BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ସ୍ୱାସ୍ଥ୍ୟ ସେବାକୁ ଅଧିକ ସରଳ କରିବା ପାଇଁ ସୃଷ୍ଟି ହେଲା ୪୪୩୩ ନୂତନ ନର୍ସିଙ୍ଗ ଅଫିସର ପଦ

ସ୍ୱାସ୍ଥ୍ୟ ସେବାରେ ଗୁଣବତ୍ତା ପାଇଁ ସରକାର ବଦ୍ଧପରିକର

ଭୁବନେଶ୍ଵର : ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଅଧିକ ସରଳ, ଶୃଙ୍ଖଳିତ ଏବଂ ଲୋକାଭିମୁଖୀ କରିବା ପାଇଁ ୪୪୩୩ ଟି ନୂତନ ‘ନର୍ସିଙ୍ଗ ଅଫିସର’ ପଦ ସୃଷ୍ଟି କରିଛନ୍ତି। ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଡ. ମୁକେଶ ମହାଲିଙ୍ଗଙ୍କ ଅନୁମୋଦନ ପରେ ଓଡିଶା ନର୍ସିଙ୍ଗ ସେବା କ୍ୟାଡରର ଏହି ପଦ ଗୁଡିକ ସୃଷ୍ଟି କରାଯାଇଛି। ଏହି ପଦ ଗୁଡିକ ସୃଷ୍ଟି ହେବା ଫଳରେ ସେମାନେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସବ ହେଲଥ ସେଣ୍ଟରଗୁଡିକରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟ କରିବେ।

ସରକାରଙ୍କ ଏହି ସିଦ୍ଧାନ୍ତ ଫଳରେ ରୋଗୀ ସେବା ଓ ନର୍ସିଙ୍ଗ ପରିଚାଳନାରେ ଶୃଙ୍ଖଳାବଦ୍ଧତା ବୃଦ୍ଧି ପାଇବ। ହସ୍ପିଟାଲ ପ୍ରତିଷ୍ଠାନରେ ନର୍ସିଙ୍ଗ ସେବାର ଗୁଣୋନ୍ନତି ହେବ ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ପଦକ୍ଷେପ ରାଜ୍ୟର ସ୍ୱାସ୍ଥ୍ୟ ପରିବେଶକୁ ଆଗାମୀ ଦିନରେ ଅଧିକ ଦକ୍ଷ ଓ ପ୍ରତିବଦ୍ଧ କରିବାରେ ସହାୟକ ହେବ।

ସୂଚନା ଅନୁସାରେ, ଏହି ପଦବୀ ଗୁଡିକୁ ଅର୍ଥ ବିଭାଗ ସହମତି ଦେଇଛି। ଏହାର ଆଗାମୀ ନିୟମାବଳୀ ଯେପରି ପରୀକ୍ଷା, ପ୍ରଶିକ୍ଷଣ, ପୋଷ୍ଟିଂ ଗୁଡିକ ବିଭାଗ ପକ୍ଷରୁ ଖୁବ ଶୀଘ୍ର ପ୍ରକାଶ କରାଯିବ।