BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ୍ ଅପ ମାର୍କ। ରେଭେନ୍ସା ତିନୋଟି ଷ୍ଟ୍ରିମରେ ଆଗରେ।

ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି ଯୁକ୍ତ ୨ ନାମଲେଖାର ପ୍ରଥମ କଟ ଅଫ ମାର୍କ । ତିନୋଟି ଷ୍ଟ୍ରିମରେ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ସର୍ବାଧିକ କଟ ଅଫ ମାର୍କରେ ରହିଛି। କଳାରେ ୭୯.୦୩%, ବାଣିଜ୍ୟରେ ୮୨% ଏବଂ ବିଜ୍ଞାନରେ ୯୧.୩୩% ସହ ଆଗରେ ରହିଛି ରେଭେନ୍ସା । ବିଜ୍ଞାନରେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ହାଇଅର ସେକେଣ୍ଡାରୀ ସ୍କୁଲ ୯୦.୬୭%, ଗଞ୍ଜାମର ସରସ୍ୱତୀ ବିଦ୍ୟା ମନ୍ଦିର ହାଇଅର ସେକେଣ୍ଡାରୀ ସ୍କୁଲ, ନୀଳକଣ୍ଠ ନଗର ୮୭.୮୩%, ଉପେନ୍ଦ୍ରନାଥ ହାଇଅର ସେକେଣ୍ଡାରୀ ସ୍କୁଲ ୮୭.୦୫%, ଫକୀର ମୋହନ ହାଇଅର ସେକେଣ୍ଡାରୀ ସ୍କୁଲ ୮୬.୮୩%, ଖୋର୍ଦ୍ଧାର ବେସିକ୍ ସାଇନ୍ସ ଆଣ୍ଡ ହ୍ୟୁମାନିଟିସ୍ ହାଇଅର୍ ସେକେଣ୍ଡାରୀ ସ୍କୁଲ ୮୬.୬୭%, ନୟାଗଡ ହାଇଅର ସେକେଣ୍ଡାରୀ ସ୍କୁଲ ୮୫.୬୭%, କଟକର ଜାତୀୟ କବି ବୀର କିଶୋର ସରକାରୀ ହାଇଅର ସେକେଣ୍ଡାରୀ ସ୍କୁଲ ୮୫.୫%, ଗଞ୍ଜାମର ଖଲ୍ଲିକୋଟ ହାଇଅର ସେକେଣ୍ଡାରୀ ସ୍କୁଲ ୮୫% ଏବଂ ରମାଦେବୀ ମହିଳା ହାଇଅର୍ ସେକେଣ୍ଡାରୀ ସ୍କୁଲ ୮୪.୬୭% ।
ଅଗଷ୍ଟ ୧୨ ତାରିଖ ରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଆବେଦନ । ଆଜି ମେରିଟ ଲିଷ୍ଟ ପ୍ରକାଶ ପରେ ୧୪ ରୁ ୨୧ ତାରିଖ ମଧ୍ୟରେ ନାମଲେଖା ହେବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ କଟ୍ ଅଫ୍ ୨୭ ତାରିଖରେ ବାହାରିବା ପରେ ୨୯ ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ନାମଲେଖା ହେବ । ଏହି ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ ପାଇଁ ଅକ୍ଟୋବର ୪ ରେ ତାଲିକା, ୫ ସୁଦ୍ଧା ପଞ୍ଜିକରଣ ଏବଂ ମେରିଟ ଲିଷ୍ଟ ପରେ ଅକ୍ଟୋବର ୭ ତାରିଖରେ ହେବ ନାମଲେଖା । ତେବେ ଏଥର ପ୍ରାୟ ୫ ଲକ୍ଷ ଯୁକ୍ତ ଦୁଇ ସିଟ୍ ପାଇଁ ଆବେଦନ କରିଥିଲେ ୪ଲକ୍ଷ ୭୧,୬୧୨ ଜଣ ଛାତ୍ରଛାତ୍ରୀ ।  www.samsodisha.gov.in ପୋର୍ଟାଲରେ ଉପଲବ୍ଧ ହେବ ତାଲିକା ।