- ଜଳ ସଂପଦ ବିଭାଗର ବିଭିନ୍ନପ୍ରକଳ୍ପ ଓ କାର୍ଯ୍ୟକ୍ରମସଂପର୍କରେ ଜାଣିଲେ ପ୍ରଶିକ୍ଷାର୍ଥୀ ଅଧିକାରୀ
ଦୂରଦୃଷ୍ଟି ସମ୍ପନ୍ନ - ବଡ଼ ଆଭିମୁଖ୍ୟ ନେଇକାର୍ଯ୍ୟ କରିବାକୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପରାମର୍ଶ
- ଜଳସେଚନଓ କୃଷିକୁସାଥିରେନେବାକୁ ଗୁରୁତ୍ୱ
ଭୁବନେଶ୍ୱର: ୨୦୨୪ ବ୍ୟାଚ୍ ଓଡ଼ିଶା କ୍ୟାଡରର ୧୦ଜଣ ଭାରତୀୟ ପ୍ରଶାସନିକ ସେବା ଶିକ୍ଷାନବୀଶ (ଆଇଏଏସ୍ପ୍ରୋବେସନର) ଆଜିଜଳସଂପଦବିଭାଗ ପରିଦର୍ଶନ କରି ବିଭାଗର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ରମ ସଂପର୍କରେ ଅବଗତ ହୋଇଥିଲେ । ଉନ୍ନୟନକମିଶନରତଥା ଅତିରିକ୍ତମୁଖ୍ୟଶାସନସଚିବଶ୍ରୀମତୀଅନୁଗର୍ଗ, ଜଳ ସଂପଦ ବିଭାଗର ବହୁମୁଖୀ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଓ କାର୍ଯ୍ୟକ୍ରମ ସଂପର୍କରେରାଜୀବ ଭବନସ୍ଥିତସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ଆଇଏଏସ୍ ପ୍ରୋବେସନର ମାନଙ୍କ ସହିତ ଆଲୋଚନା କରିଥିଲେ ।
ଜଳ ସଂପଦ ବିଭାଗର ବରିଷ୍ଠ ପଦାଧିକାରୀ,ସର୍ବୋଚ୍ଚଯନ୍ତ୍ରୀ, ବିଭିନ୍ନ ଶାଖାର ମୁଖ୍ୟଯନ୍ତ୍ରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ଆଇଏଏସ୍ ପ୍ରୋବେସନର ମାନଙ୍କୁ କହିଥିଲେ ଯେ, ଅନ୍ୟ ବିଭାଗ ଭଳି ଏବେ ଜଳ ସଂପଦ ବିଭାଗକୁ ରାଜ୍ୟ ସରକାରଙ୍କର ଅଧିକ ଗୁରୁତ୍ୱ ଦେଉଛନ୍ତି । ଜଳ ସଂପଦର ସଂରକ୍ଷଣ ଓ ଜଳସେଚନ ପାଇଁ ରାଜ୍ୟ ବଜେଟ୍ ରେ ଅଧିକ ବ୍ୟୟ ବରାଦ କରାଯାଉଛି । ପ୍ରଶିକ୍ଷଣରେ ଥିବା ଏହି ପ୍ରଶାସନିକ ଅଧିକାରୀମାନଙ୍କ ଠାରୁ ଏ କ୍ଷେତ୍ରରେ ରାଜ୍ୟ ସରକାର ତଥା ଜଳ ସଂପଦ ବିଭାଗ କ’ଣ କ’ଣ ଆଶା କରିବ,ସେ ସଂପର୍କରେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଆଲୋକପାତ କରିଥିଲେ ।
ଟ୍ରେନି ଆଇଏଏସ୍ ଅଧିକାରୀମାନଙ୍କୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ପ୍ରଶାସନିକ କ୍ଷେତ୍ରରେ ତାଙ୍କର ଦୀର୍ଘ ଦିନର ଅନୁଭୂତି ଓ ଅଭିଜ୍ଞତାସଂପର୍କରେ ବର୍ଣ୍ଣନା କରିଥିଲେ। ପ୍ରଶିକ୍ଷାର୍ଥୀମାନଙ୍କୁ ସେ କହିଥିଲେଯେ, ଆଗାମୀ ଦିନରେ ଉପ-ଜିଲ୍ଲାପାଳ, ଜିଲ୍ଲାପାଳ ତଥା ବିଭିନ୍ନ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିବା ସମୟରେ ସେମାନେ ପାନୀୟ ଜଳ ଯୋଗାଣ, ରାସ୍ତାକାର୍ଯ୍ୟ, ସାମାଜିକସୁରକ୍ଷାଆଦିବିଭିନ୍ନ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହିବେ। କିନ୍ତୁ ଏସବୁ ଭିତରେ ସେମାନେ ଜଳ ସଂପଦ ବିଭାଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକୁ ଗୁରୁତ୍ୱ ଦେବେ ବୋଲି ସେ ଆବଶ୍ୟକ ପରାମର୍ଶ ଦେଇଥିଲେ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଜଳସଂପଦ ବିଭାଗରେ ବୃହତ୍, ମଧ୍ୟମ ଜଳ ସେଚନ, କ୍ଷୁଦ୍ର ଜଳ ସେଚନ, ମେଗା ଲିଫ୍ଟ ପ୍ରକଳ୍ପ, ଜଳ ସଂରକ୍ଷଣ ଓ ଜଳସେଚନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରୁଛନ୍ତି । ସେହିପରି ଆମର ପ୍ରାୟ ୩୭୦୦୦ ଉଠାଳଳ ସେଚନ ପ୍ରକଳ୍ପ ରାଜ୍ୟର ଜଳ ସେଚନ ବ୍ୟବସ୍ଥାକୁ ପ୍ରମୁଖ ଯୋଗଦାନ ଦେଇ ଲୋକଙ୍କର ଆର୍ଥିକ ବିକାଶ ଓ ଜୀବନ ପରିବର୍ତ୍ତନରେ ଉଲ୍ଲେଖନୀୟ ଯୋଗଦାନ ଦେଉଛି ।
ଆଇଏଏସ୍ ପ୍ରୋବେସନରମାନଙ୍କୁ ଆଗାମୀ ଦିନରେ ଦୂରଦୃଷ୍ଟି ସଂପନ୍ନ ଓ ବଡ଼ ଆଭିମୁଖ୍ୟ ନେଇକାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇ ଶ୍ରୀମତୀ ଗର୍ଗ କହିଲେ ଯେ, ସେମାନଙ୍କ କାର୍ଯ୍ୟ ଦ୍ୱାରା ଯେପରି ଅଧିକ ଲୋକ ଉପକୃତ ହେବେ, ସେମାନେ ସେଥି ପ୍ରତି ଦୃଷ୍ଟିଦେବେ।ଆମେ ଜଳକୁ ପିଇବା ପାଣି ଏବଂ ଶିଳ୍ପଆଦି ପାଇଁ ବ୍ୟବହାର କରୁଛୁ । କୃଷି ପାଇଁ ଅଧିକରୁ ଅଧିକ ଜଳସେଚନ ସୁବିଧା କରି ଏହା କିପରି ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିପାରିବ, ସେଥିପ୍ରତି ଦୃଷ୍ଟି ଦେବାକୁ ସେ କହିଥିଲେ । ଜଳସେଚନ ସହିତ ଓ କୃଷିକୁ ସାଥିରେ ଏକାଠି ପ୍ରାଧାନ୍ୟ ଦେବାକୁ ସେ କହିଥିଲେ ।
ସେ ଆହୁରି ମଧ୍ୟ କହିଥିଲେ ଯେ, ଜଳସଂପଦ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଶେଷ କରି ବଡ଼ ବଡ଼ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ବିଭାଗ ଗୁରୁତ୍ୱ ଦେଉଛି । ଏଥିପାଇଁ ବିଭାଗରେ ନିୟମିତ ସମୀକ୍ଷା କରାଯାଉଛି । ସେହିପରିବଡବଡପ୍ରକଳ୍ପକାର୍ଯ୍ୟକାରୀକଲାବେଳେପରିବେଶ ମଂଜୁରୀ,ଭୂ-ଅଧିଗ୍ରହଣସମସ୍ୟା, ପୁନର୍ବାସଓଥଇଥାନସମସ୍ୟାରହୁଛି । କିନ୍ତୁଦାୟିତ୍ୱପୂର୍ଣ୍ଣପୁନର୍ବାସ ଓ ଥଇଥାନକୁ ଆମେ ଗୁରୁତ୍ୱଦେଉଛୁ । ପ୍ରକଳ୍ପ ସଂପୂର୍ଣ୍ଣ କରିବାରେ ଡେରି ହେଲେ ଏଥିପାଇଁ ଜମି ଦେଇଥିବା ଲୋକମାନେ ପ୍ରଭାବିତ ହୋଇଥାନ୍ତି । ପ୍ରକଳ୍ପ ଖର୍ଚ୍ଚ ବଢିଯାଏ । ସେଥିପାଇଁ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷକରି ସେହି ଅଂଚଳର ଲୋକଙ୍କୁ ଆମର ନ୍ୟାୟ ଦେବା ଉଚିତ୍ ବୋଲି ସେ ପ୍ରୋବେଶନର ଅଧିକାରୀମାନଙ୍କୁ ପରାମର୍ଶ ଦେଇ ସେମାନଙ୍କୁ ଭବିଷ୍ୟତରେ ଏସବୁ ପ୍ରତି ଦୃଷ୍ଟି ଦେଇ ଦୃଢ଼ ନେତୃତ୍ୱର ସହ ଭଲକାମ କରିବାକୁ ଉତ୍ସାହିତ କରିଥିଲେ ।
ସେକ ହିଥିଲେ ଯେ, ବର୍ଷାଋତୁରେ ଯେଉଁ ଭୂପୃଷ୍ଠ ଜଳ ସମୁଦ୍ରକୁ ଚାଲି ଯାଉଛି ତାହାକୁ ବିଭିନ୍ନ ଉପାୟରେ ଅଟକାଯାଇ ସଂରକ୍ଷଣ କରାଯିବା, ଚାଷ, ଜଳସେଚନଆଦି ଲୋକଙ୍କ କାମରେ ଲଗାଇବା ଆହ୍ୱାନ ରହିଛି।ଜଳବାୟୁ ପରିବର୍ତ୍ତନ ମୁଖ୍ୟ ସମସ୍ୟା ହୋଇଛି । କାର୍ଯ୍ୟ କଲାବେଳେ ବିଭିନ୍ନ ଚାପ ରହିବ ।କିନ୍ତୁ ଅଗ୍ରାଧିକାର ଭିତ୍ତିରେ କେଉଁ କାର୍ଯ୍ୟ ଆଗ କରିବାକୁ ହେବ, ତାହାକୁ ଲକ୍ଷ୍ୟ ରଖି କାର୍ଯ୍ୟକଲେ କାର୍ଯ୍ୟ କରିବା ସହଜ ହେବ ବୋଲି ସେ ପରାମର୍ଶ ଦେଇଥିଲେ।
ଉନ୍ନୟନ କମିଶନର ପ୍ରକଳ୍ପ କାର୍ଯ୍ୟକାରିତା ବେଳେ ବିଭିନ୍ନ ସମୟରେ ଆହ୍ୱାନର ସମ୍ମୁଖୀନ ହୋଇ ମଧ୍ୟ କିପରି ଦୃଢ ମନୋବଳର ସହ କାର୍ଯ୍ୟ କରି ସଫଳତା ପାଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ଲୋକମାନଙ୍କୁ ତାହା ଉପକୃତ କରିଛି, ତାହାର ଉଦାହରଣ ଦେବାବେଳେ ସେ ଭାବ ବିହ୍ୱଳ ହୋଇଥିଲେ, ଯାହା ଆଇଏସ୍ ପ୍ରୋବେସନରମାନଙ୍କୁ ପ୍ରଭାବିତ କରିଥିଲା। ଆଗାମୀ ଦିନରେ ସେମାନେ ରାଜ୍ୟ ପାଇଁ ଭଲ କାର୍ଯ୍ୟ କରି ନିଜ ପାଇଁ, ରାଜ୍ୟ ତଥା ଦେଶ ପାଇଁ ଗୌରବ ଅର୍ଜନ କରନ୍ତୁ ବୋଲି ସେ ଆଶାପୋଷଣ କରି ପ୍ରୋବେସନ ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ଜଳ ସଂପଦ ବିଭାଗ ଅଧିନରେ ଥିବା ବୃହତଓମଧ୍ୟମଜଳସେଚନ, କ୍ଷୁଦ୍ରଜଳସେଚନ, ଓ୍ୱାଲ୍ମୀ, ଓସିସିଏଲଓଏଲଆଇସି, ଭୂତଳଜଳବିକାଶ ଆଦି ସଂସ୍ଥା ଓ ଶାଖା ରହିଥିବା ଓ ବିଭାଗରେ କାର୍ଯ୍ୟକାରୀ କରାଯାଉଥିବା ସେଚାଞ୍ଚଳଉନ୍ନୟନଓଭାଗଦାରୀଜଳସେଚନ ବ୍ୟବସ୍ଥା, ବିଭିନ୍ନ ଜଳ ସେଚନ ପ୍ରକଳ୍ପ ପାଇଁଭୂ-ଅଧିଗ୍ରହଣ, ପୁନର୍ବାସଓଥଇଥାନ ବ୍ୟବସ୍ଥା, ପ୍ରକଳ୍ପପରିଚାଳନାଓରକ୍ଷଣାବେକ୍ଷଣ, ଭୂପୃଷ୍ଠଜଳସଂରକ୍ଷଣ, ଭୂତଳଜଳର ବିକାଶ, ବନ୍ୟା ନିୟନ୍ତ୍ରଣ, ଜଳନିଷ୍କାସନବ୍ୟବସ୍ଥାରେ ଉନ୍ନତି, ରାଜ୍ୟଜଳନୀତିପ୍ରସ୍ତୁତି, ରାଜ୍ୟଜଳଯୋଜନା , ଶିଳ୍ପ, ସହରାଞ୍ଚଳ, ଗ୍ରାମାଞ୍ଚଳ, ଜଳକରଆଦାୟ, ଆନ୍ତଃ ନଦୀ ଜଳବିବାଦର ସମାଧାନ ପଦକ୍ଷେପ ଆଦି ସଂପର୍କିତ କାର୍ଯ୍ୟ ଓ କାର୍ଯ୍ୟକ୍ରମ ସଂପର୍କରେ ଆଇଏସ୍ ପ୍ରୋବେସନରମାନଙ୍କୁ ଅବଗତ କରାଯାଇଥିଲା ।
ପ୍ରକାଶ ଥାଉକି, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଜରିଆରେ ପ୍ରଶିକ୍ଷଣ ନେଉଥିବା ଏହି ପ୍ରୋବେଶନର ଭାରତୀୟ ପ୍ରଶାସନିକ ଅଧିକାରୀମାନେ ରାଜ୍ୟ ସରକାରଙ୍କ ଅନ୍ୟ ବିଭିନ୍ନ ପ୍ରମୁଖ ବିଭାଗ ଗସ୍ତ କରି ସେମାନଙ୍କର କାର୍ଯ୍ୟ, ବିଭିନ୍ନ କାର୍ଯ୍ୟକ୍ରମ ଓ ନୀତି ସଂପର୍କରେ ଜାଣିବେ ବୋଲି ଏକାଡେମୀ ତରଫରୁ ଜଣାଯାଇଛି ।