BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସଢ଼େଇକଳା ଛଉ ହେଉଛି ଏକ ସମୃଦ୍ଧ ସାଂସ୍କୃତିକ କଳା, ଯାହା ଆଦିବାସୀ ଏବଂ ପ୍ରବାସୀ ପରମ୍ପରାର ଏକ ଅପୂର୍ବ ସମନ୍ୱୟ

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ୪୫ତମ ଓଡ଼ିଶା ଇତିହାସ କଂଗ୍ରେସ ଉଦ୍‌ଘାଟିତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପରିସରରେ ଶୁକ୍ରବାର ଠାରୁ ଓଡ଼ିଶା ଇତିହାସ କଂଗ୍ରେସ (OHC)ର ୪୫ତମ ବାର୍ଷିକ ଅଧିବେଶନ ଆରମ୍ଭ ହୋଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଇତିହାସ ମହାକୁମ୍ଭରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଐତିହାସିକ, ଗବେଷକ ଓ ଶିକ୍ଷାର୍ଥୀ ଯୋଗ ଦେଇଛନ୍ତି। ଓଡ଼ିଶାର ଇତିହାସ ଓ ସାମାଜିକ ବିଜ୍ଞାନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପୀଠରେ ପାରମ୍ପରିକ ରୀତିରେ ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଏହାପରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ ଏବଂ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ହୋଇଥିଲା। ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, କଳାହାଣ୍ଡିର ସାଂସ୍କୃତିକ ଐତିହ୍ୟ ସହ ଜଡ଼ିତ ଏହି ଅନୁଷ୍ଠାନରେ ଏଭଳି ଏକ ରାଜ୍ୟସ୍ତରୀୟ ଶୈକ୍ଷିକ ସମ୍ମିଳନୀ ଆୟୋଜନ ହେବା ଗର୍ବର ବିଷୟ।

ଓଡ଼ିଶା ଇତିହାସ କଂଗ୍ରେସର ସଭାପତି ଡ. ବାବା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ଏସ.ଏନ. ମହାନ୍ତି ଏବଂ ମୁଖ୍ୟ ବକ୍ତା ଭାବେ ଡ. ଡି.ବି. ମିଶ୍ର ଯୋଗଦେଇ ଇତିହାସ ଗବେଷଣାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ।

ଏହି ଅଧିବେଶନର ଏକ ମୁଖ୍ୟ ଆକର୍ଷଣ ଥିଲା ପ୍ରଫେସର ନିବେଦିତା ମହାନ୍ତିଙ୍କ ଦ୍ୱାରା ପ୍ରଦତ୍ତ ‘ପ୍ରଫେସର କରୁଣା ସାଗର ବେହେରା ସ୍ମାରକୀ ବକ୍ତୃତା’, ଯେଉଁଥିରେ ସେ ‘ସଢ଼େଇକଳା ଛଉ’ ନୃତ୍ୟର ଐତିହାସିକ ଓ ସାଂସ୍କୃତିକ ଦିଗ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସଢ଼େଇକଳା ଛଉ ହେଉଛି ଏକ ସମୃଦ୍ଧ ସାଂସ୍କୃତିକ କଳା, ଯାହା ଆଦିବାସୀ ଏବଂ ପ୍ରବାସୀ ପରମ୍ପରାର ଏକ ଅପୂର୍ବ ସମନ୍ୱୟ। ଏହା କେବଳ ଏକ ନୃତ୍ୟ ନୁହେଁ, ବରଂ ବୌଦ୍ଧ ଓ ହିନ୍ଦୁ ଧର୍ମର ପ୍ରଭାବ ସହିତ ଶାସ୍ତ୍ରୀୟ ସଂସ୍କୃତ ଏବଂ ଓଡ଼ିଆ ସାହିତ୍ୟିକ ଉପାଦାନର ଏକ ଜୀବନ୍ତ ମିଶ୍ରଣ। ଚୈତ୍ର ପର୍ବର ରୀତିନୀତି ମଧ୍ୟରେ ପରିପୁଷ୍ଟ ଏହି ନୃତ୍ୟ ଶୈଳୀରେ ମୁଖା ଓ ମୁଦ୍ରାର ବ୍ୟବହାର ଏହାକୁ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଏହା ଓଡ଼ିଶାର ସାଂସ୍କୃତିକ ଗୌରବକୁ ପ୍ରତିପାଦିତ କରିବା ସହ ଆଞ୍ଚଳିକ ପରିଚୟ ଏବଂ ଲୋକକଳାର ଗଭୀର ଐତିହାସିକ ଗୁରୁତ୍ୱକୁ ଦର୍ଶାଇଥାଏ ବୋଲି ପ୍ରଫେସର ନିବେଦିତା ମହାନ୍ତି ପ୍ରକାଶ କରିଥିଲେ।

ଓଡ଼ିଶା ଇତିହାସ କଂଗ୍ରେସର ସାଧାରଣ ସମ୍ପାଦକ ଡ. ସୁବାଷ ଚନ୍ଦ୍ର ବାରିକ ବାର୍ଷିକ ବିବରଣୀ ପାଠ କରି ଅନୁଷ୍ଠାନର ଗୌରବମୟ ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ। ୧୯୬୯ ଏପ୍ରିଲ ୫ ରେ ପ୍ରଫେସର ଏମ୍.ଏନ୍. ଦାସ, ପ୍ରଫେସର ବି.ସି. ରାୟ ଏବଂ ପ୍ରଫେସର କେ.ଏମ୍. ପାତ୍ରଙ୍କ ପରି ବିଶିଷ୍ଟ ମନୀଷୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ସଂଘ ସର୍ବଦା ବୈଜ୍ଞାନିକ ଓ ନିରପେକ୍ଷ ଇତିହାସ ଗବେଷଣା ଉପରେ ଗୁରୁତ୍ୱ ଦେଇ ଆସିଛି। ଚଳିତ ବର୍ଷ ଆଦିବାସୀ ଧର୍ମ, ସହରୀକରଣ ଓ ଆଞ୍ଚଳିକ ପରିଚୟ ଉପରେ ବିଭିନ୍ନ ଅଧିବେଶନ ଆୟୋଜନ କରାଯାଉଥିବା ସେ ପ୍ରକାଶ କରିଥିଲେ।

ଏହି ସମାରୋହରେ ଇତିହାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ଇତିହାସକାର ପ୍ରଫେସର ସୁନୀଲ କୁମାର ପଟ୍ଟନାୟକ, ପ୍ରଫେସର ନିବେଦିତା ମହାନ୍ତି, ପ୍ରଫେସର ଜେ.ଏସ.ଡି. ସଚାନ, ପ୍ରଫେସର ସୁଜିତ କୁମାର ସେନ ଓ ଡ. ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ଯୁବ ଇତିହାସକାର ଭାବେ ଡ. କ୍ଷୀରସାଗର ରଣା, ଜୟନ୍ତୀ ମାରାଣ୍ଡି, ଡ. ସାମୁଏଲ ଲିମା ଏବଂ ଶ୍ରୀ ଦୀପକ କୁମାର ଦାସଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ପରିଶେଷରେ ସ୍ଥାନୀୟ ସମ୍ପାଦକ ତଥା ଆବାହକ ଡ. ନଳିନୀକାନ୍ତ ରଣା ଧନ୍ୟବାଦ ଜ୍ଞାପନ କରିଥିଲେ।