BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମୋବାଇଲ ଦୋକାନରୁ ୮୦ ଲକ୍ଷ ଟଙ୍କାର ୪୦୦ ମୋବାଇଲ ଲୁଟ

ଭଦ୍ରକ: ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବଜାରରେ ଗତ ରାତିରେ ଏକ ମୋବାଇଲ ଦୋକାନରେ ବଡ଼ ଧରଣର ଲୁଟ ହୋଇଛି। ଲୁଟେରାମାନେ ଦୋକାନର ପଛପଟରୁ କାନ୍ଥ କଣା କରି ଭିତରକୁ ପଶି ୪୦୦ରୁ ଅଧିକ ମୋବାଇଲ ଲୁଟି ନେଇଛନ୍ତି। ଘଟଣା ଭଣ୍ଡାରିପୋଖରୀ ଥାନାଠାରୁ କେବଳ ୩୦୦ ମିଟର ଦୂରରେ ଘଟିଛି।

ଲୁଟେରାମାନେ ଦୋକାନ ଭିତରେ ପଶିବା ପରେ ମୋବାଇଲଗୁଡିକ ଚୋରି କରି, ଚାର୍ଜର ଓ ଖୋଳ ଦୋକାନ ପଛରେ ଫିଙ୍ଗି ଦେଇ ପଳାଇ ଯାଇଛନ୍ତି। ଦୋକାନ ମାଲିକଙ୍କ କହିବା ଅନୁସାରେ ଲୁଟ୍ ହୋଇଥିବା ମୋବାଇଲର ମୂଲ୍ୟ ୮୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ସେଥିମଧ୍ୟରେ ୮ଟି ଆଇଫୋନ୍ ସହ ଅନେକ ଦାମୀ ବ୍ରାଣ୍ଡର ମୋବାଇଲ୍ ଥିଲା ବୋଲି ସେ କହିଛନ୍ତି।

ଦୋକାନର ସିସିଟିଭି ରେକର୍ଡର ଗୋଟିଏ ହାର୍ଡ ଡିସ୍କ ଲୁଟେରା ନେଇଯାଇଥିବା ବେଳେ, ଅନ୍ୟଟିକୁ ପୋଲିସ ଜବତ କରିଛି। ଭଦ୍ରକରୁ ଆସିଥିବା ଡଗ୍ ସ୍କ୍ବାଡ୍ ଦ୍ୱାରା ଘଟଣାସ୍ଥଳର ତଦନ୍ତ ହେଉଥିବା ସମୟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଠାବ କରାଯାଇଛି। ସନ୍ଧାନୀ କୁକୁର ଠାବ କରିଥିବା ଏହି ବ୍ୟକ୍ତିକୁ ପୋଲିସ ଅଟକ ରଖିଛି ଓ ପଚାରାଉଚାରା ଚାଲିଛି।

ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଘଟଣା ସଂପୂର୍ଣ୍ଣ ଖୋଲାସା ପାଇଁ ଗୋପନୀୟ ତଥ୍ୟ, ଟେକ୍ନିକାଲ ଆନାଲିସିସ୍ ଓ ଉପଲବ୍ଧ ସିସିଟିଭି ଫୁଟେଜ ଉପରେ ନିର୍ଭର କରି ତଦନ୍ତ ଚାଲିଛି ବୋଲି ପୋଲିସ ସୂଚନା ଦେଇଛି।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ