଣ୍ଣାଟକରେ ବଢୁଥିବା ମାମଲା ଦେଖି ସେଠାର ଇଣ୍ଡିଆନ ମେଡିକାଲ୍ ଆସୋସିଏସନ୍ ମଧ୍ୟ ଗାଇଡଲାଇନ୍ ଜାରି କରିଛି।

 

ରିପୋର୍ଟ : ଶୁଭସ୍ମିତା ପ୍ରଧାନ