BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଅକ୍ସିଜେନ୍ ବୃଦ୍ଧିକାରୀ ଔଷଧର ଦାମ ଘୋଷଣା। ସରକାରୀ ହସ୍ପିଟାଲରେ ମିଳିବ ରିହାତି।

ନୂଆଦିଲ୍ଲୀ,୨୮।୫: ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆର୍‌ଡିଓ) ଏବଂ ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀର ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ଔଷଧ ୨-ଡିଜିର ମୂଲ୍ୟ ଶୁକ୍ରବାର ସ୍ଥିର କରାଯାଇଛି। ଏହି ଔଷଧ ପାଉଚ ପିଛା ଦାମ ୯୯୦ ଟଙ୍କା ରଖାଯାଇଛି। ହେଲେ ସରକାରୀ ହସ୍ପିଟାଲରେ ଏହା ରିହାତି ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ଡକ୍ଟର ରେଡ୍ଡୀ ଲାବ୍ରୋଟାରୀ ପକ୍ଷରୁ କୁହାଯାଇଛି।

ମେ’ ୧୭ରେ ଡିଆର୍‌ଡିଓ ପକ୍ଷରୁ ୨-ଡିଜି ଔଷଧକୁ ଉଦ୍‌ଘାଟନ କରାଯାଇଥିଲା। ଏହି ଔଷଧ କରୋନା ରୋଗୀଙ୍କ ଶରୀରରେ ଅମ୍ଲଜାନର ମାତ୍ରାକୁ ବୃଦ୍ଧି କରିବ ବୋଲି ଡିଆର୍‌ଡିଓ ପକ୍ଷରୁ କୁହାଯାଇଥିଲା। ଏପରି କି ମଧ୍ୟମ ଏବଂ ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛି।