BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

‘ଆଜିର ନକ୍ଷତ୍ରଦର୍ଶୀ, କାଲିର ମହାକାଶଚାରୀ’

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ୧୯ତମ ସଂସ୍କରଣ ଆରମ୍ଭ, ରାଜ୍ୟରୁ ବଛାଯିବ ଯୁବ ଜ୍ୟୋତିର୍ବିଜ୍ଞାନୀ

ଭୁବନେଶ୍ୱର : ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ (ୟାଟସ୍‌)ର ୧୯ତମ ସଂସ୍କରଣ ଶୁଭାରମ୍ଭ ହୋଇଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ସଂସ୍କରଣ ଟାଟା ଷ୍ଟିଲ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନସ୍ଥ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ସହଭାଗିତାରେ ଆୟୋଜନ କରାଯାଉଛି । କିମ୍ବଦନ୍ତୀ ପୁରୁଷ ଓଡ଼ିଆ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜ୍ୟୋତିର୍ବିଜ୍ଞାନ ପ୍ରତି ରହିଥିବା ଅତୁଳନୀୟ ଅବଦାନର ପ୍ରଚାରପ୍ରସାର କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଚଳିତ ବର୍ଷର ବିଷୟବସ୍ତୁ ‘ଆଜିର ନକ୍ଷତ୍ରଦର୍ଶୀ, କାଲିର ମହାକାଶଚାରୀ’ ଶୀର୍ଷକ ଉପରେ ଏହି ସଂସ୍କରଣ ଆୟୋଜିତ ହେଉଛି ।
ବିଭିନ୍ନ ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଏବଂ ନବମ-ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିିଭିନ୍ନ କୁଇଜ୍‌ ପ୍ରତିଯୋଗିତା ଓ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା କରାଯାଇ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ । ସେମାନଙ୍କ ମଧ୍ୟରୁ ପ୍ରତି ଜିଲ୍ଲାରୁ ଶ୍ରେଷ୍ଠ ଦୁଇଜଣ ଛାତ୍ରଛାତ୍ରୀଙ୍କୁ ଆସନ୍ତା ଡିସେମ୍ବର ୧୩ ତାରିଖରେ ଚୂଡ଼ାନ୍ତ ଚୟନ ପାଇଁ ଭୁବନେଶ୍ୱରକୁ ଆମନ୍ତ୍ରଣ କରାଯିବ । ବିଶେଷଜ୍ଞମାନଙ୍କ ଦ୍ୱାରା ବ୍ୟକ୍ତିଗତ ଆଲୋଚନା, ପ୍ରସ୍ତୁତ ମଡେଲ ଓ ମୂଲ୍ୟାଙ୍କନ ଆଧାରରେ ଶ୍ରେଷ୍ଠ ୩୦ ଜଣ ବିଜେତାଙ୍କୁ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବ । ସେମାନେ ମଧ୍ୟ ଇସ୍ରୋ ଯାଇ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନର ସୁଯୋଗ ପାଇବେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ଏହି ସଂସ୍କରଣର ପୁସ୍ତିକା ଉନ୍ମୋଚନ କରି କହିଛନ୍ତି ଯେ ସବୁବର୍ଗର ଛାତ୍ରଛାତ୍ରୀ ଏହି ଅଭିଯାନରେ ସାମିଲ ହେବାର ସମାନ ସୁଯୋଗ ରହିଛି । ଏହା ଦ୍ୱାରା ଯୁବପିଢ଼ିଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ସହ ଭବିଷ୍ୟତରେ ଭାରତ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ ।
ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ସହଭାଗିତାରେ ଟାଟା ଷ୍ଟିଲ ପକ୍ଷରୁ ୨୦୦୭ ମସିହାରୁ ୟାଟସ୍‌ ଆୟୋଜିତ ହୋଇ ଆସୁଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ତରୀକ୍ଷ ବିଜ୍ଞାନ ସଂପର୍କରେ ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କ ମଧ୍ୟରେ ଥିବା ବୈଜ୍ଞାନିକ ପ୍ରତିଭା ଓ ଜିଜ୍ଞାସାର ପରିପ୍ରକାଶ ନିମନ୍ତେ ସୁଯୋଗ ପ୍ରଦାନ କରାଯାଉଛି । ଏ ପର୍ଯ୍ୟନ୍ତ ୨୩୦ ଜଣ ମନୋନୀତ ବିଜେତା ବିଭିନ୍ନ ଇସ୍ରୋ କେନ୍ଦ୍ର ପରିଦର୍ଶନ କରି ମହାକାଶ ଗବେଷଣାରେ ଭାରତର ଅଗ୍ରଗତି ଦେଖିବାର ଅନନ୍ୟ ସୁଯୋଗ ପାଇଛନ୍ତି ।
ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀ ଭୂପିନ୍ଦର ସିଂ ପୁନିଆ, ବିଜ୍ଞାନ ଓ ପ୍ରଯୁିକ୍ତି ବିଦ୍ୟା ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି ଓ ଶ୍ରୀମତୀ ପୂଜା ମିଶ୍ର, ବିତ୍ତ ପରାମର୍ଶ ଦାତା ଶ୍ରୀମତୀ ବିଦ୍ୟୁତ ପ୍ରଭା ରାଉତ, ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ନିର୍ଦ୍ଦେଶକ ଶ୍ରୀମତ ଉର୍ମିପ୍ରଭା ମହାରଣା, ଚିନ୍ମୟୀ ଚେତନା ଦାସ, ଟାଟା ଷ୍ଟିଲର ମୁଖ୍ୟ ନିର୍ବାହୀ ଶ୍ରୀ ଦେବାଶିଷ ଜେନା, ଅନନ୍ୟା ମିହିର ପ୍ରମୁଖ ଉପସ୍ଥିତ ଥିଲେ ।