BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବିଭିନ୍ନ ଶ୍ରମ ଆଇନ ଉପରେ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ୨ ଦିନିଆ ତାଲିମ କାର୍ଯକ୍ରମ

ଭୁବନେଶ୍ୱର : ଶ୍ରମ ବିଭାଗ, ଓଡ଼ିଶା ଦ୍ୱାରା ବିଭିନ୍ନ ଶ୍ରମ ଆଇନ ଉପରେ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ଏକ ୨ ଦିନିଆ ତାଲିମ କାର୍ଯକ୍ରମ
ର।ଜ୍ୟ ଲୋକସେବା ଭବନର କନଭେନସନ କେନ୍ଦ୍ରରେ ଉଦଯାପିତ ହୋଇଯାଇଛି।

ଏହି ତାଲିମ କାର୍ଯକ୍ରମକୁ ଶ୍ରମ ବିଭାଗ ର ଅତିରିକ୍ତ ଶାସନ ସଚିବ ମଧୁମିତା ନାୟକ ଉଦଘାଟନ କରିଥିଲେ । ଶ୍ରମ ବିଭାଗ ର ଅତିରିକ୍ତ ଶାସନ ସଚିବ ଶ୍ରୀ ରାଜେଶ କୁମାର ଅଗ୍ରୱାଲା ଏହି କାର୍ଯକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଶ୍ରୀ ନିରଞ୍ଜନ ଜେନା, ଉପ ସଚିବ, ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ତାଲିମ କାର୍ଯକ୍ରମରେ ଶ୍ରମ ନିର୍ଦ୍ଦେଶାଳୟର ନୂତନ ଭାବରେ ନିଯୁକ୍ତି ପାଇଥିବା ୩୮ ଜଣ ସହକାରୀ ଶ୍ରମ ଅଧିକାରୀ ଯୋଗଦାନ କରିଥିଲେ ।
ଶ୍ରୀ ବିଘ୍ନଜିତ ମହନ୍ତ ମହାପାତ୍ର, ଯୁଗ୍ମ ଶ୍ରମ ଆୟୁକ୍ତ, ଶ୍ରୀ ପ୍ରଦୀପ କୁମାର ମହାନ୍ତି, ଡିଭିଜିନାଲ୍ ଶ୍ରମ ଆୟୁକ୍ତ କେନ୍ଦ୍ରାପଡ଼ା, ଶ୍ରୀ ସୁବାସ ଚନ୍ଦ୍ର ଜେନା, ପୂର୍ବତନ ନିର୍ଦ୍ଦେଶକ, ଓଡିଶା ହାଇଡ୍ରୋପାୱାର କର୍ପୋରେସନ୍ ଲିମିଟେଡ୍, ଡ଼. ବିଜୟ କୁମାର ସୁନ୍ଦରାୟ, ଏସୋଶିୟେଟ ପ୍ରଫେସର, ପି.ଏମ.ଆଇ.ଆର. ବିଭାଗ, ଉତ୍କଳ ବିଶ୍ବ ବିଦ୍ୟାଳୟ, ଶ୍ରୀମତୀ ବନାନୀ ମହାପାତ୍ର, ଡିଭିଜିନାଲ୍ ଶ୍ରମ ଆୟୁକ୍ତ, ଶ୍ରମ ନିର୍ଦ୍ଦେଶାଳୟ, ଡ଼. ତାର।ପଦ ଦାଶ ଓ ଶ୍ରୀ ପ୍ରଦୀପ କୁମାର ମହାପାତ୍ର, ପୂର୍ବତନ ଯୁଗ୍ମ ଶ୍ରମ ଆୟୁକ୍ତ ଇତ୍ୟାଦି ତାଲିମ ପ୍ରଦାନ କରିଥିଲେ ।

ତାଲିମ ଶେଷରେ କୃତୀ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।