BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜାତୀୟ ଭୋଭିନାମ ମାର୍ସଲ ଆର୍ଟ ଚମ୍ପିୟାନସିପରେ ଓଡ଼ିଶା ପୋଲିସର 3 ଜଣ ଯୁବ କ୍ରୀଡ଼ାବିତ ବିଜୟୀ

କଟକ : ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା 14 ତମ ଜାତୀୟ ଭୋଭିନାମ ମାର୍ସଲ ଆର୍ଟ ଚମ୍ପିୟାନସିପ ୨୦୨୫ରେ ଓଡ଼ିଶା ପୋଲିସର 3 ଜଣ ଯୁବ କ୍ରୀଡ଼ାବିତ (2ଟି ସ୍ଵର୍ଣ୍ଣ ଓ 3ଟି ରୌପ୍ୟ ପଦକ) ବିଜୟୀ ହୋଇ ରାଜ୍ୟ ପୋଲିସକୁ ଗୌରବାନ୍ୱିତ କରିଛନ୍ତି।

OISF, ଭୁବନେଶ୍ୱରରେ କାର୍ଯ୍ୟରତ କନଷ୍ଟେବଳ ବର୍ଷା ନାଥ ଭୋଭିନାମ ମାର୍ସଲ ଆର୍ଟ ବିଭାଗରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି।

ସେହିପରି କନଷ୍ଟେବଳ ବିଶ୍ୱଜିତ ରାଉତ 81 କେଜି ବର୍ଗରୁ ଅଧିକ ଜାତୀୟ ଭୋଭିନାମ ମାର୍ସଲ ଆର୍ଟ ବରିଷ୍ଠ ବିଭାଗରେ 1ଟି ସ୍ବର୍ଣ୍ଣ ଏବଂ ଅସି ଚାଳନା ବିଭାଗରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି।

କନଷ୍ଟେବଳ ଦିବ୍ୟରଞ୍ଜନ ଦଳାଇ 95 କେଜି ରୁ ଅଧିକ ବର୍ଗ ଭୋଭିନାମ ମାର୍ସଲ ଆର୍ଟ ସିନିଅର ବିଭାଗରେ 1ଟି ରୌପ୍ୟ ଏବଂ କାଟା ( କରାଟେ)ରେ 1ଟି ରୌପ୍ୟ ପଦକ ହାସଲ କରି ଏକ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି।

କ୍ରୀଡ଼ାବିତଙ୍କ ଏହି ସଫଳତାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କ୍ରୀଡ଼ାବିତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।