BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଟପସିଡ୍‌ ସାଇନା ମଣିମୁଥୁ ଉଭୟ ବାଳିକା ସିଙ୍ଗଲ ବିଭାଗରୁ ବିଦାୟ, ହାରିଲେ ଓଡ଼ିଆ ଖେଳାଳୀ ବାପୁନ ରାଉତ

  • ତୃତୀୟ ଦିନରେ ୩୭ତମ ସବ୍ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍

  • ବାଳିକା ୧୫ ଓ ୧୭ ବର୍ଷରୁ କମ୍ ଉଭୟ ବର୍ଗର କ୍ୱାର୍ଟରରେ ଓଡ଼ିଆ ଖେଳାଳୀ ତନଭି ପତ୍ରି

  • କ୍ଵାଟର ପହଁଚିଲେ ବାଳିକା ଡବଲସରେ ଓଡ଼ିଆ ଖେଳାଳୀ ସ୍ଵାତି-ନିମିଶା

  • ଆସାମ ଖେଳାଳୀ ଶାନ୍ତିପ୍ରିୟା ହଜାରିକାଙ୍କ ଉଭୟ ବର୍ଗର ବାଳିକା ସିଙ୍ଗଲରେ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର:  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରସ୍ଥ ଡାଲମିଆ ଭାରତ ଗୋପିଚାନ୍ଦ ବ୍ୟାଡ଼ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ୍) ରେ ଆୟୋଜିତ ୩୭ତମ ଜାତୀୟ ସବ ଜୁନିୟର ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍‌ର ତୃତୀୟ ଦିନରେ ସର୍ବମୋଟ୍ ୧୧୨ଟି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।

ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ତୃତୀୟ ଦିନର ଖେଳରେ ଓଡ଼ିଆ ଖେଳାଳୀ,ଟାଇଟଲ ଦାବିଦାର ତନଭି ପତ୍ରି ୧୫ବର୍ଷ ରୁ କମ୍ ବିଭାଗରେ ରାଜସ୍ଥାନର ଅନଭି ରାଠୋରଙ୍କୁ 21-7 ଓ 21-8 ପଏଣ୍ଟର ଦୁଇଟି ଗେମ୍‌ରେ ପରାଜିତ କରି କ୍ଵାଟର ଫାଇନାଲରେ ପହଞ୍ଚିଛନ୍ତି। ଏହି ବର୍ଗରେ ଟପସିଡ୍‌ ମାନିମୁଥୁ ନିଜ ପ୍ରତିଦ୍ବନ୍ଦୀ ତାମିଲନାଡୁର ଅନୁଶ୍ରୀ ଜି. ଏସ.ଙ୍କ ଠାରୁ ହାରି ଟାଇଟଲ ଦୌଡ଼ରୁ ବାହାରିଯାଇଛନ୍ତି। ୧୭ବର୍ଷରୁ କମ୍ ବାଳିକା ସିଙ୍ଗଲ ବିଭାଗରେ ତନଭି ପତ୍ରି ନିଜ ପ୍ରତିଦ୍ବନ୍ଦୀ କର୍ଣ୍ଣାଟକ ଖେଳାଳୀ ହିତାଶ୍ରୀ ଏଲ.ଙ୍କୁ 21-12, 21-14 ଦୁଇଟି ଗେମ୍‌ରେ ପରାସ୍ତ କରି ପ୍ରତିଯୋଗିତାର କ୍ଵାଟର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଓଡ଼ିଆ ଖେଳାଳୀ ବାପୁନ ରାଉତ ୧୭ ବର୍ଷରୁ କମ୍ ସିଙ୍ଗଲ ବାଳକ ବିଭାଗରେ ତେଲେଙ୍ଗାନାର ତନ୍ମନିହାଲ ଉତ୍ତମଙ୍କ ଠାରୁ 16-21, 21-16 ଓ 12-21ର ସଂଘର୍ଷ ପୂର୍ଣ୍ଣ ଗେମ୍‌ରେ ପରାଜିତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଏହି ବିଭାଗରେ ଟପସିଡ୍‌ ପଞ୍ଜାବର ଜଗସେର ସିଂ, କର୍ଣ୍ଣାଟକର ପ୍ରଣବ ଏମ୍, ତେଲେଙ୍ଗାନାର ଶଶାଙ୍କ ଭନମାଳା, ରାଜସ୍ଥାନର ଜଗଜିତ୍‌ ସିଂ ପ୍ରି-କ୍ଵାଟରରେ ପହଂଚିଛନ୍ତି l

୧୭ ବର୍ଷରୁ କମ୍ ବାଳିକା ସିଙ୍ଗଲ ବିଭାଗରେ ଆସାମର ଶାନ୍ତିପ୍ରିୟା ହଜାରିକା ଟପସିଡ୍‌ ସାଇନାଥ ମଣି ମୁଥୁଙ୍କୁ ହରାଇଛନ୍ତି। ୧୫ବର୍ଷରୁ କମ୍ ବାଳିକା ଡବଲସ ବିଭାଗରେ ଓଡ଼ିଆ ଯୋଡି ନିମିଶା ଓଝା ଓ ସ୍ଵାତି ନାୟକ କେରଳ ଯୋଡି ଅଲେକ୍ସିଆଏଲସା-ଆଫ୍ରିନ କ୍ୱାଥୁନଙ୍କୁ 23-21,21-8 ରେ ହରାଇ କ୍ୱାର୍ଟର ଫାଇନାଲରେ ପହଂଚିଛନ୍ତିl ଏହି ବିଭାଗରେ ଅନ୍ୟ ଦଳ ଭାବେ ତାମିଲନାଡୁ-ମଧ୍ୟପ୍ରଦେଶ ଯୋଡି ମଧ୍ୟହାମସିନୀ ଚନ୍ଦରମ-ନାଭିକା ସମାନୀ, ତାମିଲନାଡୁ ଯୋଡି ଭାବନ୍ଥିଗା-ୟାଝିନି ଏସ. କେ., ତାମିଲନାଡୁ ଯୋଡି ନୟୋନିକା-ଧନ୍ୟା ଏସ. ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ହରାଇ କ୍ଵାଟର ଫାଇନାଲରେ ପହଞ୍ଚିଛନ୍ତି l

୧୫ବର୍ଷରୁ କମ୍ ବାଳକ ବିଭାଗରେ ଟପସିଡ୍‌ ପଞ୍ଜାବର ୱାଜିର ସିଂ, କର୍ଣ୍ଣାଟକର ପୁଷ୍କର ସାଇ, ତେଲେଙ୍ଗାନାର ଶ୍ରୀଚେତନ ସୌର୍ୟ, ରାଜସ୍ଥାନର ଅଂଶୁମାନ ଚୌଧୁରୀ, ହରିଆଣାର ଜୟବର୍ଦ୍ଧନ ହୂଡା, ଦିଲ୍ଲୀର ହର୍ଷିତ ଖତ୍ରୀ ପ୍ରମୁଖ ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ହରାଇ କ୍ଵାଟର ଫାଇନାଲରେ ପହଂଚିଛନ୍ତି l