BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସିଲା ନୂଆ ନିୟମ

ଭୁବନେଶ୍ୱର : ସିଚ୍‌ଏସ୍‌ଇ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ପରୀକ୍ଷାକୁ କଡ଼ାକଡ଼ି କରିବା ପାଇଁ ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥର ପ୍ରଶ୍ନପତ୍ରରେ କୌଣସି ପରୀକ୍ଷାର୍ଥୀ ଚିହ୍ନ ମାରିପାରିବେ ନାହିଁ। କେବଳ ପ୍ରଶ୍ନ ପଢ଼ିବେ ଏବଂ ଉତ୍ତରଖାତାରେ ଯାହା ଉତ୍ତର ଲେଖିବେ। ଯଦି ଛାତ୍ରୀଛାତ୍ର ପ୍ରଶ୍ନପତ୍ରରେ କିଛି ଲେଖିଲେ ବା ଚିହ୍ନ ମାରିଲେ, ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କୁ ଏମ୍‌ପି କରାଯିବ। ଏଥିସହିତ ପରୀକ୍ଷା ଶେଷ ହେବା ପୂର୍ବରୁ ପରୀକ୍ଷା କେନ୍ଦ୍ର ଛାଡ଼ିଲେ ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ସାଙ୍ଗରେ ନେଇପାରିବେ ନାହିଁ ବୋଲି ନିୟମ କରାଯାଇଛି। ସକାଳ ୯ଟା ୩୦ସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ବ। ୧୦ଟାରେ ପରୀକ୍ଷା ଆରମ୍ଭ ହେବ। ୩୦ମିନିଟ ପୂର୍ବରୁ ଛାତ୍ରୀଛାତ୍ର ହଲ୍‌ରେ ବସିବେ। ୧୦ଟାରେ ପ୍ରଶ୍ନପତ୍ର ବଣ୍ଟାଯିବ। ୧୫ ମିନଟ୍‌ ମଧ୍ୟରେ ବଳକା ପ୍ରଶ୍ନପତ୍ର ସିଲ୍‌ କରାଯିବ। ୧୦ଟା ୩୦ ପରେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ଅନୁମତି ମିଳିବ ନାହିଁ। ଉତ୍ତରଖାତାର ବଳକା ଫର୍ଦ୍ଦରେ କ୍ରସ୍‌ ମାର୍କ କରିବାକୁ ନିର୍ଦ୍ଦେଶ ରହିଛି।

ଚଳିତବର୍ଷ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପରୀକ୍ଷା ଦାୟିତ୍ୱରେ ଥିବା ଅଧ୍ୟାପକମାନେ ମଧ୍ୟ ମୋବାଇଲ ବ୍ୟବହାର କରିପାରିବେ ନାହିଁ। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ସମସ୍ତ ଅଧିକାରୀ, ଅବଜର୍ଭର, ସ୍କ୍ବାଡ୍‌ ମେମ୍ବର, ଜିଲା ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟରେ ମୋବାଇଲ ଫୋନ ଦାଖଲ କରିବେ। ପ୍ରଶ୍ନପତ୍ର ଓ ଉତ୍ତରଖାତା ଲାଗି ୨୦୨ଟି ହବ୍‌ କେନ୍ଦ୍ର ବ୍ୟବସ୍ଥା ହୋଇଛି। ପରୀକ୍ଷା ଶେଷ ହେବା ପରେ ସେହିଦିନ ସନ୍ଧ୍ୟା ସୁଦ୍ଧା ପରୀକ୍ଷା କେନ୍ଦ୍ରରୁ ଉତ୍ତରଖାତା ସୁରକ୍ଷିତ ଭାବେ ନିଆଯାଇ ହବ୍‌ କେନ୍ଦ୍ରରେ ରଖାଯିବ। ତେବେ ଯେଉଁ ପରୀକ୍ଷାକେନ୍ଦ୍ରଗୁଡ଼ିକ ହବ୍‌ ସେଣ୍ଟରଠାରୁ ୧୦୦କିମିରୁ ଦୂରରେ ରହିଥିବ କିମ୍ବା ସେପରି କିଛି ପରିସ୍ଥିତି ସୃଷ୍ଟି ହେଲା, ତାହା ହେଲେ ସମ୍ପୃକ୍ତ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବଳୟରେ ସମସ୍ତ ଉତ୍ତର ଖାତା ରଖାଯିବ। ୨୪ଘଣ୍ଟା ମଧ୍ୟରେ ହବ୍‌ରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।